ETV Bharat / state

ଆଲୋଚନା ଚକ୍ର ପାଲଟିଲା ରଣକ୍ଷେତ୍ର, ଉତ୍କଳ ବିଶ୍ବବିଦ୍ୟାଳୟରେ JNU ପ୍ରଫେସରଙ୍କୁ ଆକ୍ରମଣ - ଆଲୋଚନା ଚକ୍ର ପାଲଟିଲା ରଣକ୍ଷେତ୍ର

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଉତ୍ତେଜନା । ଆଲୋଚନା ଚକ୍ରରେ ଦେଶ ବିରୋଧୀ ପ୍ରସଙ୍ଗ ଆଲୋଚନା ହେଉଥିବା ଅଭିଯୋଗ କରି ଜେଏନ୍‌ୟୁର ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଆକ୍ରମଣ କଲେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟ । ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା । ଅଧିକ ପଢ଼ନ୍ତୁ

ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନ୍‌ୟୁ ପ୍ରଫେସରଙ୍କୁ ଆକ୍ରମଣ

author img

By

Published : Feb 12, 2023, 5:34 PM IST

Updated : Feb 12, 2023, 7:23 PM IST

ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନ୍‌ୟୁ ପ୍ରଫେସରଙ୍କୁ ଆକ୍ରମଣ

ଭୁବନେଶ୍ବର: ବାଣୀବିହାରରେ ଛାତ୍ର ଉତ୍ତେଜନା । ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ହଲ ପାଲଟିଲା ରଣକ୍ଷେତ୍ର । JNUର ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଆକ୍ରମଣ । ଆଲୋଚନା ଚକ୍ରରେ ଦେଶ ବିରୋଧୀ ପ୍ରସଙ୍ଗ ଆଲୋଚନା ହେଉଥିବା ଅଭିଯୋଗ କରି ଆକ୍ରମଣ କଲେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟ । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଉଭୟ ଗୋଷ୍ଠୀର ଦୁଇରୁ ଅଧିକ ଆହତ ହୋଇଥିବା ସୂଚନା । ପରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ରବିବାର ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଡିଟୋରିୟମ ଠାରେ 'ସମ୍ବିଧାନ ଏବଂ ଶିକ୍ଷା' ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା । JNUର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟମାନେ ଆସି ଏହାକୁ ବିରୋଧ କରିଥିଲେ । ପ୍ରଫେସର ସୁରଜିତ ମଜୁମଦାର ତାଙ୍କ ବକ୍ତବ୍ୟରେ ଦେଶ ବିରୋଧି ମନ୍ତବ୍ୟ କହିଥିବା ଏହି ଛାତ୍ର ସଂଗଠନର ସଦସ୍ୟମାନେ ଅଭିଯୋଗ କରିଥିଲେ । ପ୍ରଥମେ କଥା କଟାକଟି ପରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଜେଏନ୍‌ୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ର ସଂଗଠନ ପ୍ରବଳ ହଙ୍ଗାମା କରିଥିଲେ । ଏପରିକି ଠେଲାପେଲା ଧକା ମାରିବା ଭଳି ପରିସ୍ଥିତି ଉପୁଜିଥିଲା ।

ଫରୋମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଏପରି ହେଲା ଯେ, ଆଲୋଚନା ଚକ୍ରକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ସୂଚନା ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟରେ ଅନେକ ସମୟରେ ଆଲୋଚନା ଚକ୍ର ଚାଲିଥାଏ । ଅନେକ ବିଭାଗରେ ମଧ୍ୟ ଛାତ୍ରଛାତ୍ରୀମାନେ ଏହି ଆଲୋଚନା ଚକ୍ରରେ ସାମିଲ ରହିଥାନ୍ତି । ତେବେ ଆଜିର ଆଲୋଚନା ଚକ୍ରରେ ଏଭଳି ଅଭାବନୀୟ ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 12, 2023, 7:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.