ଖୋର୍ଦ୍ଧା:ଗୁରୁଜଙ୍ଗ ହାଉସିଂବୋର୍ଡ ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି । ତେବେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ମା’ଙ୍କ ସୁନାର ମୁକୁଟ, ଚିତା, ଆଖି ସମେତ 4ଟି ଘଣ୍ଟି ଏବଂ ପୂଜା ସରଞ୍ଜାମ ଚୋରି ହୋଇଥିବା ମନ୍ଦିର କମିଟି ସମ୍ପାଦକ ତଥା ପୂଜକ ଗଦାଧର ମହାପାତ୍ର ସୂଚନା ଦେଇଛନ୍ତି।
ଆଜି (ଶନିବାର) ଭୋର ସମୟରେ ପୂଜକ ମହାପାତ୍ର ମନ୍ଦିର ଖୋଲିବାକୁ ଆସିଥିବା ବେଳେ ମନ୍ଦିର ଫାଟକ ତାଲା ତଡା ଯାଇଥିବା ଏବଂ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ