ଖୋର୍ଦ୍ଧା: ପେଟ୍ରୋଲ, ଡିଜେଲ୍, ଗ୍ଯାସ, ଡାଲି, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ବ୍ଲକ୍ ସାମ୍ନାରେ ବିକ୍ଷୋଭ କରାଯାଇଛି ।
ଜଟଣୀ ନଗର କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ଘଣ୍ଟ ବଜାଇ ବିକ୍ଷୋଭ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସେହିଭଳି କେନ୍ଦ୍ର ଓ ରାଜ୍ୟ ତୁରନ୍ତ ଦରଦାମ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ସୁର କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ