ETV Bharat / state

ଶ୍ରାବଣର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର - ହର ହର ମହାଦେବରେ କମ୍ପୁଛି ଶୈବପୀଠ

ଶ୍ରାବଣର ଦ୍ବିତୀୟ ସୋମବାର । ଲିଙ୍ଗରାଜ ମନ୍ଦିରରେ ପାଣି ଢ଼ାଳିବା ପାଇଁ ଲାଗିଛି କଉଡିଆଙ୍କ ଲମ୍ବା ଧାଡି । ଅଧିକ ପଢନ୍ତୁ

second monday of sawan 2023
second monday of sawan 2023
author img

By

Published : Jul 17, 2023, 3:22 PM IST

ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣର ଦ୍ବିତୀୟ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବ ପୀଠ । ଲିଙ୍ଗରାଜ ମନ୍ଦିର ରାଜ୍ୟର ପ୍ରସିଦ୍ଧ ଓ ପୁରାତନ ଶୈବ କ୍ଷେତ୍ର ହୋଇଥିବା ବେଳେ ଏଠାରେ ପାଣି ଢ଼ାଳିବା ପାଇଁ ଲାଗିଛି କଉଡିଆଙ୍କ ଲମ୍ବା ଧାଡି । ମାନସିକ କରି କାହିଁ କେତେ ଦୂରରୁ ଆସିଥିବା କାଉଡିଆ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରିଛନ୍ତି । ଶିବ ଶିବ ହର ହର ମହାଦେବରେ କମ୍ପୁଛି ଶୈବପୀଠ ।

କାନ୍ଧରେ ପାଣିଭରା ଧରି ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଚାଲି ଚାଲି ଆସି ଲିଙ୍ଗରାଜଙ୍କୁ ଜଳଲାଗି କରିଛନ୍ତି କାଉଡିଆ । ଧାଡିରେ ଠିଆ ହୋଇ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହ ଜଳ ଲାଗି କରିଛନ୍ତି ମାନସିକଧାରୀ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସି କାଉଡିଆମାନେ କାନ୍ଧରେ ପାଣିଭରା ଧରି ଚାଲି ଚାଲି ଆସି ଶ୍ରଦ୍ଧା ଓ ବିଶ୍ୱାସରର ସହ କଷ୍ଟକୁ ଭୃକ୍ଷେପ ନକରି ପ୍ରଭୁ ଲିଙ୍ଗରାଜଙ୍କୁ ପାଣି ଢାଳିଛନ୍ତି ।

ଅନ୍ୟପଟେ ପାଣି ଲାଗି ପାଇଁ ଗତକାଲିଠୁ ଭକ୍ତଙ୍କ ଭିଡ] ଲାଗୁଥୁବା ବେଳେ ରାଜଧାନୀର ରାଜରାସ୍ତାରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବର୍ଷାରେ ଭିଜିଭିଜି ଭକ୍ତମାନେ ଆସି ମନ୍ଦିରରେ ପହଞ୍ଚିଥିଲେ ଆଉ ସକାଳୁ ସକାଳୁ ଜଳଲାଗି କରିଥିଲେ । ଏହାରି ଭିତରେ କେବଳ ଗଡୁ କି କଳସି ନୁହେଁ ଜଣେ ଭକ୍ତ ଗରାରେ ପାଣି ଆଣିଥିବା ଦେଖିବାକୁ ମିଳିଥିଲା । ଦୁଇଟିଯାକ ଗରା ୬ କିଲୋରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ବାଣପୁରରୁ ଭକ୍ତ ଜଣକ ଏହି ଭାରି ଗରାପୁରଣ ପାଣିକୁ କାନ୍ଧରେ ବୋହି ଆସିଥିଲେ । ଆଉ ଭକ୍ତଙ୍କର ଏହି ନିଆରା ପ୍ରୟାସକୁ ସମସ୍ତେ ବେଶ ପ୍ରଶଂସା କରିଥଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଶ୍ରାବଣ ସୋମବାର, ଶୈବ ପୀଠରେ କାଉଡିଆଙ୍କ ପ୍ରବଳ ଭିଡ଼

ସେହିପରି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ମଧ୍ୟ ହଜାର ହଜାର କାଉଡ଼ିଆଙ୍କ ସମାଗମ ହୋଇଛି । ମାନସିକ କରି କାହିଁ କେତେ ଦୂରରୁ ଆସିଥିବା କାଉଡ଼ିଆ ବାବା ଧବଳେଶ୍ଵରଙ୍କୁ ଜଳ ଲାଗି କରିଛନ୍ତି । ରାତ୍ର ୨ଟାରୁ ପହଡ଼ ଖୋଲା ଯାଇ ୧୦୮ ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟା ଯାଇଥିଲା । ବାବା ଧବଳେଶ୍ବରଙ୍କ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ନୂଆ କରି ତିଆରି ହୋଇଥବା କଂକ୍ରିଟ ସେତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.