ଭୁବନେଶ୍ବର: ଫନିର ତିନିଦିନ ପରେ ସ୍ମାର୍ଟସିଟି ଭୁବନେଶ୍ବରର ବିଭିନ୍ନ ବସ୍ତିରେ ଏବେ ବି ଅପହଞ୍ଚ ପ୍ରଶାସନ । ପାଣି, ବିଜୁଳି ଓ ଆବଶ୍ୟକୀୟ ରିଲିଫ ସାମଗ୍ରୀ ପହଞ୍ଚି ପାରିନି ବସ୍ତିବାସିନ୍ଦାଙ୍କ ନିକଟରେ । ଏନେଇ କ୍ଷୋଭ ପ୍ରକାଶ କରି ଭୁବନେଶ୍ବର ସତ୍ୟନଗର ଓଭର ବ୍ରିଜ୍ ରୋଡ୍ ବ୍ଲକ୍ କରିଛନ୍ତି ରାଜନଗର ବସ୍ତିବାସିନ୍ଦା ।
ଫନି ଯିବା ପରେ ଏବେ ଦେଖିବାକୁ ମିଳୁଛି ଫନି ରଚି ଯାଇଥିବା ତାଣ୍ଡବ । ବିଜୁଳି ଓ ପାଣି ଅଭାବରୁ ଗୋଟିଏ କପଡାରେ ଦିନ କାଟୁଛନ୍ତି ଲୋକେ । ଫଳରେ ଯଥାଶୀଘ୍ର ସ୍ଥିତି ସୁଧାରିବା ସହ ନିଜ ଘର, କପଡା, ଖାଦ୍ୟ ଯୋଗାଇବାକୁ ଦାବି କରିଛନ୍ତି ବସ୍ତିବାସିନ୍ଦା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ