ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଶିଳ୍ପ ନୀତି । ମେକ ଇନ ଓଡ଼ିଶା (Make in Odisha 2022) ର ଦ୍ଵିତୀୟ ଦିନରେ ନୂଆ ଶିଳ୍ପ ନୀତି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପ ନୀତିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ କଞ୍ଚାମାଲ ଉପଯୋଗକୁ ଗୁରୁତ୍ୱ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।
ଏହାବି ପଢନ୍ତୁ- World Vegan Day: ଶାକାହାରୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନିରାମିଷ ଖାଦ୍ୟ
ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କ ସୂଚନା ଅନୁସାରେ, ଶିଳ୍ପ ନୀତି 2022 ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ । ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣର ପ୍ଲାନେରୀ ସେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବେ । ଶିଳ୍ପ ନୀତି 2022ରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ କଞ୍ଚାମାଲ ଉପଯୋଗକୁ ଗୁରୁତ୍ୱ ଦିଆଯିବ । ଥ୍ରଷ୍ଟ ଓ ପିୟୋରିଟି ସେକ୍ଟର ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପକୁ ଦିଆଯିବ ସବୁଠୁ ଅଧିକ ଗୁରୁତ୍ୱ । ରାଜ୍ୟରେ ଉପଲବ୍ଧ ଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦିଆଯିବ । ଷ୍ଟିଲ, ଷ୍ଟେନଲେସ ଷ୍ଟିଲ ଓ ଆଲୁମିନିୟମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି । ଏହି କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଉତ୍ପାଦନକାରୀ ରାଜ୍ୟ । ଏହାକୁ ବ୍ୟବହାର କରି ଯଦି କୌଣସି କମ୍ପାନୀ ଭାଲ୍ୟୁ ଆଡେଡ ପଦାର୍ଥ ପ୍ରସ୍ତୁତ କରିବେ ତାଙ୍କୁ ପ୍ରାଥମିକତା ମିଳିବ । ରାଜ୍ୟରେ ଧାମରା, ପାରାଦୀପ, ଗୋପାଳପୁର ଓ ସୁବର୍ଣ୍ଣରେଖା ବନ୍ଦର ରହିଛି । ବନ୍ଦର ନିକଟରେ ଯଦି କୌଣସି କମ୍ପାନୀ ରପ୍ତାନି ୟୁନିଟ ଆରମ୍ଭ କରିବେ ତେବେ ସେହି ଶିଳ୍ପ କମ୍ପାନୀକୁ ଦିଆଯିବ ଅଗ୍ରାଧିକାର ।
ଏହାବି ପଢନ୍ତୁ- ବୁଲିଲା 5T ଖଣ୍ଡା, 14 ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଶିଳ୍ପ ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ପଶ୍ଚିମ ଓଡିଶାର ବିଜୁ ଏକ୍ସପ୍ରେସ ୱେ କଡ଼ରେ ଶିଳ୍ପ କରିଡର ଲାଗି ବିଭିନ୍ନ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ପଶ୍ଚିମ ଓଡ଼ିଶାରେ ଥିବା ବିଜୁ ଇକୋନମିକ କରିଡ଼ରକୁ ଶିଳ୍ପ ଅଭିବୃଦ୍ଧି ପ୍ଲାନରେ ସାମିଲ କରାଯାଇଛି । ମକା, କପା, ଧାନ, ବାଦାମକୁ ନେଇ ନୂଆ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ରପ୍ତାନିକୁ ଦିଆଯିବ ଗୁରୁତ୍ୱ । ସେହିପରି ଟେକ୍ସଟାଇଲ, ଗାର୍ମେଣ୍ଟ, ଏପେରାଲ, ଫୁଡ଼ ପ୍ରସେସିଂ, ଏଗ୍ରି ପ୍ରୋସେସିଂ ସେକ୍ଟର ଲାଗି ପିୟୋରିଟି ସେକ୍ଟରରେ ରଖାଯାଇଛି । ଥ୍ରଷ୍ଟ ଏମଏମ ପିୟୋରିଟି ସେକ୍ଟରରେ ଯେଉଁମାନେ ଶିଳ୍ପ ପ୍ରତିଷ୍ଠା କରିବେ ତାଙ୍କୁ ବିଶେଷ ସୁବିଧା ଦିଆଯିବ । ଏସବୁ କ୍ଷେତ୍ରରେ କ୍ୟାପିଟାଲ ଇନଭେଷ୍ଟନେଣ୍ଟ ସବସିଡି, ବିଦ୍ୟୁତ ଶୁକ୍ଳ କିଛି ପରିମାଣରେ ଛାଡ଼, ଷ୍ଟାମ୍ପ ଡ୍ୟୁଟି ଏକଜମ୍ପସନ ଓ ସୁଲଭ ମୂଲ୍ୟରେ ଜମି ଯୋଗଇବା ଲାଗି ବ୍ୟବସ୍ଥା କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର