ETV Bharat / state

ଜୟ ନାରାୟଣ ବିରୋଧୀ ଦଳ ନେତା ନୁହଁନ୍ତି, ଓଡିଶା ବିରୋଧୀ ନେତା: ବିଜେଡି

author img

By

Published : Mar 1, 2023, 7:06 AM IST

Updated : Mar 1, 2023, 12:43 PM IST

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଥିବା କଥା ଜାଣିଥିଲୁ । ଜୟ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଏକଥା ବି ଜାଣିଥିଲୁ । ଅଧିକ ପଢନ୍ତୁ

ଜୟ ନାରାୟଣ ବିରୋଧୀ ଦଳ ନେତା ନୁହଁନ୍ତି, ଓଡିଶା ବିରୋଧୀ ନେତା : ବିଜେଡି

ଭୁବନେଶ୍ବର: ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଗୁରୁତ୍ୱପୂର୍ଣ୍ଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ରାଜ୍ୟ ପାଇଁ ଲଜ୍ଜ୍ୟାଜନକ ଖବର । ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ମାନସ ପୁତ୍ରଙ୍କ ଉପରେ ଯେଉଁ ଧାରଣା ସାଧାରଣ ଲୋକଙ୍କ ଭିତରେ ତିଆରି ହୋଇଛି, ସେହି ଛବିକୁ ଠିକ କରିବା ପାଇଁ ମୁମ୍ବାଇ ଗସ୍ତ ନୁହେଁ ତ ବୋଲି ଜୟ ପ୍ରଶ୍ନ କରିଛନ୍ତି । ଯାହାର ଜବାବ ରଖିଛି ବିଜୁ ଜନତା ଦଳ । ଜୟ ନାରାୟଣ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ଓଡ଼ିଶା ବିରୋଧୀ ନେତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଥିବା କଥା ଜାଣିଥିଲୁ । ଜୟ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଏକଥା ବି ଜାଣିଥିଲୁ । ଆଜି ନୂଆ କଥା ଜାଣିଲ, ସେ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ଓଡ଼ିଶା ବିରୋଧୀ ନେତା । ଓଡ଼ିଶାର ଯାହା ଛବି ଥିଲା ତାହା ଧୀରେ ଧୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଦଳିବାରେ ଲାଗିଛି । ଓଡ଼ିଶାର ଛବି ଓ ଚିତ୍ର ରୂପାନ୍ତରିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଆଜି ଓଡ଼ିଶାକୁ ସମ୍ମାନ ମିଳୁଛି । କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଓଡ଼ିଶା ଏତେ ସମ୍ମାନ ପାଉଥିବା ବେଳେ ମାଟି ବିରୋଧୀ ଜୟନାରାୟଣ ସହ୍ୟ କରିପାରୁନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଜୟନାରାୟଣଙ୍କୁ ସମାଲୋଚନା କରିବାର ଅଛି, ତେବେ ସେ ବିଜୁ ଜନତା ଦଳକୁ କରନ୍ତୁ । ନହେଲେ ବିଜୁ ଜନତା ଦଳର ଯେକୌଣସି ନେତୃତ୍ୱଙ୍କୁ ସମାଲୋଚନା କରନ୍ତୁ । କିନ୍ତୁ ଓଡିଶା କିମ୍ବା ଓଡିଶା ମାଟିକୁ ଜୟ ସମାଲୋଚନା କରନ୍ତୁ ନାହିଁ । ମାଟି ବିରୋଧୀ ମନ୍ତବ୍ୟ ଦେଲେ ଜନସାଧାରଣ କେବେ କ୍ଷମା କରିବେ ନାହିଁ । ଜୟଙ୍କ ଲାଗି ଯିଏ ବି ସ୍କ୍ରିପ୍ଟ ଲେଖୁଛନ୍ତି ବା ଜୟଙ୍କ ଦ୍ଵାରା ଓଡିଶା ବିରୋଧୀ ମନ୍ତବ୍ୟ ଦିଆ କରୁଛନ୍ତି, ସେ କାର୍ଟୁନର ଆଖ୍ୟା ଦେଇ ସାରିଲେଣି । ଯାହାକୁ ଜୟ ବୁଝିପାରୁନାହାନ୍ତି । ଜୟ ଯାହା କରୁଛନ୍ତି, କରନ୍ତୁ । ଓଡ଼ିଶାର ସମ୍ମାନରେ ଆଞ୍ଚ ଆସିଲା ପରି କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 1, 2023, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.