ETV Bharat / state

ସୁଲଭ ବାସଗୃହ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ, ଘର ପାଉଛନ୍ତି ବିଜେଡି ସମର୍ଥକ କହିଲା ବିଜେପି - ଭୁବନେଶ୍ବର ବାସଗୃହ ପ୍ରକଳ୍ପରେ ଅନିୟମିତତା

ଆବାସ ଯୋଜନାର ସୁଲଭ ବାସଗୃହ ପ୍ରକଳ୍ପରେ ଅନିୟମିତତା । ବସ୍ତିର ଯୋଗ୍ୟ ହିତାଧିକାରୀ ବଦଳରେ ବିଜେଡି ସମର୍ଥକଙ୍କୁ ଘର ମିଳୁଥିବା ନେଇ ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

affordable housing projects
affordable housing projects
author img

By ETV Bharat Odisha Team

Published : Nov 23, 2023, 10:43 AM IST

affordable housing projects

ଭୁବନେଶ୍ବର: ସୁଲଭ ବାସଗୃହ ପ୍ରକଳ୍ପରେ ଅନିୟମିତତା । ଏନେଇ ଅଭିଯୋଗ ଆଣିଲା ବିଜେପି । ତେବେ ମହର୍ଷି କଲେଜ ନିକଟ ଶାନ୍ତିପଲ୍ଲୀ ବସ୍ତିରେ ଏହି ଅନିୟମିତତା ଦେଖିବାକୁ ମିଳିଛି । ଆବାସ ଯୋଜନାର ସୁଲଭ ବାସଗୃହ ପ୍ରକଳ୍ପରେ ଭୁବନେଶ୍ୱର ବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିବା ଘରରେ ଅନିୟମିତତା ଅଭିଯୋଗ ହୋଇଛି । ବସ୍ତିର ଗରିବ ଖଟିଖିଆ ଯୋଗ୍ୟ ହିତାଧିକାରୀ ବଦଳରେ ବିଜେଡି ସମର୍ଥକଙ୍କୁ ଘର ମିଳୁଥିବା ନେଇ ଅଭିଯୋଗ କରିଛି ବିଜେପି ।

ସୂଚନା ମୁତାବକ, ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପର ଲୋକାର୍ପିତ କରିଥିଲେ । ହେଲେ ଆବାସ ଘର ବଣ୍ଟନ ଅନିୟମିତତା ନେଇ ବସ୍ତିବାସିନ୍ଦା ଉଦବେଗ ପ୍ରକାଶ କରିଥିବା ବେଳେ ଅନିୟମିତତାକୁ ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଯାଇ ବସ୍ତିବାସିନ୍ଦାଙ୍କୁ ଭେଟିଥିଲେ । ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିଛି କି ନାହିଁ ସେନେଇ ଲୋକଙ୍କ ସହ କଥା ହୋଇ ସମସ୍ୟା ବୁଝିଥିଲେ । ଏନେଇ ବସ୍ତିରେ ଏକ ସଭା ଆୟୋଜିତ ହୋଇଥିବା ବେଳେ ବିଜେପି ପ୍ରତିନିଧି ମଣ୍ଡଳୀ ଆଗକୁ କିଭଳି ଯୋଗ୍ୟ ହିତାଧିକାରୀ ଘର ପାଇବେ ସେନେଇ ବସ୍ତିବାସୀନ୍ଦାଙ୍କ ସ୍ୱର ହୋଇ ଲଢ଼ିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବସ୍ତିବାସିନ୍ଦା ପାଇଁ 3 ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୧୭୨୨ ହିତାଧିକାରୀ ଉପକୃତ

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ଘର ଦେଉଥିବା ବେଳେ ବସ୍ତି ବାସିନ୍ଦାମାନେ ପ୍ରଥମେ ୩୦ ହଜାର ଏବଂ ପରେ ତାଙ୍କୁ ଦେଢ଼ଲକ୍ଷ୍ୟ ଟଙ୍କା ଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଉଛି । ତେଣୁ ଗରିବ ଖଟିଖିଆ ଲୋକମାନେ ଏକାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ସଠିକ ଚୟନ ପ୍ରକ୍ରିୟାରେ ଘର ଦିଆଯାଉ ବୋଲି ଦାବି କରିଛି ବିଜେପି । ଅନ୍ୟପଟେ ଯେଉଁମାନଙ୍କୁ ଘର ମିଳିନାହିଁ ସେମାନଙ୍କୁ କେବେ ମିଳିବ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।

ଏନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ,"ବସ୍ତି ବାସିନ୍ଦାଙ୍କ ସୁବିଧା ପାଇଁ ଏ ଘର ନୁହେଁ ଏହା ରାଜ୍ୟ ସରକାରଙ୍କ ଭୋଟ ବ୍ୟାଙ୍କ୍‌ ରାଜନୀତି । ନିର୍ବାଚନ ଆସିଲେ ହିଁ ଏଭଳି ପ୍ରହସନ ସରକାରଙ୍କର ମନକୁ ଆସେ । ତାହା ପୁଣି ନିଜସ୍ୱ ଯୋଜନା ନୁହେଁ କେନ୍ଦ୍ର ସରକାରଙ୍କ ଯୋଜନାର ଶ୍ରେୟ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର । ଏହି ଯୋଜନା ନିର୍ବାଚନ ପରଦିନ ବନ୍ଦ ହେଇଯିବ । ଯାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଆମେ ଦାବି କରୁଛୁ ଯଦି ଲୋକଙ୍କ ସୁବିଧା ପାଇଁ ଯୋଜନା ହୋଇଛି ତେବେ ପ୍ରକୃତ ହିତାଧିକାରୀଙ୍କୁ ଦିଅନ୍ତୁ ଅଯୋଗ୍ୟଙ୍କୁ ନୁହେଁ ।" ସୂଚନା ଥାଉକି, ୧୨୦୦ ଲୋକ ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ବେଳେ ୩୦୦ଙ୍କୁ ଗୃହ ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.