ETV Bharat / state

ଚାଷ କାମରେ ଲାଗୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ - ଖୋର୍ଦ୍ଧା ଉଠା ଜଳସେଚନ ପ୍ରକଳ୍ପ

ଚାଷ କାର୍ଯ୍ୟରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ । ମରୁଡିର ସମ୍ମୁଖୀନ ହେଉଛନ୍ତି ଚାଷୀ । ଅଧିକ ପଢନ୍ତୁ...

Irrigation projects worth lakhs rupress not working for farmer in khurdha
ଚାଷ କାର୍ଯ୍ୟରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ
author img

By

Published : Sep 7, 2021, 7:49 PM IST

ଖୋର୍ଦ୍ଧା: ଚାଷ କାର୍ଯ୍ୟରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ । ମରୁଡିର ସମ୍ମୁଖୀନ ହେଉଛନ୍ତି ଚାଷୀ । ବାରମ୍ବାର ଖୋର୍ଦ୍ଧା ଏବଂ ବେଗୁନିଆ ବିଦ୍ୟୁତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ଚାଷୀ ।

ଚାଷ କାର୍ଯ୍ୟରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ

ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରକଳ୍ପ କେବଳ ଫଳକରେ ସୀମିତ ରହିଥିବା ବେଳେ ସେପଟେ ଚାଷ ଜମି ଫାଟିଆଁ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ଗ୍ରାମରେ । ଗ୍ରାମରେ ବିଜୁ କୃଷକ ବିକାଶ ଯୋଜନାରେ ଚାଷ ଜମିକୁ ପାଣି ଯୋଗାଇଦେବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହା ଏବେ ଦେଖାଦେଇଥିବା ମରୁଡି ସମୟରେ କାମରେ ଆସୁନି । ସରକାରୀ କଳର ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ସେହିପରି ଆରିକମା ଗ୍ରାମରେ 2013 ମସିହାରୁ ଚାଷୀଙ୍କ ପାଇଁ ଖୋଲାଯାଇଥିବା ବୋରିଂ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରି ନଥିବା କାରଣରୁ ବିଲ ପଡିଆ ପଡିଥିବା ଅଭିଯୋଗ କରିଛନ୍ତି ଚାଷୀ । ବାରମ୍ବାର ଖୋର୍ଦ୍ଧା ଏବଂ ବେଗୁନିଆ ବିଦ୍ୟୁତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ଚାଷୀ । ବିଦ୍ୟୁତ ସଂଯୋଗ ପାଇଁ ମୋଟା ଆଙ୍କର ହାତଗୁଂଜା ମଗୁଥିବା ଚାଷୀ କହିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବିଦ୍ୟୁତ ଅଧିକାରୀ କିଛି କହିବାକୁ ମନାକରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.