ETV Bharat / state

ମନ୍ତ୍ରୀଙ୍କ ପୁତୁରାକୁ ମିଳିଲାନି ଜାମିନ, ରାଜରାସ୍ତାରେ ଗୁଣ୍ଡାରାଜ ଅଭିଯୋଗରେ ବାନ୍ଧିଛି ପୋଲିସ

କୃଷି ମନ୍ତ୍ରୀଙ୍କ ପୁତୁରାଙ୍କୁ ମିଳିଲାନି ଜାମିନ । ଜାମିନ ଆବେଦନକୁ ଖାରଜ କରିଛନ୍ତି କଟକ JMFC କୋର୍ଟ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 2, 2022, 9:53 PM IST

କଟକ: କୃଷିମନ୍ତ୍ରୀଙ୍କ ପୁତୁରାଙ୍କୁ ମିଳିଲାନି ଜାମିନ । ଜାମିନ ଆବେଦନକୁ ଖାରଜ କରିଛନ୍ତି କଟକ JMFC କୋର୍ଟ। କଟକ ସଦର ଅଞ୍ଚଳରେ ଗୁଣ୍ଡାରାଜ କରିଥିବା ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ବାଇଁ । ପୀଡିତଙ୍କ ଅଭିଯୋଗ ଆଧାରରେ ଭିକି କୁ କଟକ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଭିକି ନାଁରେ କଟକ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି । ପ୍ରତାପ ନଗରୀ ଠାରେ ଥିବା ଏକ କାର ସୋରୁମ ସାମନାରେ ନିଶାଶକ୍ତ ଅବସ୍ଥାରେ ମାରପିଟ କରିବା ଏବଂ ଲୋକଙ୍କୁ ଲହୁଲୁହାଣ କରିବା ମାମଲା ପରେ କଟକ ସଦର ଥାନା ପୋଲିସ ଭିକିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଅଭିଯୁକ୍ତ ଭିକି ବିରୋଧରେ ଆଇପିସିର ଧାରା 341, 294, 232, 506, 34 ମାମଲା ରୁଜୁ କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.