ETV Bharat / state

ଖରା ଯୋଗୁଁ ଶୁଖିଲା ପଡୁଛି ଜଙ୍ଗଲ ଭିତର ଜଳାଶୟ, ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ - ଜଳାଶୟ ଗଭୀର କରିବାକୁ ନିର୍ଦେଶ

ଜଙ୍ଗଲ ମଧ୍ୟରେ ଜଳ ସଂରକ୍ଷଣ ଓ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଡିଏଫଓଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ। ଅଧିକ ପଢନ୍ତୁ

water supply in the forest
water supply in the forest
author img

By

Published : Apr 17, 2023, 9:24 PM IST

water supply in the forest

ଭୁବନେଶ୍ବର: ଖରା ଯୋଗୁଁ ଶୁଖିଲା ପଡୁଛି ଜଙ୍ଗଲ ଭିତର ଜଳାଶୟ। ଏନେଇ ଜଙ୍ଗଲ ମଧ୍ୟରେ ଜଳ ସଂରକ୍ଷଣ ଓ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଡିଏଫଓଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ। ଜଙ୍ଗଲରେ ଥିବା ଜଳାଶୟ ଗଭୀର କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଶୁଖିଲା ଥିବା ପୋଖରୀରେ ଟ୍ୟାଙ୍କର ସାହାଯ୍ୟରେ ପାଣି ଆଣି ପୋଖରୀରେ ପକାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଳାଶୟ ପାଖରେ ଛାଇ ବ୍ୟବସ୍ଥା ସହ ନିୟମିତ ସ୍ଥିତି ର ଅନୁଧ୍ୟାନ କରିବାକୁ ନିର୍ଦେଶ ରହିଛି।

ଜଙ୍ଗଲ ମଧ୍ୟରେ ଯଦି ଜଳ ନ ମିଳିଲେ ପାଣି ପାଇଁ ବନ୍ୟଜନ୍ତୁ ମାନେ ଜନବସତି ମୁଁହା ହୋଇ ପାରନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ପିସିସିଏଫ। ଏପଟେ ଆଠଗଡ ହାତୀ ଛୁଆ ପାଣି ଅଭାବରୁ ମୃତ୍ୟୁ ଘଟଣା କୁ ନେଇ ପିସିସିଏଫ କହିଛନ୍ତି ଯେ, ପାଣି ଅଭାବରୁ ହାତୀ ଛୁଆର ମୃତ୍ୟୁ ହୋଇନଥିବା କହିଛନ୍ତି। ସେ ଅଞ୍ଚଳରେ 3 ଟି ପୋଖରୀରେ ପାଣି ରହିଛି। ପୋଷ୍ଟ ମର୍ଟମ ପରେ ହାତୀ ଛୁଆ ମୃତ୍ୟୁ ର କାରଣ ଜଣା ପଡିବ।

ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ନୂଆପଡାରେ ଏକ ଲିଓପାଡ ବାଘ ଅସୁସ୍ଥ ହୋଇଛି। ତୁରନ୍ତ ବାଘଟିକୁ ସାଲାଇନ ଦିଆଯିବା ପରେ ଆଜି ଖାଦ୍ୟ ଖାଇଛି। ଗତ କାଲି ଠିକ ଭାବେ ଛିଡା ହୋଇ ପାରୁ ନଥିଲା ବାଘଟି। ଅଂଶୁଘାତ ନା ଅନ୍ୟ କାରଣ ଯୋଗୁଁ ବାଘ ଅସୁସ୍ଥ ହୋଇଥିଲା ତାହା ନିରୀକ୍ଷଣ କରାଯାଉଛି। ସେହିପରି ବୃଦ୍ଧାଙ୍କୁ ମାରି ଖାଇଥିବା ବାଘ ଏହି ବାଘ କି ନୁହେଁ ତାହା ଯାଞ୍ଚ କରାଯିବା ସହ ବାଘଟିର ଗତିବିଧିକୁ ନଜର ରଖାଯାଇଛି। ସିସିଟିଭି ମାଧ୍ୟମରେ ସେହି ବାଘ କି ନାହିଁ ଯାଞ୍ଚ କରାଯାଉଛି ବୋଲି ୱାଇଲଡ ଲାଇଫ ପିସିସିଫ ଏସ କେ ପୋପଲି କହିଛନ୍ତି।

ସୂଚନା ଅନୁଯାୟୀ, ନରସିଂହପୁର ପୂର୍ବ ବନାଞ୍ଚଳର ବ୍ରାହ୍ମଣୀ ବିଟ ନୂଆଗଡ ସେକ୍ସନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ପାଣି ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ନେଇ ଖୋଦ ବନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପାଣି ଅଭାବରୁ ଛୁଆ ହାତୀଟି 20 ରୁ 25 ଦିନ ତଳେ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ତେବେ ବନ ବିଭାଗ ଶୁକ୍ରବାର ଦିନ ଛୁଆ ହାତୀର ମୃତଦେହକୁ ଠାବ କରି ବ୍ୟବଚ୍ଛେଦ କରାଯାଇ ହାତୀର ମୃତଦେହକୁ ପୋତି ଦିଆଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.