ETV Bharat / state

କୋରୋନା ମୁକାବିଲାରେ ମହିଳା ଯୋଦ୍ଧା, ଘରଘର ବୁଲି ବାଣ୍ଟିଲେ ମାସ୍କ

author img

By

Published : Apr 18, 2020, 3:24 PM IST

ସାରା ବିଶ୍ୱ ପାଇଁ ଏବେ ବଡ ବିପତ୍ତି ଭାବେ ଉଭା ହୋଇଛି କରୋନା ମହାମାରୀ । ଏହାର ମୁକାବିଲା କରିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଡାକ୍ତର , ପୋଲିସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଦିନରାତି ଏକାକାର କରିଦେଇଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି ଜୀବିକା ମିଶନ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ।

corona awarness
କୋରୋନା ମୁକାବିଲାରେ ମହିଳା ଯୋଦ୍ଧା

ଖୋର୍ଦ୍ଧା : ସାରା ବିଶ୍ୱ ପାଇଁ ଏବେ ବଡ ବିପତ୍ତି ଭାବେ ଉଭା ହୋଇଛି କରୋନା ମହାମାରୀ । ଏହାର ମୁକାବିଲା କରିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଡାକ୍ତର , ପୋଲିସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଦିନରାତି ଏକାକାର କରିଦେଇଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି ଜୀବିକା ମିଶନ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ।

କୋରୋନା ମୁକାବିଲାରେ ମହିଳା ଯୋଦ୍ଧା

କରୋନା ମହାମାରୀ ସମ୍ପର୍କରେ ସଚେତନତା କରିବା ପାଇଁ ସେମାନେ ଘର ଘର ବୁଲି ଲୋକଙ୍କୁ ଘରେ ରହିବା ସହ , ହାତକୁ ବାରମ୍ବାର ସାବୁନରେ କିପରି ଧୋଇବେ ସେ ବିଷୟରେ ସଚେତନ କରୁଛନ୍ତି । ସେହିପରି ନିଜେ ପ୍ରସ୍ତୁତ କରିଥିବା ମାସ୍କକୁ ବିନା ମୂଲ୍ୟରେ ଗାଁ ଗାଁରେ ବାଣ୍ଟି ସଚେତନ କରୁଥିବା ଦୃଶ୍ୟ ଶନିବାର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ।

ପଞ୍ଚାୟତର ଜ୍ୟୋତିର୍ମୟୀ ମହିଳା ମହାସଂଘ ତରଫରୁ ଗୋବିନ୍ଦପୁର ପଞ୍ଚାୟତର ପ୍ରତ୍ୟେକ ଗାଁରେ ସଚେତନତା କରୁଛନ୍ତି ଏହି ମହିଳା ଯୋଦ୍ଧାମାନେ । ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ବେଗୁନିଆ ବ୍ଲକ ବିପିଏମ ଶ୍ରୀନିବାସ ଦାସଙ୍କ ନେତୃତ୍ୱରେ କରାଯାଇଥିଲା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.