ଖୋର୍ଦ୍ଧା: ରାଜ୍ୟରେ ଶିଳ୍ପସଂସ୍ଥାକୁ ଆଗେଇ ନେବାପାଇଁ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଖୋର୍ଦ୍ଧା ଶିଳ୍ପସଂସ୍ଥା ପରିଦର୍ଶନ କରିଛନ୍ତି । ଶିଳ୍ପାଞ୍ଚଳରେ ଥିବା ଇଏମସି,ଇନ୍ଫୋସିସ,ଏଚସିସିବି,ଶାନ୍ତି ସୋଲାର,ସି ଫୁଡ଼ପାର୍କ ଭଳି ଅନେକ ଶିଳ୍ପସଂସ୍ଥା ବୁଲି ଦେଖିବା ସହ ଏହାର ଅଭିବୃଦ୍ଧି ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।
ସେହିପରି 466 କୋଟି ଟଙ୍କା ବିନିଯୋଗରେ ପ୍ରାୟ 38 ଏକର ଜାଗାରେ ନିର୍ମାଣ ହୋଇଥିବା ଦେଶର ବୃହତମ ଜୁଶ ପ୍ରସ୍ତୁତ କାରଖାନା ବୁଲି ପ୍ରସ୍ତୁତି ପ୍ରଣାଳୀ ଦେଖି ମନ୍ତ୍ରୀ ଖୁବ ଖୁସି ହୋଇଛନ୍ତି । ଏହି ଅବସରରେ ମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଶିଳ୍ପସଂସ୍ଥା ଆଗକୁ ବଢ଼ିପାରିବ ବୋଲି କହିବା ସହ ଶିଳ୍ପସଂସ୍ଥା ପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଶୀଘ୍ର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ