ETV Bharat / state

ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍ - ପୂର୍ବତନ ବିଧାୟକ ସନାତନ ମହାକୁଡ

ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍ । ଅଧିକ ପଢନ୍ତୁ

ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍

author img

By

Published : May 11, 2023, 10:25 AM IST

Updated : May 11, 2023, 2:17 PM IST

ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍

ଭୁବନେଶ୍ବର/କେନ୍ଦୁଝର: ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଚଢାଉ । କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ତଥା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ ଘରେ ଆଜି (ଗୁରୁବାର) ଆୟକର ବିଭାଗ ରେଡ୍ କରିଛି । ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ । ଭୁବନେଶ୍ବର, କେନ୍ଦୁଝର ଓ ଯୋଡା ସମେତ ମୋଟ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଚଢାଉରେ ଆୟକର ବିଭାଗର ୧୦ ଜଣିଆ ଟିମ୍ ସାମିଲ ଅଛନ୍ତି । ଟିକସ ଫାଙ୍କିବା ମାମଲାରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି । ଭୁବନେଶ୍ବରର ସହିଦ ନଗର ସହ ୩ଟି ସ୍ଥାନରେ ରେଡ ଚାଲିଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ପୂର୍ବତନ ବିଧାୟକଙ୍କ କେନ୍ଦୁଝର ଜିଲ୍ଲାର ବଡ଼ହଳ, ନମ୍ବିରା ସ୍ଥିତ ବାସଭବନ ଓ ଭୁବନେଶ୍ବର ସ୍ଥିତ ବାସଭବନ ଠାରେ ଏକକାଳୀନ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ତାଙ୍କ ଦ୍ବାରା ପରିଚାଳିତ ଜଗତ ଜନନୀ ସେବା ଟ୍ରଷ୍ଟର ଆୟ ବ୍ୟୟର ହିସାବ ନିକାସ ପାଇଁ ଏହି ଚଢ଼ାଉ ହୋଇଥିବା ବିଶ୍ବସ୍ଥ ସୂତ୍ରରୁ ଜଣାପଡ଼ିଛି । ତେବେ ସନାତନ ମହାକୁଡ଼ ଅସୁସ୍ଥ ଥିବାରୁ ବର୍ତ୍ତମାନ ସେ ଭୁବନେଶ୍ବରରେ ଅଛନ୍ତି । ତାଙ୍କର କେଉଁ ସୂତ୍ରରୁ ଆୟ ହେଉଛି ସେନେଇ ବହୁ ଦିନରୁ ନଜର ଥିଲା । ଏନେଇ ଆଜି ଆୟକର ବିଭାଗର ୧୦ ଜଣିଆ ଟିମ୍ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରି ତନାଘନା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚାରି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ମୋଦି-ନବୀନ ଭେଟ

ପ୍ରକାଶଥାଉ କି, ସନାତନ ମହାକୁଡ଼ ସ୍ବାଧୀନ ବିଧାୟକ ହୋଇଥିଲେ ହେଁ ବିଜେଡି ଦଳ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ । ସେ ଗତ ବିଧାନସଭା ଓ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ନେଇ ବିଜେପି ପକ୍ଷରୁ ଆୟକର ଚଢ଼ାଉ ପାଇଁ ଦାବି ହୋଇଆସୁଥିଲା । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଆୟକର ଚଢ଼ାଉ ରାଜନୈତିକ ମହଲରେ ଏକ ଆଲୋଚନାର ବିଷୟ ହୋଇଛି । ଆଜିର ଏହି ଆଇଟି ରେଡ୍ ନେଇ କାହାର କିଛି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସନ୍ଧ୍ୟା ପରେ ସବୁ ଜଣାପଡିବ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ସସପେନ୍ସରେ ନବୀନ-ନୀତିଶ ରାଜନୈତିକ ଆଲୋଚନା, କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ

ଇଟିଭି ଭାରତ, ଭୁବନେଶ୍ବର/କେନ୍ଦୁଝର

Last Updated : May 11, 2023, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.