ଖୋର୍ଦ୍ଧା: କୋରୋନା ମୁକାବିଲା ପାଇଁ ଜିଲ୍ଲା ପୋଲିସର ଅଭିନବ ପ୍ରୟାସ । ଖୋର୍ଦ୍ଧା ପୋଲିସ ଆରମ୍ଭ କରିଛି ସଚେତନତା ରଥ । ଦ୍ରୁତ ଗତିରେ ମାଡିଚାଲିଛି କରୋନା । ଲୋକଙ୍କ ମଧ୍ୟରେ ଭୟର ବାତାବରଣ । ଗାଁ ଠୁ ସହର ସବୁଠି କରୋନାର ଆତଙ୍କ । ତେଣୁ ଲୋକଙ୍କୁ ସଚେତନତା କରିବାକୁ ଯାଇ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଭଳି ସଚେତନତା ବାର୍ତ୍ତା ଦେଇଛି ଖୋର୍ଦ୍ଧା ପୋଲିସ ।
ରଥକୁ ଉଦଘାଟନ କରି ଜିଲ୍ଲା ବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଖୋର୍ଦ୍ଧା ଏସପି । ମୁକୁନ୍ଦପ୍ରସାଦ ଠାରୁ ଏହି ରଥ ଖୋର୍ଦ୍ଧା ସହରର ପରିକ୍ରମା କରି ଲୋକଙ୍କୁ ସଚେତନ କରାଉଛି । ଅନ୍ୟପଟେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ପୋଲିସ ଇନ୍ସପେକ୍ଟର ଅର୍ଚ୍ଚନା ମଲ୍ଲିକଙ୍କ କରୋନା ସଚେତନତା ସଙ୍ଗୀତ ମଧ୍ୟ ଲୋକଙ୍କ ମଧ୍ୟରେ ବେସ ଆଦୃତ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ