ETV Bharat / state

IPS ସାଗରିକା ନାଥଙ୍କ ପରିବାରକୁ ଆକ୍ରମଣ, ଚେନ ଲୁଟିଲେ ଆକ୍ରମଣ କଲେ - ଆଇପିଏସ ସାଗରିକା ନାଥ

ଲୁଟ ପରେ ଆକ୍ରମଣର ଶିକାର ହେଲେ ଆଇପିଏସଙ୍କ ବାପା ଓ ମାଆ । ଚେନ ଲୁଟ ପରେ ଗାଡି ଉପରକୁ କଲେ ପଥର ମାଡ । ଅଧିକ ପଢନ୍ତୁ

miscreants attacked sp sagarika nath family

author img

By

Published : Jul 3, 2023, 11:18 AM IST

ଭୁବନେଶ୍ବର: ରାଜଧାନୀରେ ସୀମା ଟପିଲେ ଅପରାଧୀ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ଲେଡି ଆଇପିଏସଙ୍କ ପରିବାର । IPS ସାଗରିକା ନାଥଙ୍କ ପରିବାରକୁ ଲୁଟ ପାଇଁ ଆକ୍ରମଣ । ସାଗରିକାଙ୍କ ମାଆଙ୍କ ବେକରୁ ଚେନ ଝାମ୍ପି ନେବା ସହ କାର ଉପରକୁ ପଥର ଫିଙ୍ଗିଲେ ଦୁର୍ବୃତ୍ତ । ଆଇପିଏସଙ୍କ ବାପା ଓ ମାଆ ଆହତ ହୋଇଥିବା ସୂଚନା । ରାଜଧାନୀର ଭରତପୁର ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା । 3ଦିନ ପରେ ସାମ୍ନାକୁ ଆସିଲା ଘଟଣା । ଭରତପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଆଇପିଏସ ସାଗରିକା ନାଥଙ୍କ ଅଜା ଓ ଆଇଙ୍କ ଘର ଭରତପୁର ଥାନା ଅଞ୍ଚଳରେ । ସାଗରିକା ନାଥଙ୍କ ବାପା ଓ ମାଆ ଦେଖା କରିବାକୁ ଗତ 1ତାରିଖରେ ଭରତପୁର ଅଞ୍ଚଳକୁ ଆସିଥିଲେ । ଅପରାହ୍ନ ପ୍ରାୟ 4ଟା 30 ସମୟରେ ଘର ବାହାରେ ସାଗରିକା ନାଥଙ୍କ ବାପା କାର ଧରି ରାସ୍ତାରେ ଠିଆ ହୋଇଥିଲେ । ଏହାପରେ ତାଙ୍କ ମାଆ ଘରୁ ବାହାରି କାରପାଖକୁ ଆସିଥିଲେ । ଏହି ସମୟରେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ସାଗରିକା ନାଥଙ୍କ ମାଆଙ୍କ ବେକରୁ ଚେନ ଝାମ୍ପି ନେଥିଲେ ।

ଏହା ପରେ ସାଗରିକା ନାଥଙ୍କ ବାପା ଲୁଟେରାଙ୍କ ପିଛା କରିଥିଲେ । ପରେ ଲୁଟେରାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେବାରୁ ସେମାନେ ତଳେ ପଡିଯାଇଥିଲେ । ଧରାପଡିଯିବା ଭୟରେ ସେମାନେ କାର ଉପରକୁ ପଥରମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ । ଆକ୍ରମଣ ଓ ଲୁଟର ଶିକାର ହୋଇଥିବା ସାଗରିକା ନାଥଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ କମିଶନରେଟ ପୋଲିସ କହିଛି,‘ଏହି ଘଟଣାରେ ଏକ କେସ ରୁଜୁ ହୋଇଛି । ଚୋରି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।’ ରାଜଧାନୀରେ ଆଇପିଏସଙ୍କ ପରିବାରକୁ ଲୁଟ ପାଇଁ ଆକ୍ରମଣ ପରେ ସହରର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି । ସହରରେ ସୁରକ୍ଷା ବ୍ୟବସ୍ଥା କିପରି ତଦାରଖ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କମିଶନରେଟ ପୋଲିସର ବିଭିନ୍ନ ଥାନାରେ ପିଓପିଡି ଟିମ୍ ସହ ସ୍ପେଶାଲ ସ୍କ୍ବାଡ ଓ କମିଶନରେଟ୍ ପୋଲିସରେ ଏକ ସ୍ପେଶାଲ କ୍ରାଇମ୍ ୟୁନିଟ ରହିଛି । ହେଲେ ଏହା ସତ୍ତ୍ବେ ମଧ୍ୟ ସହରରେ ଲୁଟ ଛିନତାଇ ଓ ରାହାଜାନୀ ଉପରେ ବ୍ରେକ ଲାଗିପାରୁନି । ଅନେକ ସମୟରେ ସାଧାରଣ ଲୋକ ମଧ୍ୟ ଏହାର ଶିଖର ହେଉଥିଲେ ମଧ୍ୟ ତାହା ଯେପରି ପୋଲିସ ଚିନ୍ତାରେ ବିଷୟ ପରି ଲାଗୁନାହିଁ । କ୍ରାଇମ୍ କ୍ରିମିନାଲଙ୍କୁ ଟ୍ରାକ କରୁଛି ପୋଲିସ । ଜେଲ ଭିତରେ ଜେଲ ପରେଡ କରୁଛି । ତଥାପି ଏସବୁ କ୍ରାଇମ୍ ଉପରେ ‌ରୋକ ଲାଗିପାରୁନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.