ETV Bharat / state

ଜୟଦେବ ଭବନରେ ଜୟଦେବଙ୍କ ଜୟନ୍ତୀ ପାଳିତ - ରାଜଧାନୀରେ ଜୟଦେବ ଜୟନ୍ତୀ ପାଳିତ

ଗୀତ ଗୋବିନ୍ଦର ରଚୟିତା ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ । ଜୟଦେବ ଭବନରେ ରବିବାର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

jayadev jayanti celebrated at jayadev bhawan

author img

By

Published : Apr 24, 2023, 9:08 AM IST

jayadev jayanti celebrated at jayadev bhawan

ଭୁବନେଶ୍ବର: ଜୟଦେବ ଭବନରେ ପାଳିତ ହୋଇଯାଇଛି ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କ ଜୟନ୍ତୀ । ଏହି ଅବସରରେ କଳ୍ପତରୁ ପ୍ରତିଭା ସମ୍ମାନ ଓ ଶିଳ୍ପୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଥିଲା । ଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟ ଓ କଳ୍ପତରୁ ଆର୍ଟ ଆଣ୍ଡ୍ କ୍ରାଫ୍ଟ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ବରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଝଙ୍କଡ଼ ପୀଠରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା; ଚନ୍ଦନ ଲାଗି ହୋଇ ଚନ୍ଦନ ପୁଷ୍କରିଣୀକୁ ବିଜେ କଲେ ମା' ଶାରଳା

ଏନେଇ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ ଯେ, ''ଜୟଦେବକଙ୍କୁ ପୃଥିବୀର ଶ୍ରେଷ୍ଠ କବି । ଏଥିପାଇଁ ତାଙ୍କୁ ତାଙ୍କୁ ବିଶ୍ବ ମାନବ ସଭ୍ୟତାର ପ୍ରତିଭା କହିଲେ ଅତ୍ୟୁକ୍ତି ହେବନାହିଁ । ଜୟଦେବ ହେଉଛନ୍ତି ରାଜ୍ୟର ଅଦ୍ବିତୀୟ ତଥା ଶ୍ରେଷ୍ଠ କବି । ସବୁଠୁ ବଡ଼ ଓ ବଳିଷ୍ଠ କାବ୍ୟ ଗୀତଗୋବିନ୍ଦ ଲେଖି ଓଡ଼ିଶାକୁ ସାରା ବିଶ୍ବରେ ଗୌରବମଣ୍ଡିତ କରିଛନ୍ତି । ଓଡିଆ ଜାତିର ପ୍ରାଣ ପରିଚୟ ବିଶ୍ବନିୟନ୍ତା ଜଗନ୍ନାଥଙ୍କ ପ୍ରିୟ ହେଉଛି ଗୀତଗୋବିନ୍ଦ । ଓଡିଶାର ଅନେକ ମନ୍ଦିରରେ ଗୀତଗୋବିନ୍ଦ ବୋଲାଯିବାର ପରମ୍ପରା ଏବେ ମଧ୍ୟ ପ୍ରଚଳିତ ରହିଛି । ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ସଂପର୍କରେ ବହୁକଥା ବିଭିନ୍ନ ରାଜ୍ୟରେ ପ୍ରଚଳିତ ରହିଛି ଏବଂ ଏସବୁର ଅଲୌକିକତା ଆଜି ମଧ୍ୟ ଲିଭିନାହିଁ । ବିଭିନ୍ନ ଶୁଭ କାର୍ଯ୍ୟରେ ଗୀତଗୋବିନ୍ଦର ବିଭିନ୍ନ ପରମ୍ପରା ଏବେ ମଧ୍ୟ ରହିଛି । ତାଙ୍କ ରଚିତ ଗୀତଗୋବିନ୍ଦ 72ଟି ଭାଷାରେ ଅନୁବାଦ ହୋଇସାରିଲାଣି ।''

ଏହା ମଧ୍ୟ ପଢନ୍ତୁ-ଆରମ୍ଭ ହେଲା ପ୍ରସିଦ୍ଧ ଚନ୍ଦନ ଯାତ୍ରା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଓ ଜଗନ୍ନାଥ ପ୍ରେମୀ ଆନନ୍ଦିତ

ଚିତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁ, ଶ୍ବେତପଦ୍ମା ମିଶ୍ର, କଣ୍ଠଶିଳ୍ପୀ ବିଦ୍ୟାଧର ଶତପଥୀ, ଫଟୋ ସମ୍ବାଦିକ ଗଣେଶ ସାହୁ, ମୋହନ ସାହୁ, ରଞ୍ଜନ କୁମାର ମହାନ୍ତି, ସସ୍ମିତା କାମ୍‌ଲେଙ୍କୁ ଚଳିତବର୍ଷର କଳ୍ପତରୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ନୃତ୍ୟଶିଳ୍ପୀ ଟ୍ବିଙ୍କିଲ୍ ମିଶ୍ରଙ୍କୁ କଳ୍ପତରୁ ଶିଶୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍କୁଲ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ କୁନି କୁନି କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.