ETV Bharat / state

Journalist Attack : ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଆଗରେ ଧାରଣା

author img

By

Published : Jan 31, 2022, 6:55 PM IST

ଜଟଣୀରେ ସାମ୍ବାଦିକ ରବୀନ୍ଦ୍ର ନାଥଙ୍କୁ ଆକ୍ରମଣ ଘଟଣା । ଏନେଇ ସୋମବାର ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ

Journalist Attack : ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଆଗରେ ଧାରଣା
Journalist Attack : ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଆଗରେ ଧାରଣା

ଖୋର୍ଦ୍ଧା : ଜଟଣୀରେ ସାମ୍ବାଦିକ ରବୀନ୍ଦ୍ର ନାଥ ମହାକୁଡ଼ଙ୍କୁ ଏକ ସପିଙ୍ଗ ମଲ କର୍ମଚାରୀ ଓ ବାଉନ୍ସର ଆକ୍ରମଣକୁ ବିଭିନ୍ନ ସାମ୍ବାଦିକ ସଂଘ ବିରୋଧ କରିଛନ୍ତି। ଏନେଇ ସୋମବାର ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ବହୁ ସାମ୍ବାଦିକ ଜଟଣୀ ଥାନା ଆଗରେ ଧାରଣା ଦେଇଥିଲେ।

ଥାନା ଅଧିକାରୀ ଦୟାନିଧି ନାୟକ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା। ଅନ୍ଯପଟେ କୋଭିଡ ଗାଇଡ ଲାଇନ ଉଲଘଂନ ନେଇ ସମ୍ପୃକ୍ତ ମଲକୁ ସପ୍ତାହେ ସିଲ କରାଯିବା ନେଇ ଦାବି କରିଛନ୍ତି ସାମ୍ବାଦିକ । ଏନେଇ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମନ୍ବିତ କର୍ମଜୀବୀ ସାମ୍ବାଦିକ ସଂଘ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ସାମ୍ବାଦିକ ମହାକୁଡ଼ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଏହାସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, ଜଟଣୀ ରାମଚନ୍ଦ୍ରପୁର ଠାରେ ଏକ ନୂତନ ଶୋ’ରୁମ ମୋର ଷ୍ଟୋର ଉଦ୍‌ଘାଟନ ବେଳେ ଶତାଧିକ ଲୋକ ଜମା ହେବା ସହ କୋଭିଡ୍ ନିୟମକୁ ଖୋଲାଖୋଲି ଉଲଂଘନ କରିଥିଲେ। ଏହି ସମୟରେ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠାରେ ପହଞ୍ଚି ଫଟୋ ଉଠାଉଥିଲେ। ଏହା ଦେଖି ଶୋ’ରୁମ୍ ମ୍ୟାନେଜର ଉତକ୍ଷିପ୍ତ ହୋଇ ମହାକୁଡଙ୍କୁ ଗାଳିଗୁଲଜ କରିଥିଲେ।

ଏହାବି ପଢନ୍ତୁ : ବଢିବ ତାପମାତ୍ରା କମିବ ଶୀତ, ୩ରୁ ଭିଜିବ ଓଡ଼ିଶା

ସଙ୍ଗେ ସଙ୍ଗେ କେତେଜଣ ବାଉନ୍ସର ପହଞ୍ଚି ରବୀନ୍ଦ୍ର ନାଥଙ୍କ କ୍ୟାମେରା ଛଡ଼ାଇନେବା ସହ ଧକ୍କା ମାରିଥିଲେ। ଏଥିସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ସେ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଯଦି ପୋଲିସ ଶୋ'ରୁମ୍ ମ୍ୟାନେଜର ଏବଂ ବାଉନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି । ଆଗାମୀ ଦିନରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.