ETV Bharat / state

Jharsuguda ByPoll: ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ - ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ । ଏନେଇ କଂଗ୍ରେସର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

Congress will announce candidate soon
Jharsuguda By Poll
author img

By

Published : Apr 7, 2023, 9:23 AM IST

Jharsuguda By Poll

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ସମୟ ନିକଟତର ହେଉଛି । ସମୟ ଯେତିକି ପାଖଉଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେଉଛି । ଗ୍ରୀଷ୍ମ ତାତିଠୁ ବଳି ଗଲାଣି ନିର୍ବାଚନୀ ତାତି । ଝାରସୁଗୁଡା ଗାଦିରେ କିଏ ବସିବ ତାକୁ ନେଇ 3 ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବିଜେଡି ଆଗୁଆ ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ତେବେ କଂଗ୍ରେସ ଓ ବିଜେଡି ଏ ଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । କଂଗ୍ରେସ 2ରୁ 3 ଦିନ ଭିତରେ ପ୍ରାର୍ଥୀ ଘୋଷଣା କରିପାରେ । ବିଜେଡି ପରେ କଂଗ୍ରେସ ଓ ବିଜେପି ଉପନିର୍ବାଚନ ଲଢେଇ ପାଇଁ କାହାକୁ ମଇଦାନକୁ ଓହ୍ଲାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ନାମ ନେଇ ଜଣେ ଯୁବକ ଟିକେଟ ପାଇ ମଇଦାନକୁ ଓହ୍ଲାଇବେ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ଘୋଷଣା ନେଇ ବିଧାୟକ ସୁର ରାଉତରାୟ କରିଛନ୍ତି, ''କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ । ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଟିକେଟ ପାଇବାର ସମ୍ଭାବନା ରହିଛି। ଅନ୍ୟ ଆଶାୟୀଙ୍କ ମଧ୍ୟରେ ମହେନ୍ଦ୍ର ନାୟକ, ଅମିତା ବିଶ୍ବାଳ ଓ ଅଶୋକ ମିଶ୍ର ମଧ୍ୟ ପ୍ରାର୍ଥୀପତ୍ର ଆବେଦନ କରିଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣା ଆସନ୍ତାକାଲି (ଶନିବାର) ସୁଦ୍ଧା ହେବ । ଚୂଡାନ୍ତ ପ୍ରାର୍ଥୀ ଘୋଷଣା ଖୁବଶୀଘ୍ର ହେବ । କଂଗ୍ରେସ ଏହି ଉପନିର୍ବାଚନରେ ଭଲ ଭୋଟରେ ବିଜୟୀ ହେବ ।''

ସେହପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ''ସମୟ ଅଛି କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ । ଦଳ ପକ୍ଷରୁ ଏକ ଟିମ ଗଠନ ହୋଇଥିଲା । 3 ତାରିଖରେ ଦଳ 3 ତାରିଖରେ ଝାରସୁଗୁଡ଼ା ଗସ୍ତ କରି ରିପୋର୍ଟ ଦେଇ ସାରିଛନ୍ତି । ଏଆଇସିସି ଖୁବଶୀଘ୍ର ନାମ ଘୋଷଣା କରିବ । ଯେଉଁ ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ରହିଛି ସେହି ଭଳି ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ।''

ଏହା ବି ପଢନ୍ତୁ...ଝାରସୁଗୁଡ଼ା ବ୍ୟାଟେଲ: ଶୃଙ୍ଖଳିତ ଉପନିର୍ବାଚନ ପାଇଁ ନୋଡ଼ାଲ ଅଧିକାରୀଙ୍କ ବୈଠକ

ଏହା ବି ପଢନ୍ତୁ...Jharsuguda By Poll: କିଏ ହେବ ବିଜେପି-କଂଗ୍ରେସ ପ୍ରାର୍ଥୀ, ଚାଲିଛି ଅଙ୍କକଷା

ଝାରସୁଗୁଡା ବ୍ୟାଟଲ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ଶାସକ ସମେତ ବିରୋଧୀ ଦଳ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହି ଉପନିର୍ବାଚନ ସବୁ ଦଳ ପାଇଁ ଟେଷ୍ଟ ସଦୃଶ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ଉପନିର୍ବାଚନରେ କିଏ ବାଜି ମାରିବି ତାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ତେବେ ଶାସକ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେପି କେନ୍ଦ୍ରୀୟ ଟିମର ଇସାରାକୁ ଅପେକ୍ଷା କରିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଲ୍ଲୀକୁ ଡକାଯାଇଛି । କେନ୍ଦ୍ରୀୟ ସଂସଦୀୟ କମିଟି ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଟଙ୍କଧର ତ୍ରିପାଠୀଙ୍କ ନାମ ଚର୍ଚ୍ଚାରେ ରହିଛି । ଝାରସୁଗୁଡା ଉପନିର୍ବାଚନ ଯାହାର ବାଜିମାତ ହେବ ତାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ଉପରେ ପଡିବ ବୋଲି ଚର୍ଚ୍ଚା ହେଉଛି ।

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମଇ 10 ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏପ୍ରିଲ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ 20 ତାରିଖ ସୁଦ୍ଧା ନାମାଙ୍କନ ଓ ଏପ୍ରିଲ 24 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । ବିଜେଡି ନବଦାସଙ୍କ ଝିଅ ଦିପାଳୀ ଦାସଙ୍କ ପ୍ରାର୍ଥୀ କରିଛି । ତେବେ କଂଗ୍ରେସ ଓ ବିଜେପି କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.