ETV Bharat / state

ଶୁଣିଲାନି ପ୍ରଶାସନ, ରାସ୍ତାରେ ଧାନ ରୋଇଁଲେ ଗ୍ରାମବାସୀ - ଖୋର୍ଦ୍ଧା ରାସ୍ତା ସମସ୍ୟା

ରାସ୍ତା ଅବ୍ୟବସ୍ଥା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ସୁଫଳ ନ ମିଳିବାରୁ ରାସ୍ତା ଉପରେ ଧାନ ରୋଇଁ ପ୍ରତିବାଦ କଲେ ଗ୍ରାମବାସୀ । ଖୋର୍ଦ୍ଧା ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ରାସ୍ତାରେ ଧାନ ରୋଇଁଲେ ଗ୍ରାମବାସୀ

author img

By

Published : Jul 15, 2021, 8:43 PM IST

ଖୋର୍ଦ୍ଧା: ରାସ୍ତା ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ । ଶେଷରେ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଧାନ ତଳି ରୋଇଁ ନିଆରା ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ଏହି ଘଟଣା କେଉଁ ଉପାନ୍ତ କି ଅପହଞ୍ଚ ଇଲାକାର ନୁହେଁ, ବରଂ ଖୋର୍ଦ୍ଧା ଠାରୁ ମାତ୍ର 20 କିଲୋମିଟର ଦୂରରେ ଥିବା ଗାଁର ସ୍ଥିତି । ଖରାଦିନ ହେଉ ଅବା ବର୍ଷାଦିନ ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ବର୍ଷ ତମାମ କୃତ୍ରିମ ପୋଖରୀ ସୃଷ୍ଟି ହୋଇଥାଏ । ଆଉ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ସ୍ୱାସ୍ଥ୍ୟସେବା, ହାଟ ଓ ବ୍ୟାଙ୍କ ସେବା ଉପରେ ନିର୍ଭର କରିଥାନ୍ତି ।

ଶୁଣିଲାନି ପ୍ରଶାସନ, ରାସ୍ତାରେ ଧାନ ରୋଇଁଲେ ଗ୍ରାମବାସୀ

ବହୁ ଦିନରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାର ଏହି ରାସ୍ତାର ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଲୁଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଜନସାଧାରଣ ବାରମ୍ବାର ଏହାର ମରାମତି ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରି ନିରାଶ ହେବାପରେ ଆଜି ଉକ୍ତ ରାସ୍ତାରେ ତଳି ରୋଇଁ ପ୍ରତିବାଦ କରିଛନ୍ତି । ସେହିପରି ତୁରନ୍ତ ଏହି ରାସ୍ତାର ମରାମତି 15ଦିନ ମଧ୍ୟରେ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ସେପଟେ ବିଭାଗୀୟ ଯନ୍ତ୍ରୀ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ ତୁରନ୍ତ ରାସ୍ତା କାମ କରାଯିବ ବୋଲି କହିଛନ୍ତି ।

ତେବେ କେବେ ଏହି ରାସ୍ତାର ମରାମତି କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ ତାହାକୁ ଅପେକ୍ଷା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.