ETV Bharat / state

୧୭ ନମ୍ବର ଜୋନସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ, ପୁଣି ଅନୁପସ୍ଥିତ ଜୟଦେବ ବିଧାୟକ

author img

By

Published : Jul 31, 2023, 7:34 PM IST

ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି । ଦୁଇ ଦିନ ତଳେ ଆୟୋଜିତ ହୋଇଥିବା ବାଲିଅନ୍ତା ବ୍ଲକ ୨୧ ନମ୍ବର ଜୋନ୍‌ କର୍ମୀ ସମ୍ମିଳନୀରେ ବିଧାୟକଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ୧୭ ନମ୍ବର ଜୋନସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀରେ ମଧ୍ୟ ଅନୁପସ୍ଥିତ ଥିଲେ ବିଧାୟକ । ଅଧିକ ପଢ଼ନ୍ତୁ

୧୭ ନମ୍ବର ଜୋନସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

ନିଆଳି: ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଳକାଟି ପ୍ରତାପ ଶାସନ ଡିଗ୍ରୀ କଲେଜ ପଡ଼ିଆଠାରେ ବାଲିଅନ୍ତା ବ୍ଲକ ୧୭ ନମ୍ବର ଜୋନ୍‌ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ୨୧ ନମ୍ବର ଜୋନ କର୍ମୀ ସମ୍ମିଳନୀ ଗତ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ତେବେ ଦୁଇଟି ସ୍ଥାନରେ ଏତେ ବଡ଼ ବଡ଼ ଦଳୀୟ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିବା ବେଳେ ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ କିନ୍ତୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ । ଉଭୟ କାର୍ଯ୍ୟକ୍ରମରେ ଦଳର ବହୁ ପଦାଧିକାରୀ ଓ ପୁରୁଖା ନେତା ଯୋଗ ଦେଇଥିଲେ ମଧ୍ୟ ବିଧାୟକଙ୍କ ଅନୁପସ୍ଥିତି ନେଇ କେହି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଯାହା ବର୍ତ୍ତମାନ ଜୟଦେବ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ୧୭ ନମ୍ବର ଜୋନ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜୟଦେବ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ବରଦା ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି କମଳ କୁମାର ପାତ୍ର, ୧୭ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ କୁନମୁନ ଲେଙ୍କା, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା, ୧୮ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ମଙ୍ଗରାଜ ବେହେରା, ୧୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାସ, ବାଲିପାଟଣା ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ସୁକନ୍ୟା ସେଠୀଙ୍କ ସମେତ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବ୍ଲକ ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ବାଲିପାଟଣା ଅଧ୍ୟକ୍ଷା ହରପ୍ରିୟା ଦାଶ, ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରି, ତପନ ପରିଡା, ବିଜେଡି ନେତ୍ରୀ ପଦ୍ମିନୀ ଦାଶ, ଯୁବ ବିଜେଡି ସଭାପତି ବିଜୟ କୁମାର ମୁଦୁଲି, ଆଶିଶ ଦାଶଙ୍କ ସମେତ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ଯୁବ ଏବଂ ଛାତ୍ର ନେତାମାନେ ଯୋଗ ଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ କାର୍ଯ୍ୟ ଖସଡ଼ା ଉପରେ ମତ ବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପଦାରେ ପଡିଲା ବିଜେଡିର ଦଳୀୟ କନ୍ଦଳ, ବିଧାୟକ ଅରବିନ୍ଦ ଢାଲିଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

କାର୍ଯ୍ୟକ୍ରମରେ ୨୦୨୪ ନିର୍ବାଚନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବିଜୟୀ କରିବା ଦିଗରେ କାର୍ଯ୍ୟ କରିବା ନେଇ ସମବେତ ନେତୃବୃନ୍ଦ ଆହ୍ବାନ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ରାଜ୍ୟରେ ନିରବଛିନ୍ନ ବିକାଶ କାର୍ଯ୍ୟଧାରା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜସ୍ବ ଗ୍ରାମ, ପଡ଼ା, ୱାର୍ଡ ସର୍ବୋପରି ବୁଥସ୍ତରୀୟ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅଜିତ ଜେନା, ଦୁର୍ଯ୍ୟୋଧନ ମଲ୍ଲିକ, ପୂର୍ବତନ ସରପଞ୍ଚ ମାନସ ନାୟକ, ବାଲିଅନ୍ତା ଆତ୍ମା ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ଫଣିଭୂଷଣ ବାରିକ, ନବ କିଶୋର ମଲ୍ଲିକଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୁରୁଖା ନେତା ଏବଂ ପୂର୍ବତନ ଜନପ୍ରତିନିଧିଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.