ETV Bharat / state

୬ରେ ଓଡିଶା ଆସିବେ କଂଗ୍ରେସ ପ୍ରଭାରୀ, ଗୋଷ୍ଠୀକନ୍ଦଳ ରୋକିବା ମୁଖ୍ୟ ଚ୍ୟାଲେଞ୍ଜ

author img

By ETV Bharat Odisha Team

Published : Jan 4, 2024, 10:28 PM IST

Internal Conflict In Odisha Congress : ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର 6 ତାରିଖରେ ଓଡିଶା ଆସିବେ । ଅନ୍ତଃକନ୍ଦଳ ରୋକିବା ସହ ଦଳକୁ ମଜବୁତ କରିବା ପାଇଁ ହେବ ବ୍ଲୁ ପ୍ରିଣ୍ଟ । ଅଧିକ ପଢନ୍ତୁ

୬ରେ ଓଡିଶା ଆସିବେ ରାଜ୍ୟ କଂଗ୍ରେସ ପ୍ରଭାରୀ, ଗୋଷ୍ଠୀ କନ୍ଦଳକୁ ରୋକିବା ହେବ ମୁଖ୍ୟ ଚ୍ୟାଲେଞ୍ଜ

ଭୁବନେଶ୍ବର : ନିକଟରେ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାରଙ୍କୁ ମିଳିଛି ଓଡିଶା ଦାୟିତ୍ବ । ଆସନ୍ତା 6 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଭାରୀ । 2024 ସାଧାରଣ ନିର୍ବାଚନ ଅବ୍ୟବହିତ ପୁର୍ବରୁ ନୂଆ କଂଗ୍ରେସ ପ୍ରଭାରୀଙ୍କ ସାମନାରେ ରହିବ ବିଭିନ୍ନ ଚ୍ୟାଲେଞ୍ଜ । ଦଲର ସାଙ୍ଗଠନିକ ସ୍ଥିତିକୁ ସଜାଡିବା ସହ ଦଳକୁ ଓଡିଶା ଭଳି ରାଜ୍ୟରେ ଅଧିକ କ୍ରିୟାଶୀଳ କରି ବିଜେଡି ଓ ବିଜେପିର ବିକଳ୍ପ ଭାବେ ଗଢି ତୋଳିବାକୁ ପ୍ରୟାସ କରିବ କଂଗ୍ରେସ ଦଳ । ଓଡିଶାବାସୀଙ୍କ ପାଖରେ କଂଗ୍ରେସ କିଭଳି ଅଧିକ ଗ୍ରହଣୀୟ ଏବଂ ଆସ୍ଥାଭାଜନ ହୋଇପାରିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି AICC । ଯାହାର ଜୀବନ୍ତ ରୂପରେଖ ଦେବେ ନବ ନିଯୁକ୍ତ ପ୍ରଭାରୀ ।

ଶାସନ ରେ ଥିବା ଉଭୟ ବିଜେପି ଓ ବିଜେଡିର ଦୁର୍ନୀତି ବିରୋଧ ରେ ଜନମତକୁ ପ୍ରଭାବିତ କରିବା କଂଗ୍ରେସ ପାଇଁ ମୁଖ୍ୟ ମୁଦ୍ଦା ହେବ । କଂଗ୍ରେସ ଇତିହାସ ଦେଖିଲେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ସବୁବେଳେ କଂଗ୍ରେସ ପାଇଁ ମହଙ୍ଗା ସବ୍ୟସ୍ଥ ହୋଇଛି । କଂଗ୍ରେସର ନେତା ମାନେ ନିଜ ନିଜ ଭିତରେ କ୍ଷମତା ଓ ସ୍ବାର୍ଥ ପାଇଁ ଲଢେଇ କରି ଦଳର ଅପୁରଣୀୟ କ୍ଷତି କରିଛନ୍ତି । ତେବେ ଆଜି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଦଳ ଭିତରେ ସୁସଙ୍ଗଠିତ ହେବାର ସମୟ ଆସିଛି ବୋଲି ସୂଚନା ଦେଇଛନ୍ତି । ଖୁବଶୀଘ୍ର ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ, ଚିରଞ୍ଜୀବି ବିଶ୍ବାଳ ଏବଂ ଅନ୍ୟମାନଙ୍କ ଉପରୁ ନିଲମ୍ବନ ଉଠାଯିବ । ଏନେଇ ବିଚାରବିମର୍ଶ ସରିଛି । ନବ ନିଯୁକ୍ତ ପ୍ରଭାରୀ 6 ଏବଂ 7 ତାରିଖରେ ଓଡିଶା ଆସିବେ । ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରି କଂଗ୍ରେସକୁ ମଜବୁତ କରିବେ ଏବଂ 9ରୁ 90 ସଂକଳ୍ପ ସଫଳ ହେବ ବୋଲି କହିଛନ୍ତି ସନ୍ତୋଷ ସିଂହ ସାଲୁଜା ।

ଏହା ମଧ୍ୟ ପଢନ୍ତୁ ... 6ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ନୂଆ ପ୍ରଭାରୀ ଅଜୟ କୁମାର ଜଣେ ଦୃଢ଼ ସଂଗଠକ । ସେ ଜଣେ ଦକ୍ଷ ଅଫିସର ଥିଲେ,ରାଜନୀତିରେ ମଧ୍ୟ ଗ୍ରହଣୀୟ । ସେ ଓଡିଶା ଆସିବେ । ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି ଏବଂ ଆଉ ଗୋଷ୍ଠୀ ବିବାଦ ରହିବ ନାହିଁ । ଏକାଠି ହୋଇ ଲଢ଼ିବୁ ଓ ଦଳରେ କଡା ଅନୁଶାସନ ରହିବ । ସୂଚନା ଅନୁଯାୟୀ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା, ସଞ୍ଜୟ ଭୋଇ ଏବଂ ବହୁ ପୁରୁଖା ନେତା କଂଗ୍ରେସକୁ ଘର ବାହୁଡା କରିବେ ।ତେବେ କଂଗ୍ରେସର ପୁରୁଣା ରୋଗ ଗୋଷ୍ଠୀ କନ୍ଦଳକୁ କିଭଳି ରାଜ୍ୟ ପ୍ରଭାରୀ ଡ଼ ଅଜୟ କୁମାର ନିୟନ୍ତ୍ରଣ କରିବେ ତାହା ସମୟ ସମୀଚୀନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.