ETV Bharat / state

ଅପେରା ଲଢେଇରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ, ମନ କିଣୁଛି ଖଳନାୟକଙ୍କ ଦମଦାର ସଂଳାପ - ଭୁବନେଶ୍ବର ଖଣ୍ଡଗିରି ଯାତ୍ରା

ଦୁଲକୁଛି ଖଣ୍ଡଗିରି ଯାତ୍ରା ମଞ୍ଚ । ଶୁଭୁଛି କଳାକାରଙ୍କ ସ୍ବର । କମ୍ପୁଛି ଖଣ୍ଡଗିରି । ଜମୁଛି ଦର୍ଶକଙ୍କ ଭିଡ଼ । ଅଧିକ ପଢ଼ନ୍ତୁ

Khandagiri yatra
ଖଣ୍ଡଗିରି ଯାତ୍ରା
author img

By

Published : Feb 3, 2023, 8:29 AM IST

Updated : Feb 3, 2023, 8:49 AM IST

ଖଣ୍ଡଗିରି ଯାତ୍ରା

ଭୁବନେଶ୍ବର: ଅପେରା ଲଢେଇରେ କମ୍ପୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ମହାମାରୀ କୋରୋନା ପାଇଁ ଗତ ଦୁଇ ବର୍ଷ ହେଲା ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଥିବା ବେଳେ ଏଥର ୬ଟି ପେଣ୍ଡାଲରେ ଯାତ୍ରାର ଆୟୋଜନ କରାଯାଇଛି । କାରଣ କୋରୋନା କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ଏହି ଯାତ୍ରା ମହାକୁମ୍ଭ ପାଇଁ ଅନୁମତି ମିଳିଛି । ତେଣୁ ଲୋକଙ୍କ ଭିତରେ ଉତ୍କଣ୍ଠା ଭରି ରହିଥିବା ବେଳେ ରାତି ହେଲେ ଯାତ୍ରା ପ୍ରେମୀଙ୍କ ଭିଡ ଲାଗୁଛି । ମୁହଁରେ ପାଉଡର ମାରି କଳାକାର ଟିଏ ତା ଚରିତ୍ରରେ ନିଜକୁ ସୁସଜ୍ଜିତ ହୋଇ ରଙ୍ଗ ମଞ୍ଚର ରଙ୍ଗୀନ ଆଲୋକରେ ନିଜର ନିଜର କଲା ପ୍ରଦର୍ଶନ ପାଇଁ ଉତ୍କଣ୍ଠା ସହ ଚାହିଁ ରହିଥାଏ ।

ଚିକମିକ ରଙ୍ଗୀନ ଆଲୋକରେ ଖଣ୍ଡଗିରି ଯାତ୍ରା ମଞ୍ଚ ଦୁଲୁକି ଉଠିଛି । ଯାତ୍ରା ଆରମ୍ଭରୁ ରେକର୍ଡ ଡ୍ୟାନ୍‌ସ ସାଙ୍ଗକୁ ମନମତାଣିଆ କମେଡି ସହ ନାୟକ ନାୟିକାଙ୍କ କୋହଭରା ଓ ଖଳନାୟକାଙ୍କ କର୍କଶ ସ୍ଵରରର ସଂଳାପରେ ରୋମାଞ୍ଚିତ ହେଉଛି ରାତିର ରଙ୍ଗୀନ ମଞ୍ଚ । ଜଲିଉଡ୍‌ର ଜଣାଶୁଣା ଯାତ୍ରା କଳାକାର ଭାଗ୍ୟଶ୍ରୀ, ଟିକି, କାହ୍ନା, ବାପି ପଣ୍ଡା, ସଞ୍ଜୟ ଭୋଳ ଓ କମଳ ନନ୍ଦଙ୍କ ଅଭିନୟର ଯାଦୁ ଯାତ୍ରାପ୍ରେମୀଙ୍କ ଠାରେ ଉଷ୍ମତା ଭରି ଦେଉଛି । ମହତାବ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ମହତାବ ପଡ଼ିଆରେ ପ୍ରଥମ ରାତିରେ ବିଶ୍ବଦରବାର ଭେଟି ଦେଇଛି କଳାରଙ୍ଗ ନାହିଁ କଳା ନାୟକ’ ଓ ମୃତ୍ୟୁର ମଣିଷ ।

ଷ୍ଟାଇଲିସ୍‌ ନାୟକ ବାପି ପଣ୍ଡା ଓ କମଳ ନନ୍ଦଙ୍କ ଅଭିନୟ ପ୍ରଥମ ରାତିରେ ଦର୍ଶକଙ୍କ ମନ କିଣିଛି । ଚର୍ଚ୍ଚିତ ଖଳନାୟକ ସଞ୍ଜୟ ଭୋଳଙ୍କ ଛାତିଥରା ସଂଳାପ ସମସ୍ତଙ୍କୁ ଯାତ୍ରା ପ୍ରତି ଆକର୍ଶିତ କରୁଛି । ସେହିଭଳି ହାସ୍ୟାଭିନେତା କମେଡି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସୁଛି । ସନାତନ ସେବା ମଣ୍ଡପରେ ସୂର୍ଯ୍ୟମନ୍ଦିର ପରଷି ଦେଇଛି ହସକାନ୍ଦଭରା ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’ । ଟିକିନା, ଶୁଭେନ୍ଦୁ, ବାପି, ଟୁକୁଙ୍କୁ ଅଭିନୟ ସମସ୍ତଙ୍କ ମନ କିଣିଥିଲା । ଏହି ନାଟକର କାହାଣୀ ଦର୍ଶକମାନଙ୍କ ଆଖିରେ ଅମାନିଆ ଲୁହର ଲହଡ଼ି ସୃଷ୍ଟି କରିଥିଲା ।

ଏ ସମ୍ପର୍କରେ ଯାତ୍ରା ଅଭିନେତା ବାପି ପଣ୍ଡା କହିଥିଲେ, ''୨ ବର୍ଷ ପରେ ଆମେ ଯାତ୍ରା ମଞ୍ଚକୁ ଆସିଛୁ । ପୁରା ରାଜଧାନୀ ଏଥିପାଇଁ ଦୁଲକୁଛି । ଶହଶହ ଦର୍ଶକଙ୍କ ଭିଡ଼ ଲାଗୁଛି । ଏହାକୁ ଦେଖି ଆମକୁ ଖୁସି ଲାଗୁଛି । ତେବେ ପୂର୍ବଥର ବା ଆଗରୁ ଯେଭଳି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିଲା ତାହାକୁ ଏଥର ବାରଣ କରାଯାଇଛି । ତେଣୁ ସମସ୍ତେ ନିଜ ପରିବାର ସହ ଏଠାକୁ ଆସନ୍ତୁ ଆଉ ଯାତ୍ରା ଦେଖନ୍ତୁ । ଦର୍ଶକଙ୍କ ଭଲପାଇବା ହିଁ ଆମ ପାଇଁ ବଡ଼ ଆଶୀର୍ବାଦ ।''

ତେବେ ଶିବାନୀ ଗଣନାଟ୍ୟର ନାଟକ ‘ଆଖି ତୋର ଲୁହ ମୋର’ ଆଜି ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ଲୋକଙ୍କ ଆଖିରେ ଲୁହ ଆଣିଦେଇଥିଲା । ସେହିପରି ଫିଲ୍ମ ହଲ କିମ୍ୱା କୌଣସି ଅନୁଷ୍ଠାନରେ କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ସମସ୍ତ ଅପେରା ପାର୍ଟିର ରେକର୍ଡ ଡ୍ୟାନ୍ସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସମସ୍ତ ଦର୍ଶକ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହାପରେ ଝୁଲୁରେ ନିତାଇ ଝୁଲୁ,ମେଘରେ ମେଘ ଗୀତ ଗୀତ ପରିବେଷଣ ସହ ଡ୍ୟାନ୍‌ସ ଆରମ୍ଭ ହୋଇଥିଲା । ଏହାକୁ ନେଇ ଖଣ୍ଡଗିରି ମେଳାର ଯାତ୍ରା ଚଳିତ ବର୍ଷ ବେଶ ଧୂମଧାମରେ ଚାଲିଛି ।

ଅପେରା ପାର୍ଟି ଗୁଡିକ ମଧ୍ୟ ସେମାନଙ୍କ ଯାତ୍ରା ପାର୍ଟିକୁ ନେଇ ଚଳଚଞ୍ଚଳ ହୋଇପହିଛନ୍ତି । ହେଲେ ଏଥର ଯାତ୍ରାରେ ନଗ୍ନତା ପ୍ରଦର୍ଶନକୁ ବନ୍ଦ କରିବାକୁ କଡ଼ାକଡ଼ି କରାଯାଇଛି । ତେଣୁ ବିଭିନ୍ନ ମଞ୍ଚରେ ପାରମ୍ପାରିକ ଗୀତର ତାଳେତାଳେ ରେକର୍ଡ ଡ୍ୟାନ୍‌ସ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବେଶ ଉତ୍କଣ୍ଠା ରହିଛି । ତେଣୁ ପରିବାର ସହ ଆସି ରାଜଧାନୀ ସମେତ ବାହାରୁ ଦର୍ଶକ ଯାତ୍ରା ପେଣ୍ଡାଲ ପାଖେ ଭିଡ ଜମାଇବା ସହ ଧାଡି ବାନ୍ଧି ଶୃଙ୍ଖଳିତ ଢଙ୍ଗରେ ଅପେରା ଦେଖୁଛନ୍ତି ।

ଯାତ୍ରା ପରିବେଷଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଅନୁମତି ମିଳିଛି । ସେଥିମଧ୍ୟରୁ ବିଶ୍ଵଦରବାର, ତୁଳସୀ, ସାଇ ସମ୍ରାଟ, କୋଣାର୍କ, ସୂର୍ଯ୍ୟ ମହଲ, କଳିଙ୍ଗ, ଶିବାନୀ, ରଙ୍ଗ ମହଲ, ସୂର୍ଣ୍ଣ ମହଲ, ସ୍ବପ୍ନ ମହଲ ଅପେରାଦଳ ଯାତ୍ରା ମଇଦାନକୁ ଓହ୍ଲାଇଛନ୍ତି । ଏଥିସହ ଭୁଲିଜା ଯାହା ଭୁଲ୍‌ ହୋଇଛି’, ଓ ‘ଯମ ଯନ୍ତ୍ରଣା’ ପରି ନାଟକ ଦେଖିବାକୁ ମିଳିବା ସହ କୋଣାର୍କରେ ‘ତୋ ବିନା ମୁଁ ଅଧା’, ‘କନିଆଁ କାନ୍ଦୁଛି କୋଣାର୍କରେ’ ଓ ‘ଆଖି ଅବୁଝାକୁ ଲୁହ ଅବୁଝା’ ଏମିତି ୩ଟି ଭିନ୍ନ ସ୍ବାଦର କାହାଣୀ ପରଷିବେ ଯାତ୍ରା କଳାକାର ।

ଏଥିରେ ଚର୍ଚ୍ଚିତ ଖଳନାୟକ ଦୈତ୍ୟାରୀ ପଣ୍ଡାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ତେଣୁ ଏହି ନୂଆ ନୂଆ କାହାଣୀକୁ ଦେଖିବା ପାଇଁ ଲାଗୁଛି ଦର୍ଶକଙ୍କ ଭିଡ। ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ ଯାତ୍ରାରେ ସିଧାସଳଖ ପ୍ରିୟ କଳାକାରଙ୍କ ଅଭିନୟ ଦେଖିବୁ । ଆଉ ନିଚ୍ଛକ କାହାଣୀ ସହ ନିଚ୍ଛକ ଅଭିନୟ ଦେଖି ଖୁସି ହେବୁ ବୋଲି କହିଛନ୍ତି ଦର୍ଶକ ।

ଓଡ଼ିଆ ସଂସ୍କୃତି ପରମ୍ପରା ଓ କାଳର ଅନନ୍ୟ ନିଦର୍ଶନ ଯାତ୍ରା ହୋଇଥିବା ବେଳେ କାହିଁ କେଉଁ ଅମଳରୁ ଏହି ପୁରୁଣା କଳାପ୍ରଦର୍ଶନ ରହି ଆସିଛି । ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳର କଳାକାରଙ୍କୁ ଜୀବିକାର ଆଧାର ସାଜିଛି । ତେଣୁ କାହଁଡଗିରି ଯାତ୍ରାର ଅସାର ୩ ବର୍ଷ ପରେ ହେଉଥିବାରୁ ଏହି ମହାକୁମ୍ଭରେ ସାମିଲ ହୋଇଥିବା କଳାକାର କର୍ମଚାରୀ ଆୟୋଜକ ଓ ସର୍ବୋପରି ଦର୍ଶକ ବି ବେଶ ଖୁସି ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.