ETV Bharat / state

Janjatiya Gaurav Divas: ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଭୁବନେଶ୍ବରରେ ଜନଜାତୀୟ ଗୌରବ ଦିବସ

author img

By

Published : Nov 15, 2022, 7:16 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ । ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ଆୟୋଜନ କରାଯିବ । ଅଧିକ ପଢନ୍ତୁ

Janjatiya Gaurav Divas Celebrate in Bhubaneswar on 15 November
Janjatiya Gaurav Divas: ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଭୁବନେଶ୍ବରରେ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ । ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ଆୟୋଜନ କରାଯିବ । ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗଦେବେ । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିବେ ।

କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ରାଜ୍ୟ ଆଇନ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜନଜାତି ଉଦ୍ୟମୀ ଏବଂ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। କିସ ଛାତ୍ରଛାତ୍ରୀଙ୍କ ଦ୍ବାରା ଜନଜାତି ନୃତ୍ୟ ପରିବେଷଣ କରାଯିବ । ବିଶିଷ୍ଟ ଜନଜାତି ଅତିଥି କଳାକାରମାନେ କାର୍ଯ୍ୟକ୍ରମ ଅବସରରେ ଢେମସା ନୃତ୍ୟ ପରିବେଷଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.