ETV Bharat / state

ଶତାଧିକ ମହିଳା ଭାଙ୍ଗିଲେ ତାଲା, ଦୀର୍ଘ ୧୦ଦିନ ପରେ ଖୋଲିଲା କପିଳେଶ୍ବର ମନ୍ଦିର

author img

By

Published : Mar 6, 2023, 9:05 PM IST

ଦୀର୍ଘ ୧୦ଦିନ ପରେ ଖୋଲିଲା ପୁରୁଣା ଭୁବନେଶ୍ବର ସ୍ଥିତ କପିଳେଶ୍ବର ମନ୍ଦିର । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମନ୍ଦିରରେ ପୂଜା ବନ୍ଦ ରହିଥିଲା । ଅଧିକ ପଢନ୍ତୁ

Kapileshwar temple
Kapileshwar temple
ଦୀର୍ଘ ୧୦ଦିନ ପରେ ଖୋଲିଲା କପିଳେଶ୍ବର ମନ୍ଦିର

ଭୁବନେଶ୍ବର: ଦୀର୍ଘ ୧୦ଦିନ ପରେ ଆଜି ଖୋଲିଲା ପୁରୁଣା ଭୁବନେଶ୍ବର ସ୍ଥିତ କପିଳେଶ୍ବର ମନ୍ଦିର। ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ବେଳେ ଜୟ କପିଳନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ପରିବେଶ । ହାଣ୍ଡିଭଙ୍ଗା ଯାତଠାରୁ ମନ୍ଦିର ବନ୍ଦ ରହିଥିବା ବେଳେ ଏହାକୁ ନେଇ ୧୦ ଦିନ ଧରି ଭୋକରେ ଥିଲେ ଠାକୁର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା ।

ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଥିବାରୁ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏହାକୁ ନେଇ କପିଳନାଥଙ୍କ ପୂଜା ବନ୍ଦ ଥିଲା ଆଉ ଉପାସରେ ରହିଥିଲେ ଠାକୁର । ତେଣୁ କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତଠାରୁ ବନ୍ଦ ରହିଥିଲା କପିଳନାଥ ମନ୍ଦିରର ମୁଖ୍ୟ ଦ୍ବାର । ଦୀର୍ଘ ୧୦ଦିନ ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା କପିଳେଶ୍ବର ମନ୍ଦିର । ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ବେଳେ ଜୟ କପିଳନାଥ ଧ୍ବନିରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଆଉ ଭକ୍ତମାନେ ମନ୍ଦିର ଖୋଲା ହେଲା ପରେ ଘଣ୍ଟି ବାଡେଇ ଓମ୍‌ ନମଃ ଶିବାୟ କହି ପ୍ରଭୁଙ୍କ ଦର୍ଶନ କରିଛନ୍ତି । କାରଣ କପିଳନାଥ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା । ତାଙ୍କର ଟିକିଏ ଦର୍ଶନ ପାଇଁ ଭକ୍ତଟିଏ ସର୍ବଦା ବ୍ୟାକୁଳ ହୋଇଥାଏ ।

ଏହା ବି ପଢନ୍ତୁ- ଜଙ୍ଗଲ ନିଆଁ ଲିଭାଇ ପାରୁନି ବନବିଭାଗ, ପ୍ରଦୂଷଣ ସିଟି ତାଲିକାରେ ରାଉରକେଲା ଶୀର୍ଷରେ

ବିଶ୍ବାସ ରହିଛି କପିଳନାଥଙ୍କ ପୀଠ ଏମିତି ଏକ ପୀଠ ଯେଉଁଠି ସ୍ବୟଂ ଶିବ ବାସ କରିଥାନ୍ତି । ଆଉ ଭକ୍ତଟିଏ ପ୍ରଭୁଙ୍କର ନିଶ୍ବାସ ପ୍ରଶ୍ବାସ ଶୁଣିପାରନ୍ତି । ସେହି ବିଶ୍ବାସକୁ ନେଇ ପ୍ରଭୁଙ୍କର ଟିକିଏ ଦର୍ଶନ ପାଇଁ ବେଶ ଭିଡ଼ ଲାଗେ । କିନ୍ତୁ ମନ୍ଦିର ବନ୍ଦ ଥିବାରୁ ଭକ୍ତ ଦର୍ଶନରୁ ବଞ୍ଚିତ ଥିଲା । ଆଉ ଆଜି ମନ୍ଦିର ଖୋଲା ହେବାରୁ ଭକ୍ତଙ୍କ ଭିଡ଼ ଜମିଛି । ହାଣ୍ଡିଭଙ୍ଗା ଯାତଠାରୁ ଦୀର୍ଘ ୧୦ଦିନ ଧରି ଠାକୁର ବିନା ନୀତିକାନ୍ତି ଓ ଭୋକ ଉପବାସରେ ଥିଲେ। ସେପଟେ ସେବାୟତଙ୍କ ଏହି ବିବାଦକୁ ନେଇ ଚଳିତ ବର୍ଷ ମଧ୍ୟ ହୋଇପାରିନଥିଲା କପିଳନାଥଙ୍କ ଯାତ୍ରା ।

ଦୁଇ ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ଅନେକ ଥର ଉଦ୍ୟମ ହୋଇଥିଲେ ହେଁ କୌଣସି ସୁଫଳ ମିଳି ପାରିନଥିଲା । ଆଜି ମନ୍ଦିର ଦ୍ବାର ଖୋଲା ଯାଇଥିଲେ ମଧ୍ୟ ନୀତିକାନ୍ତି କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁରୁଣା ଭୁବନେଶ୍ବର ସ୍ଥିତ କପିଳନାଥ ମନ୍ଦିର ନିକଟରେ ବ୍ୟାପକ ପୋଲିସ ମୁତୟନ କରି ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.