ETV Bharat / state

BJD to Support NDA: ସମର୍ଥନ ନେଇ ରାଜ୍ୟରେ ଦୁର୍ବଳ ହେଉଛି କି ବିଜେପି ? - ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ

ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ‘‘ବିଜେଡି ସମର୍ଥନ ଦେଇ ଦେଇ ବଳିୟାନ ହୋଇ ଚାଲିଛି । ଆଉ ବିଜେପି ସମର୍ଥନ ନେଇ ନେଇ ରାଜ୍ୟରେ ଦୁର୍ବଳ ହୋଇ ହୋଇ ଚାଲିଛି । ଲୋକଙ୍କ ମଧ୍ୟରେ ବାର୍ତ୍ତା ଯାଉଛି ଯେ ବିଜେଡି ବିଜେପି ଗୋଟିଏ ଦଳ । ଯଦିଓ ଏନଡିଏ ମେଣ୍ଟରେ ବିଜେଡି ସିଧା ସଳଖ ନାହିଁ ।" ଅଧିକ ପଢନ୍ତୁ

ସମର୍ଥନ ନେଇ ନେଇ ରାଜ୍ୟରେ ଦୁର୍ବଳ ହେଉଛି କି ବିଜେପି?

author img

By

Published : Aug 3, 2023, 9:38 PM IST

ସମର୍ଥନ ନେଇ ନେଇ ରାଜ୍ୟରେ ଦୁର୍ବଳ ହେଉଛି କି ବିଜେପି?

ଭୁବନେଶ୍ବର: ସଂସଦରେ ଏନଡିଏ କୁ ବିଜେଡିର ସମର୍ଥନ ପରେ ସରଗରମ ରାଜନୀତି । ନୂଆଦିଲ୍ଲୀରୁ ଭୁବନେଶ୍ବର ଯାଏଁ ଚାଲିଛି ହିସାବ କିତାବ । କିଏ ସହିବେ କ୍ଷତି? କାହାର ହେବ ଲାଭ । ପ୍ରଶ୍ନ ଉଠୁଛି ବିଜେଡି ଠାରୁ ସମର୍ଥନ ନେଇ ରାଜ୍ୟ ବିଜେପି ଦୁର୍ବଳ ହେଉନାହିଁ ତ? ରାଜ୍ୟ ବିଜେପି କ୍ଷତି ସହୁନାହିଁ ତ ? ଏହି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ବୟାନବାଜି ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହେଉଛି ବିଜେଡି ସମର୍ଥନ ଦ୍ବାରା ନିଜେ ଶକ୍ତିଶାଳୀ ହେବା ସହ ରାଜ୍ୟ ବିଜେପି ଶାଖାକୁ ଦୁର୍ବଳ କରୁଛି ।

ଏହାକୁ ନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, ‘‘ବିଜେଡି ସମର୍ଥନ ଦେଇ ଦେଇ ବଳିୟାନ ହୋଇ ଚାଲିଛି । ଆଉ ବିଜେପି ସମର୍ଥନ ନେଇ ନେଇ ରାଜ୍ୟରେ ଦୁର୍ବଳ ହୋଇ ହୋଇ ଚାଲିଛି । ଲୋକଙ୍କ ମଧ୍ୟରେ ବାର୍ତ୍ତା ଯାଉଛି ଯେ ବିଜେଡି ବିଜେପି ଗୋଟିଏ ଦଳ । ଯଦିଓ ଏନଡିଏ ମେଣ୍ଟରେ ବିଜେଡି ସିଧା ସଳଖ ନାହିଁ... କିନ୍ତୁ ଉଭୟ ଦଳ ମଧ୍ୟରେ ଭିତ୍ତିରି ସମ୍ପର୍କ ରହିଛି । ’’ ଏବେ ଭୋଟ ଗଣିତ ଉପରେ ନଜର ପକାନ୍ତୁ । 2019 ସାଧାରଣ ନିର୍ବାଚନରେ ବିଜେଡି 45 ପ୍ରତିଶତ ଭୋଟ ପାଇଥିଲା । 2022 ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିଲା 50 ପ୍ରତିଶତ ଭୋଟ । ଅର୍ଥାତ 2019 ତୁଳନାରେ ବିଜେଡି 2022 ରେ 5 ପ୍ରତିଶତ ଅଧିକ ଭୋଟ ପାଇଥିଲା । ସେହିପରି ବିଜେପି 2019 ସାଧାରଣ ନିର୍ବାଚନରେ 32 ପ୍ରତିଶତ ଭୋଟ ପାଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ 27 ପ୍ରତିଶତ ଭୋଟ ପାଇଥିଲା ।

ଏହାବି ପଢନ୍ତୁ- ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ବିଜେଡି ଏନଡିଏରେ ନଥିଲେ ସୁଦ୍ଧା 2014 ପରଠାରୁ ବିଜେପିକୁ ଆବଶ୍ୟକତା ବେଳେ ସଂସଦରେ ସମର୍ଥନ କରିଆସିଛି । ଜିଏସଟି, ଆରଟିଆଇ, ଟ୍ରିପଲ ତଲାକ ଭଳି ବିଲ ହେଉ କି ରାଷ୍ଟ୍ରପତି ନିର୍ବାଚନ ସବୁ ପ୍ରସଙ୍ଗରେ ସମର୍ଥନ ଦେଇଥିଲା ବିଜେଡି । କିନ୍ତୁ ରାଜ୍ୟରେ କ୍ଷତି ସହିଥିଲା ବିଜେପି । ବଡ଼ କଥା ହେଲା ଏପରି ସମର୍ଥନ ଦେଇ ବିଜେଡି ଏକ ଦ୍ବନ୍ଦ୍ବ ଭିତରେ ଲୋକମାନଙ୍କୁ ରଖିବାକୁ ଚାହୁଁଛି । ବିଜେପି ବିଜେଡି ଉପରେ କେନ୍ଦ୍ରରେ ନିର୍ଭରଶୀଳ କିଛି ଏପରି ବାର୍ତ୍ତା ଦେବାକୁ ଚାହୁଁଛି ବିଜେଡି । ଏପରି ସମର୍ଥନ ପାଇଁ ବିଜେପି ରାଜ୍ୟରେ କ୍ଷତି ସହୁଛି । ଯାହା ଆଗାମୀ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିପାରେ ।

ଏହି ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡି ଏପରି ସମର୍ଥନ ଦ୍ବାରା ଆଗାମୀ ନିର୍ବାଚନରେ ବିଜେପିର 20 ପ୍ରତିଶତ ଭୋଟ କ୍ଷତି ହେବାକୁ ଯାଉଛି । ଏହି 20 ପ୍ରତିଶତ ଭୋଟରୁ 10 ପ୍ରତିଶତ ବିଜେଡି ଖାତାକୁ ଏବଂ 10 ପ୍ରତିଶତ କଂଗ୍ରେସ ଖାତାକୁ ଚାଲିଯିବ । ମିଶନ 120 ଦୃଢ ନିଶ୍ଚିତ କରିଥିଲେ ଅମିତ ଶାହା । ଏଥିରୁ 0 କଟିଯିବ 12 ହୋଇଯିବ । ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି ଓଡିଶାରେ ବିଜେଡିର ସଂଗଠନ ସୁଦୃଢ ଅଛି । ଏକାକି ଭାବେ ଦଳ 2009, 2014 ଏବଂ 2019 ଏହିପରି 3ଥର ନିର୍ବାଚନ ଜିତିସାରିଛି । ତେଣୁ ରାଜ୍ୟରେ ମେଣ୍ଟର ଆବଶ୍ୟକତା ନାହିଁ । ବିନା ମେଣ୍ଟରେ ବିଜେଡି ବିଧାନସଭା ଏବଂ ଲୋକସଭାରେ ଅଧିକ ଆସନରେ ବିଜୟୀ ହେବ ।

ଏହାବି ପଢନ୍ତୁ- Delhi Services Bill: ସଂସଦରେ NDA କୁ କାହିଁକି ସମର୍ଥନ କଲା BJD?

ଅନ୍ୟପଟେ ବିଜେପି ଦୁର୍ବଳ ହେଉଥିବା ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରିନି ବିଜେପି । ବିଧାନସଭା ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ଭିନ୍ନ ପୃଷ୍ଠଭୂମିରେ ହୋଇଥାଏ । ତେଣୁ ଏହାର ଭୋଟ ପ୍ରତିଶତକୁ ନେଇ କହିହେବ ନାହିଁ ଯେ ବିଜେପି ଦୁର୍ବଳ ଅଛି ବୋଲି କହିଛନ୍ତି ଦଳୀୟ ନେତା ଉମାକାନ୍ତ ପଟ୍ଟନାୟକ । ଦଳୀୟ ସଭାପତି ମନମୋହନ ସାମଲ କହିଛନ୍ତି ବିଜେପି ନିଜ ଶକ୍ତି ଓ ସଂଗଠନ ବଳରେ 147 ବିଧାନସଭା ଓ 21 ଲୋକସଭାରେ ନିର୍ବାଚନ ଲଢିବ । ବିଜୟୀ ହେବ । ବିଜେଡିକୁ ଆମେ ସମର୍ଥନ ମାଗିନାହୁଁ । ସେ କାହିଁକି ଦେଲା ତାହା ବିଜେଡି କହିପାରିବ ବୋଲି କହିଛନ୍ତି । ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ହେଉ ଅବା ଦିଲ୍ଲୀ ଅଧ୍ୟାଦେଶ ଏହି ଦୁଇଟି ପ୍ରସଙ୍ଗରେ ଏନଡିଏକୁ ବିଜେଡି ଖୋଲା ସମର୍ଥନ ଦେଇଛି । ଯାହା ଉଭୟ ଦଳର ଭିତିରି ସମ୍ପର୍କକୁ ପଦାରେ ପକାଇଛି । ଏହି ସମ୍ପର୍କ ଆଗକୁ ରାଜ୍ୟ ରାଜନୀତିକୁ କେତେ ପ୍ରଭାବ ପକାଉଛି ଏବେ ତାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.