ETV Bharat / state

ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ ଲାବୋରେଟୋରୀ - ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍‌ଥ୍‌

Integrated Public Health Laboratory: ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ୍‌ ଲାବୋରେଟୋରୀ ବା ସମନ୍ୱିତ ଜନସ୍ବାସ୍ଥ୍ୟ ଲାବୋରେଟୋରୀ । ପ୍ରତି ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍‌ଥ୍‌ ଲାବୋରେଟୋରୀ । ଆଗକୁ ପଢ଼ନ୍ତୁ

ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ୍‌ ଲାବୋରେଟୋରୀ

author img

By ETV Bharat Odisha Team

Published : Dec 8, 2023, 7:17 PM IST

Updated : Dec 8, 2023, 7:50 PM IST

ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ ଲାବୋରେଟୋରୀ

ଭୁବନେଶ୍ବର: ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ୍‌ ଲାବୋରେଟୋରୀ ବା ସମନ୍ୱିତ ଜନସ୍ବାସ୍ଥ୍ୟ ଲାବୋରେଟୋରୀ । ପ୍ରତି ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍‌ଥ୍‌ ଲାବୋରେଟୋରୀ । ଏସବୁ ଲାବୋରେଟରୀରେ ରୋଗୀମାନେ ଗୋଟିଏ ସ୍ଥାନରେ ସବୁ ପ୍ରକାର ରୋଗର ପରୀକ୍ଷା ସୁବିଧା ସହ ରିପୋର୍ଟ ମଧ୍ୟ ପାଇପାରିବେ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଉନ୍ନତି କରିବା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍‌ଥ୍‌ ଲାବୋରେଟୋରୀ ବା ସମନ୍ୱିତ ଜନସ୍ବାସ୍ଥ୍ୟ ଲାବୋରେଟୋରୀ । ଏହାଛଡ଼ା ପ୍ରତି ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍‌ଥ୍‌ ଲାବୋରେଟୋରୀ । ଏସବୁ ଲାବୋରେଟୋରୀରେ ରୋଗୀମାନେ ଗୋଟିଏ ସ୍ଥାନରେ ସବୁ ପ୍ରକାର ରୋଗର ପରୀକ୍ଷା ସୁବିଧା ସହ ରିପୋର୍ଟ ପାଇପାରିବେ । ଏହି ଲାବୋରେଟୋରୀ କାର୍ଯ୍ୟକ୍ଷମ ହେଲେ, ଲୋକମାନେ ସେମାନଙ୍କର ପରୀକ୍ଷା ରିପୋର୍ଟ ଡିଜିଟାଲ ମାଧ୍ୟମରେ ମଧ୍ୟ ପାଇପାରିବେ । ପ୍ରାରମ୍ଭିକ ଭାବେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ମହଲା ବିଶିଷ୍ଟ ଜିଲ୍ଲାସ୍ତରୀୟ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍‌ଥ୍‌ ଲାବୋରେଟୋରୀ ସ୍ଥାପନ ହେବ । ଏବେ ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ଲାବୋରେଟାରୀ ତିଆରି କାର୍ଯ୍ୟ ଶେଷ ହୋଇଗଲାଣି । ଅନ୍ୟ ଜିଲ୍ଲାରେ ଟେଣ୍ଡର ଓ ନିର୍ମାଣ କାମ ଚାଲିଛି । ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଏସବୁ ଲାବୋରେଟୋରୀ କାର୍ଯ୍ୟକ୍ଷମ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ବିକାଶ କନକ୍ଲେଭ, ଶିକ୍ଷା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ଵ ଦେବା ଆବଶ୍ୟକ

ଭୁବନେଶ୍ବରରେ ଏନେଇ ଆୟୋଜିତ ଏକ କର୍ମଶାଳା ଅବସରରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ‘‘ଏହି ଲାବୋରେଟୋରୀରେ ବିଶେଷ ଭାବରେ ହେମାଟୋଲୋଜି ଟେଷ୍ଟ ରହିଛି । ରକ୍ତ ନମୁନା ପରୀକ୍ଷା, ସିକିଲ ସେଲ ଅନେମିଆ, ମେଲେରିଆ ଏବଂ ଫାଇଲେରିଆ ଆଦିର ପରୀକ୍ଷା ହୋଇପାରିବ । ସେହିପରି ଭାବରେ କ୍ଲିନିକାଲ ପାଥୋଲୋଜିରେ ମାଇକ୍ରୋ ସ୍କୋପି କେମେଷ୍ଟି, ଗର୍ଭ ପରୀକ୍ଷା, ରାପିଡ ଟେଷ୍ଟ, ସିମେନ୍ ଅନାଲାଇସ, ପରଟାଇସ ପରୀକ୍ଷା ହେବ । ଏହା ସହ ପିସିଆର, ରାପିଡ୍ ଡାଇଗ୍ନିଷ୍ଟିକ ପ୍ଲାଟ ଫର୍ମ କୋଭିଡ 19, ଏହା ସହ ଡେଙ୍ଗୁ, ଚିକେନଗୁନିଆ, ମେଲେରିଆ, ହେପାଟାଇଟିସ ବି ଏବଂ ସି, ଏଚ୍ ଆଇ ଭି ଏବଂ ଟିବି ଆଦି ଭଳି ଅନେକ ପରୀକ୍ଷା କରାଯିବ ।’’ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଅନେକ ପଦକ୍ଷେପ ନେଉଛନ୍ତି । ହସ୍ପିଟାଲ ରୋଗୀ ସେବା ଆମ୍ବୁଲାନ୍ସ ଭଳି ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ନିଯୁକ୍ତି କରୁଛନ୍ତି । ଏପଟେ ନିଆଯାଉଥିବା ଆଉ ଏକ ପଦକ୍ଷେପ ଜନ ହିତକର ହେବା ସହ ଲୋକଙ୍କୁ ବହୁ ଅସୁବିଧାରୁ ବଞ୍ଚାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 8, 2023, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.