ETV Bharat / state

ଓବିସି ସର୍ଭେ ରିପୋର୍ଟ ଦାଖଲ କଲେ କମିଶନ; ରାଜ୍ୟରେ 1 କୋଟି 95 ଲକ୍ଷ ପଛୁଆ ବର୍ଗର ଲୋକ ! - ବିହାରରେ 60 ପ୍ରତିଶତରୁ ଅଧିକ ଓବିସି ବର୍ଗ

ଓଡିଶା ସରକାରଙ୍କ ଦ୍ବାରା ହୋଇଥିବା ପଛୁଆ ବର୍ଗ ସର୍ଭେର ରିପୋର୍ଟ ପ୍ରକାଶ ପାଇଛି । ଓବିସି କମିଶନ ଜଷ୍ଟିସ ରଘୁନାଥ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ଏହି ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ଓବିସି ସର୍ଭେ ରିପୋର୍ଟ ଦାଖଲ କଲେ କମିଶନ
ଓବିସି ସର୍ଭେ ରିପୋର୍ଟ ଦାଖଲ କଲେ କମିଶନ
author img

By ETV Bharat Odisha Team

Published : Oct 4, 2023, 12:23 PM IST

ଭୁବନେଶ୍ବର: ନୀତିଶ ସରକାରଙ୍କ ଜାତିଭିତ୍ତିକ ଗଣନା ରିପୋର୍ଟ ପ୍ରକାଶ ପାଇଛି । ବିହାରରେ 60 ପ୍ରତିଶତରୁ ଅଧିକ ଓବିସି ବର୍ଗର ଲୋକ ରହିଛନ୍ତି । ଯାହାକୁ ନେଇ ବିହାରରେ ବାକଯୁଦ୍ଧ ଆରମ୍ଭ ହୋଇଛି । ସେହିପରି ଓଡ଼ିଶା ସରକାର କରାଇଥିବା ସର୍ଭେର ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ମିଳିଛି । ଓବିସି କମିଶନ ଜଷ୍ଟିସ ରଘୁନାଥ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ଏହି ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଗତ ମେ 1ରୁ ଜୁଲାଇ 10 ତାରିଖ ଯାଏଁ ରାଜ୍ୟରେ ହୋଇଥିଲା ଓବିସି ସର୍ଭେ । ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ ଓ ଡୋର୍‌ ଟୁ ଡୋର୍‌ ସର୍ଭେ ହୋଇଥିଲା । ରାଜ୍ୟରେ ପ୍ରାୟ 1 କୋଟି 91 ଲକ୍ଷ ଓବିସି ବର୍ଗର ଲୋକ ଥିବାବେଳେ ଆଉ କେତେକ ଜାତି ଓବିସି ବର୍ଗରେ ସାମିଲ ପାଇଁ ଦାବି କରିଥିଲେ । ପରେ ଶୁଣାଣି ଜରିଆରେ ସେମାନଙ୍କୁ ମଧ୍ୟ ଓବିସି ବର୍ଗରେ ସାମିଲ କରାଯାଇଛି । ଏହାପରେ ଓବିସି ବର୍ଗଙ୍କ ସଂଖ୍ୟା ପ୍ରାୟ 1 କୋଟି 95 ଲକ୍ଷରେ ପହଁଚିଛି । ଯାହା ରାଜ୍ୟର ମୋଟ ଜନସଂଖ୍ୟାର 43 ପ୍ରତିଶତ ବୋଲି କୁହାଯାଉଛି ।

ତେବେ ପଛୁଆ ବର୍ଗଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେବାକୁ ହେଲେ ରାଜ୍ୟରେ ସେମାନଙ୍କ ସଂଖ୍ୟା 54 ପ୍ରତିଶତ ବା ତାହା ଠାରୁ ଅଧିକ ହେବା ଦରକାର । ଏହା ହେଲେ ହିଁ ଓବିସି ବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ 27 ପ୍ରତିଶତ ସଂରକ୍ଷଣ ପାଇଁ ଆଇନ ଅଣାଯାଇ ପାରିବ । ସେହିପରି ରାଜ୍ୟରେ ଏସ୍‌ଟି ବର୍ଗଙ୍କୁ 22.5 ପ୍ରତିଶତ ଓ ଏସ୍‌ସି ବର୍ଗଙ୍କୁ 16.25 ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ସର୍ଭେ ମାଧ୍ୟମରେ ରାଜ୍ୟର 30ଟି ଜିଲ୍ଲାର 314 ବ୍ଲକ ଓ 114 ପୌରାଞ୍ଚଳରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସମୀକ୍ଷା କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ- ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଲା ବସନ୍ତିଆ ସଂପ୍ରଦାୟ

ପ୍ରକାଶ ଥାଉକି, 2021 ମେ' ମାସରେ ପଛୁଆ ବର୍ଗ ସର୍ଭେ ପାଇଁ ଘୋଷଣା ହୋଇଥିଲା । କୋଭିଡ୍‌ ସଂକ୍ରମଣ ଲାଗି ସେତେବେଳେ ଗଣନା ସ୍ଥଗିତ ରଖାଯାଇଥିଲା । ତେବେ ଚଳିତ ବର୍ଷ ମେ' 1 ତାରିଖରୁ ଜୁନ୍‌ ମାସ 6 ତାରିଖ ପର୍ଯ୍ୟନ୍ତ ହୋଇଥିଲା । ତେବେ ସର୍ଭେରେ ପ୍ରତିଦିନ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକମାନଙ୍କର ତଥ୍ୟ ସଂଗ୍ରହ କରିଥିଲେ । 6 ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ 30 ଜିଲ୍ଲାର ଜୋନାଲ୍‌ ଅଫିସର ଦାୟିତ୍ୱ ଦିଆଯାଇଥିଲା । ସେହିପରି ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଞ୍ଚଳରେ ୱାର୍ଡ୍‌ ଅଫିସର, ଟ୍ୟାକ୍ସ କଲେକ୍ଟର ଗଣନାକାରୀ କାର୍ଯ୍ୟ ତୁଲାଉଥିଲେ । ପ୍ରତ୍ୟେକ 10 ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ 2ରୁ 5 ଜଣ ଲେଖାଏଁ ଗଣନାକାରୀ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.