ETV Bharat / state

Journalist Attacked: ସଞ୍ଜୟ ନାୟକଙ୍କ ଗିରଫ ଦାବି କଲା ବିଜେପି

author img

By ETV Bharat Odisha Team

Published : Nov 4, 2023, 4:17 PM IST

ଇଟିଭି ଭାରତ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ପ୍ରଯୋଜକ ଟୁଟୁ ନାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ବିଜେପିର ପ୍ରତିକ୍ରିୟା। ସଞ୍ଜୟ ନାୟକଙ୍କ ତୁରନ୍ତ ଗିରଫ ଦାବି କଲା ବିଜେପି । ଅଧିକ ପଢନ୍ତୁ

Journalist Attacked
Journalist Attacked
Journalist Attacked

ଭୁବନେଶ୍ବର: ଇଟିଭି ଭାରତ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ପ୍ରଯୋଜକ ଟୁଟୁ ନାୟକଙ୍କ ଅଶାଳୀନ ବ୍ୟବହାର ଓ ମାଡ ଘଟଣା। ଘଟଣାକୁ ଦୃଢ ଭାବେ ନିନ୍ଦା କଲା ବିଜେପି। ଏନେଇ ବିଜେପି ମୁଖପାତ୍ର ଏବଂ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

ବିଜେଡି ଏବଂ ରାଜ୍ୟ ସରକାର ମହିଳା ସମ୍ମାନ କଥା ସବୁ ସମୟେ କହିଥାଆନ୍ତି। କିନ୍ତୁ ଏ ସରକାର ସମୟର ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଗତକାଲି(ଶୁକ୍ରବାର) ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କ ଉପରେ ଫିଲ୍ମ ପ୍ରୋଯାଜକ ସଞ୍ଜୟ ନାୟକ ଯେଭଳି ଆକ୍ରମଣ ଏବଂ ଦୁର୍ବ୍ୟବହାର କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ ବୋଲି କୁହାଯାଇଛି।

ଏନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା କଥା ସର୍ବଦା କହିଥାଆନ୍ତି। ହେଲେ ମହିଳାଙ୍କ ଉପରେ ତ ଆକ୍ରମଣ ହେଉଛି କିନ୍ତୁ ବର୍ତ୍ତମାନ ସାମ୍ବାଦିକମାନେ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି। ଶୁକ୍ରବାର ଦିନ ସାମ୍ବାଦିକା ଦେବସ୍ମିତା ମଧ୍ୟ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଡ ଖାଇଛନ୍ତି। ସିନେ ପ୍ରଯୋଜକ ସଞ୍ଜୟ ନାୟକ ଯେଉଁଭଳି ସର୍ବ ସମ୍ମୁଖରେ ସାମ୍ବାଦିକାଙ୍କୁ ଆକ୍ରମଣ କହିଲେ ଆମେ ତାହାକୁ ଦୃଢ ନିନ୍ଦା କରୁଛୁ। କିନ୍ତୁ ଏଭଳି ସବୁ ଘଟିବା ପରେ ମଧ୍ୟ ସରକାର ନିରବ ରହିଛନ୍ତି। ପୂର୍ବରୁ ଟୁଟୁ ନାୟକଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। ଗତକାଲି ଠାରୁ ଘଟଣା ଘଟି ଯାଇଥିଲେ ସୁଦ୍ଧା ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୋଲିସ ପ୍ରଶାସନ କଣ କରୁଛି। ସରକାରଙ୍କ କଣ ସମ୍ପର୍କୀୟ କି, ଆମେ ଏ ପ୍ରଶ୍ନ ପଚାରୁଛୁ ସରକାରଙ୍କୁ। ଆମର ଦାବି ଶୀଘ୍ର ଟୁଟୁ ନାୟକଙ୍କୁ ଗିରଫ କରାଯାଉ।"

ଏହା ମଧ୍ୟ ପଢନ୍ତୁ: ସାମ୍ବାଦିକାଙ୍କୁ ମାଡ଼ ଘଟଣା: ଟୁଟୁଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଛି ପୋଲିସ

ଅନ୍ୟପଟେ ମହିଳା ସାମ୍ବାଦିକାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଚାପୁଡା ମାରିବା ଘଟଣାକୁ ନିନ୍ଦା କଲା ବିଜେପି ମହିଳା ମୋର୍ଚ୍ଚା । ଏନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ କହିଛନ୍ତି, "ପୋଲିସ କାହିଁକି ଟୁଟୁ ନାୟକଙ୍କୁ ଗିରଫ କରୁନାହିଁ । ଦିନ ଦ୍ବିପହରରେ ଆସି ଜଣେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମହିଳାମାନଙ୍କୁ ଆକ୍ରମଣ କରିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମୋର ଦାବି ଟୁଟୁ ନାୟକଙ୍କୁ ଶୀଘ୍ର ଗିରଫ କରାଯାଉ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.