ETV Bharat / state

ପ୍ରତି ବ୍ଲକ ଓ ପଞ୍ଚାୟତରେ ମୋ ସେବାକେନ୍ଦ୍ର, ପ୍ରତି ଉଚ୍ଚ ବିଦ୍ୟାଳୟରେ ହେବ IT ଲ୍ୟାବ - ଡିଜିଟାଲ ମାଧ୍ୟମକୁ ଗୁରୁତ୍ବ

ରାଜ୍ୟ ସରକାର ଏବେ ଡିଜିଟାଲ ମାଧ୍ୟମକୁ ଗୁରୁତ୍ବ ଦେଉଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆସିଥିବାରୁ ଲୋକମାନଙ୍କ ସୁବିଧା ପାଇଁ ପ୍ରତି ପଞ୍ଚାୟତରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଅଧିକ ପଢ଼ନ୍ତୁ

Information and Technology Dept Press Meet

author img

By

Published : May 30, 2023, 10:05 PM IST

Information and Technology Dept Press Meet

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ମନୋଜ ମିଶ୍ର । ରାଜ୍ୟ ସରକାର ଏବେ ଡିଜିଟାଲ ମାଧ୍ୟମକୁ ଗୁରୁତ୍ବ ଦେଉଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆସିଥିବାରୁ ଲୋକମାନଙ୍କ ସୁବିଧା ପାଇଁ ପ୍ରତି ପଞ୍ଚାୟତରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ତୃଣମୂଳସ୍ତରରେ ଲୋକେ ଡିଜିଟାଲ ମୋଡ୍‌ରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ିହେବା ସହ ସହଜରେ ସୂଚନା ପାଇପାରିବେ । ସେହିଭଳି ରାଜ୍ୟର ୩୦୦୦ ସ୍କୁଲରେ ମଧ୍ୟ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରିବାକୁ ସରକାର ଯୋଜନା କରିଛନ୍ତି । ଏହାଦ୍ବାରା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ସିଧାସଳଖ ବିଭିନ୍ନ ଆବଶ୍ୟକୀୟ ସୂଚନା ପାଇପାରିବେ ।

ପ୍ରତି ଉଚ୍ଚ ବିଦ୍ୟାଳୟରେ ହେବ IT ଲ୍ୟାବ: ମୋ ସ୍କୁଲ ଅଭିଯାନରେ ପରିବେଶର ପରିବ୍ୟାପ୍ତ କରାଯାଇ ବିଦ୍ୟାଳୟର ଶୈକ୍ଷିକ ପରିବେଶର ସାମଗ୍ରିକ ଓ ଗୁଣାମତ୍କ ମାନର ବୃଦ୍ଧି କରାଯାଇଛି । ଏହା ସହ ୧୦ ହଜାର ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତି ଉଚ୍ଚ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଆଇଟି ଲ୍ୟାବ ଉପଲବ୍ଧ ହେବ । ସରକାରଙ୍କ 5T ଯୋଜନା ଅଧୀନରେ ୬,୧୨୩ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି । ସ୍ମାର୍ଟ କ୍ଲାସରୁମ, ଆଇଟି ଲ୍ୟାବ, ବିଜ୍ଞାନ ପରୀକ୍ଷାଗାର ପାନୀୟ ଜଳ, କ୍ରୀଡା ଭିତ୍ତିଭୂମି ଆଦି ପରିବେଶର ରୂପରେଖ ସମସ୍ତ ବିଦ୍ୟାଳୟରେ ରହିଛି । ତେବେ ୨୦୨୩ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ହାଇସ୍କୁଲରେ ଆଇଟି ଲ୍ୟାବ ଉପଲବ୍ଧ ହେବ । ସମସ୍ତ ୧୪୪ ULBରେ ଗୋଟିଏ ମଡେଲ ସ୍କୁଲ, ବାଳିକା, ଏସସି ଏବଂ ଏସଟି, ସଂଖ୍ୟାଲଘୁ, ପଛୁଆ ଶ୍ରେଣୀ ଏବଂ ଅନ୍ୟାନ୍ୟ ଯୋଗ୍ୟ ଛାତ୍ରଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦିଆଯିବ ।

୧୦୬ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ନେଇ ସରକାର ପଦକ୍ଷେପ ନେଉଛନ୍ତି । ଏହା ମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟ ଗୁଡ଼ିକରେ ୨ଟି ଲେଖାଏଁ ସେକ୍ସନ ଖୋଲିବ । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ, ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏହାଦ୍ବାରା ରାଜ୍ୟରେ ୧୦୬ଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩,୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇବ । ତେବେ ନାମ ଲେଖାଇବା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

ପ୍ରତି ବ୍ଲକ ଓ ପଞ୍ଚାୟତରେ ମୋ ସେବାକେନ୍ଦ୍ର: ବର୍ତ୍ତମାନ ୬,୯୦୦ ମୋ ସେବାକେନ୍ଦ୍ର ଜରିଆରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ଏହା ୮୦୦୦କୁ ବୃଦ୍ଧି ପାଇବ । ସରକାରୀସ୍ତରରେ କମ୍ପ୍ୟୁଟର ବ୍ୟବହାର ବୃଦ୍ଧି ପାଇଛି । ସମସ୍ତ ପଞ୍ଚାୟତରେ ମୋ ସେବାକେନ୍ଦ୍ର ଏବଂ ଆଭାସୀ ବୈଠକ ସୁବିଧା ସମ୍ପ୍ରସାରିତ ହେବା ସହିତ ସମସ୍ତ ବ୍ଲକ ମୁଖ୍ୟାଳୟରେ ସ୍ମାର୍ଟ ମୋ ସେବାକେନ୍ଦ୍ର ପ୍ରତିଷ୍ଠା କରାଯିବ ।

ସାରା ରାଜ୍ୟରେ 4G ସେବା: ୧ ବର୍ଷ ମଧ୍ୟରେ ସାରା ରାଜ୍ୟରେ 4G ସେବା ଯୋଗାଇ ଦେବେ ରାଜ୍ୟ ସରକାର । ୫ ହଜାର ଗାଁରେ ଟେଲିକମ ସେବା ନାହିଁ । ସବୁଠାରେ ଟେଲିକାମ ଟାୱାର ପାଇଁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୨ ହଜାର ବର୍ଗଫୁଟ ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଖୁବଶୀଘ୍ର ଫାବ୍‌ ଏବଂ ଫାବ୍‌ ରହିତ ନୀତି ପ୍ରଣୟନ କରାଯିବ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଗୁଡ଼ିକ ରେ wifi ସଂଯୋଗ ବିସ୍ତାର କରାଯିବ । ରାଜ୍ୟରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ମାନ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଗକୁ 5G ସେବା ମଧ୍ୟ ତ୍ବରାନ୍ବିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.