ETV Bharat / state

ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ

ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ପାକିସ୍ତାନ ସରକାରର ଅନୁରୋଧ ପରେ ମିଳିତ ଜାତିସଂଘ ପରିଷଦ ଆତଙ୍କବାଦୀ ହାପିଜ ସଇଦର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବାକୁ ଅନୁମତି ଦେଇଛନ୍ତି । ଯାହା କି ପୁଣି ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।

author img

By

Published : Sep 27, 2019, 8:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଓ ସହଯୋଗ ପାକ୍‌ ସରକାର ଯୋଗାଇ ଦେଉଛି। ନିକଟରେ ପାକିସ୍ତାନ ସରକାରର ଅନୁରୋଧ ପରେ ମିଳିତ ଜାତିସଂଘ ପରିଷଦ ଆତଙ୍କବାଦୀ ହାପିଜ ସଇଦର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବାକୁ ଅନୁମତି ଦେଇଛନ୍ତି। ଯାହାକି ପୁଣି ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ସେନାର କର୍ମୀମାନେ ମାଷ୍ଟର କ୍ୟାଣ୍ଟିନରେ ଆୟୋଜିତ ବିକ୍ଷୋଭ ସମାବେଶରେ ଇମ୍ରାନ ଖାନଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ହାପିଜକୁ ଟଙ୍କା ଉଠାଇବା ଅନୁମତିକୁ ଜାତିସଂଘ ପରିଷଦର ଦୋମୁହାଁ ନୀତି କହିବା ସହ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରି ସାରା ବିଶ୍ଵରୁ ଆତଙ୍କବାଦ ବିଲୋପ କରିବାକୁ ସେନା ପ୍ରମୁଖ ହେମନ୍ତ ରଥ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭାରତର ପଡୋଶୀ ରାଷ୍ଟ୍ରକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ କୁଶ ପୁତ୍ତଳିକା ଦାହ।

Body:ସାରା ବିଶ୍ୱରେ ଆତଙ୍କବାଦର ଜନକ ଭାବେ ପାକିସ୍ଥାନ ଜଣାଶୁଣା।ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଓ ସହଯୋଗ କରିବା ସହ ସେମାନଙ୍କୁ ସେହି ଦେଶରେ ଆରାମରେ ରହିବାକୁ ସୁବିଧା ସୁଯୋଗ ତାଙ୍କ ସରକାର ଯୋଗାଇ ଦେଉଛନ୍ତି।ଏପରିକି ଆନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷିତ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ଭଳି ଅନେକ ଙ୍କୁ ସେଠାର ସରକାର ସହଯୋଗ କରୁଛନ୍ତି।ତେବେ ଏହି ନିକଟରେ ପାକିସ୍ଥାନ ସରକାର ର ଅନୁରୋଧ ପରେ ଆନ୍ତର୍ଜାତିକ ସଂଗଠନ ମିଳିତ ଜାତିସଙ୍ଘ ପରିଷଦ ସେହି ଆତଙ୍କବାଦୀ ର ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଉଥାଣ କରିବାକୁ ଅନୁମତି ଦେଇଛନ୍ତି।ଯାହା କି ପୁଣି ବିଶ୍ୱ ପାଇଁ ବିପଦ ଆଣିପାରେ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।ତେଣୁ ଜାତିସଂଘ ପରିଷଦର ଏହି ପଦକ୍ଷେପ କୁ ଦୋମୁହାଁ ନୀତି କହିବା ସହ ପାକିସ୍ଥାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରି ସାରା ବିଶ୍ଵରୁ ଆତଙ୍କବାଦ ବିଲୋପ କରିବାକୁ ସେନା ପ୍ରମୁଖ ହେମନ୍ତ ରଥ ଦାବି କରିଛନ୍ତି।ଏହି ଅବସରରେ ସେନାର କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ ଇମ୍ରାନ ଖାନ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ପାକିସ୍ଥାନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।
ବାଇଟ-ହେମନ୍ତ ରଥ,ସେନା ପ୍ରମୁଖ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.