ETV Bharat / state

ସାମ୍ବାଦିକଙ୍କ ପାଇଁ ଖୁସି ଖବର, ସ୍ୱାସ୍ଥ୍ୟ ବୀମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି - ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା

ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିରେ ବୃଦ୍ଧି । ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

author img

By

Published : Jul 18, 2023, 9:33 PM IST

  • କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ଉପକୃତ… pic.twitter.com/vhoh9bWkir

    — I & PR Department, Odisha (@IPR_Odisha) July 18, 2023 " class="align-text-top noRightClick twitterSection" data=" ">

ଭୁବନେଶ୍ବର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ରାଜ୍ୟର ୮ ହଜାର ୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ । ପୂର୍ବରୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ବାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇପାରିବେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ୭ ତାରିଖରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ଆବେଦନ ପାଇଁ କଲ୍ୟାଣ ଯୋଜନା ୱେବ୍‌ ପୋର୍ଟାଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ନୀତି ଉପରେ ଗୁରୁତ୍ୱ ଦେଇ ଏହି ୱେବ୍‌ ପୋର୍ଟାଲ ଆରମ୍ଭ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହାଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଓଡ଼ିଆ ସାମ୍ବାଦିକମାନେ ସୁବିଧାରେ ଅନଲାଇନ ଯୋଗେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ପୋର୍ଟାଲ ଦ୍ୱାରା ସାମ୍ବାଦିକ ମାନଙ୍କୁ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ । ଏପରିକି ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଘରେ ବସି ପୋର୍ଟାଲ ମାଧ୍ୟମରେ ନାମ ପଞ୍ଜୀକରଣ କରିବା ସହ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ । ହକର୍‌ମାନେ ମଧ୍ୟ ଏହି ୱେବପୋର୍ଟାଲ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ । ପୋର୍ଟାଲ ରାଜ୍ୟର ସମସ୍ତ ସାମ୍ବାଦିକ ଓ ହକର୍‌ମାନଙ୍କ ପାଇଁ ଏକ ଡାଟାବେସ୍‌ ଉପଲବ୍ଧ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସାମ୍ବାଦିକ କଲ୍ୟାଣ ଯୋଜନା ୱେବପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସରକାରଙ୍କ 5T ନୀତି ଆଧାରରେ ଏହି ୱେବ୍‌ ପୋର୍ଟାଲର ପରିକଳ୍ପନା କରାଯାଇଛି । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସହ ସାମ୍ବାଦିକ ବନ୍ଧୁଙ୍କୁ ସୁବିଧାରେ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ସରକାର ଗୁରୁତ୍ୱ ଦେଇ ଏହି ପୋର୍ଟାଲର ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ଏହି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ରାଜ୍ୟର ୮,୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ଉପକୃତ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.