ETV Bharat / state

ବାଟୁଳି ମାରି କାର୍‌ କାଚ ଭାଙ୍ଗି କରୁଥିଲେ ଲୁଟ୍‌, ଧରାପଡିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ - ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ

ବାଟୁଳି ମାରି କାର କାଚ ଭାଙ୍ଗି ଲୁଟ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଖୁବଶୀଘ୍ର ପୋଲିସ ପଶ୍ଚିମବଙ୍ଗ ଯାଇ ଛାନଭିନ କରିବ ଓ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଖୋଜିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି । ଅଧିକ ପଢ଼ନ୍ତୁ

ଧରାପଡିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍
ଧରାପଡିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍
author img

By

Published : Dec 18, 2022, 7:32 AM IST

ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ପ୍ରେସମିଟ

ଭୁବନେଶ୍ବର: ବାଟୁଳି ମାରି କାର କାଚ ଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିଛି ପୋଲିସ । ଜଣେ ଦୂରରୁ ବାଟୁଳି ମାରି ଭାଙ୍ଗୁଥିଲା କାଚ । ଆଉ ଜଣେ କାରରୁ ଜିନିଷ ଲୁଟପାଟରେ କରୁଥିଲା ସହଯୋଗ‌ । ଅନ୍ୟ ଜଣେ ସହଯୋଗୀ ନଜରରୁ ହଟିବା ପାଇଁ ଏକ କପଡା ବ୍ୟାଗରେ ଲୁଟ ଜିନିଷ ଭର୍ତ୍ତି କରି ମାରୁଥିଲା ଚମ୍ପଟ । ଏପରି ଢଙ୍ଗରେ ସହର ଭିତରେ ଗୋଟିଏ ପରେ ଗୋଟିଏ କାରର କାଚ ଭାଙ୍ଗି ବା ଡିକି ତାଡି ଲୁଟପାଟର ଆତଙ୍କ ମଚାଇଥିବା ଗ୍ୟାଙ୍ଗ ଏବେ ପୋଲିସ କବ୍‌ଜାରେ ।

୪ ଜଣିଆ ଗ୍ୟାଙ୍ଗକୁ ଟ୍ରାକ କରି ଗିରଫ କରିଛି ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି, "ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ସୂର୍ଯ୍ୟା ମୁଦାଲିଆର, ରାହୁଲ ରାଓ, ଆଦିତ୍ୟ କଇଁରି, ଶଙ୍କର ସ୍ୱାମୀ ଓ ଏମାନଙ୍କର କିଛି ସହଯୋଗୀ ବୁଲି ବୁଲି ଏଭଳି ଲୁଟ ପାଟ କରୁଥିଲେ । ବିଶେଷ କରି ଏମାନେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ । ଏମାନେ ଗୋଟିଏ ରାଜ୍ୟରୁ ଲୁଟ ପରେ ଆଉ ଏକ ରାଜ୍ୟକୁ ଚମ୍ପଟ ମାରୁଥିଲେ । ଫଳରେ ଏମାନଙ୍କୁ ଟ୍ରାକ କରିବା ସହଜ ନଥିଲା । ତେବେ ଏମାନେ ଭୁବନେଶ୍ୱରର ବିଭିନ୍ନ ପାର୍କି ପ୍ଲେସ, ମଲ ସାମ୍ନା, ଭିଡ ଜମିଥିବା ଏପରି ଲୁଟପାଟ କରନ୍ତି । ଚୋରୀ ବେଳେ ଲଜରେ ରୁହନ୍ତି ଚୋରୀ ପରେ ଚମ୍ପଟ ମାରନ୍ତି । ଓଡିଶାରେ ବିଭିନ୍ନ ପୂଜା ସମୟରେ ଆସି କାର କାଚ ଭାଙ୍ଗି ଚୋରୀ କରିଥିଲେ ।"

ଭୁବନେଶ୍ୱରରେ ଏମାନଙ୍କ ନାମରେ ୧୦ଟି ମାମଲା ରହିଛି । କ୍ୟାପିଟାଲ ଥାନାରେ ୫, ସହିଦ ନଗରରେ ୪ ଓ ଖାରବେଳ ନଗରରେ ଗୋଟିଏ ମାମଲା ରହିଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି । କଟକ ମାଲଗୋଦାମ ଥାନା ଅଞ୍ଚଳରେ ମଧ୍ୟ ଏପରି‌ ଲୁଟପାଟ କରିଥିବା ରିପୋର୍ଟ ହୋଇଛି । ଏହି ଗ୍ୟାଙ୍ଗକୁ ଧରିବା ପରେ ସେମାନଙ୍କ ଠାରୁ ଲୁଟରେ ବ୍ୟବହାର କରୁଥିବା ବାଟୁଳି ଓ ଲୂହା ଗୁଲି ସହିତ ୫୨ ହଜାର ଟଙ୍କା, ଭେନିଟି ବ୍ୟାଗ, ଲାପଟପ୍, ହେଡଫୋନ, ଅନେକ ଏଟିଏମ ଓ କ୍ରେଡିଟ କାର୍ଡ ଜବତ ହୋଇଛି । କିଛି ଆଇଡି କାର୍ଡ ସହ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଗ୍ୟାଙ୍ଗକୁ ଗିରଫ ପରେ ଏବେ ପୋଲିସ ଖୁବଶୀଘ୍ର ପଶ୍ଚିମବଙ୍ଗ ଯାଇ ଛାନଭିନ କରିବ ଓ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଖୋଜିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.