ETV Bharat / state

ଅରୁଣ ବୋଥ୍ରା କ୍ରୁଟ ଏମଡି, ଅମିତାଭଙ୍କୁ ଜେଲ ବିଭାଗ ଅତିରିକ୍ତ ଦାୟିତ୍ବ

author img

By

Published : Jun 8, 2023, 8:05 AM IST

ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ କ୍ରୁଟ ଦାୟିତ୍ୱ ମିଳିଛି । ସେହିପରି ପରିବହନ କମିଶନର ଭାବେ କାର୍ଯ୍ୟରତ ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଅଧିକ ପଢନ୍ତୁ

Arun bothra gets new charge
ଅରଣୁ ବୋଥ୍ରା କ୍ରୁଟ ଏମଡି

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଓ ପୋଲିସ ସେବା ଅଧିକାରୀଙ୍କର ଛୋଟ ଧରଣ ଅଦଳବଦଳ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ତଥା ବରିଷ୍ଠ ଆଇପିଏସ ଅଫିସର ଅରୁଣ ବ୍ରୋଥାଙ୍କୁ ପୁଣି ଥରେ କ୍ରୁଟ ଦାୟିତ୍ୱ ମିଳିଛି । ସେହିପରି ପରିବହନ କମିଶନର ଭାବେ କାର୍ଯ୍ୟରତ ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ ୧୯୯୬ ବ୍ୟାଚର ଆଇପିଏସ ଅରୁଣ ବ୍ରୋଥାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଥିବା ଅରୁଣଙ୍କୁ ପୁଣି ଥରେ କ୍ରୁଟ ଦାୟିତ୍ୱ ହସ୍ତାନ୍ତର ହୋଇଛି । କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।

କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଅଧୀନରେ ମୋ ବସ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀକୁ ଚଳପ୍ରଚଳ କରୁଛି । ଗତ ୨୦୧୯ ମସିହାରେ କ୍ରୁଟର ପରିଚାଳନା ଦାୟିତ୍ୱରେ ଥିଲେ ଅରୁଣ ବୋଥ୍ରା । ତେବେ ତାଙ୍କୁ ଗତବର୍ଷ କ୍ରୁଟ ଦାୟିତ୍ୱରୁ ହଟାଇ ଦେଇଥିଲେ ସରକାର । ଗତବର୍ଷ ତାଙ୍କୁ ପରିବହନ କମିଶନ ଭାବେ ବଦଳି କରାଯାଇଥିଲା । ରାଜ୍ୟ ସରକାର ପୁଣି ଥରେ ଅରୁଣ ବୋଥ୍ରାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ଏହା ବି ପଢନ୍ତୁ...ମୁକ୍ତା ଯୋଜନାରେ ୪୨୩.୮୭ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ...ବଢିଲା ଖରିଫ ଫସଲର ଏମ୍‌ଏସ୍‌ପି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ବିଏମସି କମିଶନର ତଥା ୨୦୧୩ ବ୍ୟାଚର ଆଇଏଏସ ବିଜୟ ଅମୃତ କୁଲାଙ୍ଗେ ଏବେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଅରୁଣ ଦାୟିତ୍ୱ ନେବା ଦିନ ହିଁ ବିଜୟଙ୍କ ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହେବ । ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ଆଇପିଏସ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ଆଇଜି ଦାୟିତ୍ୱରୁ ହଟାଇ ଦିଆଯାଇଛି । ୧୯୯୭ ବ୍ୟାଚର ଦୀପ୍ତେଶ ଓଏସଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଜେଲ ଏଡିଜି ଭାବେ ୧୯୯୮ ବ୍ୟାଚର ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ରାଜ୍ୟ ପରିବହନ କମିଶନର ଭାବେ କାର୍ଯ୍ୟରତ ଅମିତାଭ ଜେଲ ଏଡିଜି କମ ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.