ETV Bharat / state

Good news for Train passengers: ପ୍ଲାଟଫର୍ମରେ ମିଳିବ ସୁଲଭ ମୂଲ୍ୟର ଭୋଜନ ଓ ପାନୀୟ ଜଳ

author img

By

Published : Jul 20, 2023, 9:56 AM IST

ଦ୍ବିତୀୟ ଶ୍ରେଣୀ କୋଚ ନିକଟରେ ପ୍ଲାଟଫର୍ମରେ ମିଳିବ ସୁଲଭ ମୂଲ୍ୟର ଭୋଜନ । ଆଜି ଠାରୁ ୬୪ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ ଏହି ସେବା । ଏହା ମଧ୍ୟ ପଢନ୍ତୁ

Good news for train passengers
Good news for train passengers

ଭୁବନେଶ୍ବର: ଦ୍ବିତୀୟ ଶ୍ରେଣୀ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଦ୍ବିତୀୟ ଶ୍ରେଣୀ କୋଚ ନିକଟରେ ପ୍ଲାଟଫର୍ମରେ ମିଳିବ ସୁଲଭ ମୂଲ୍ୟର ଭୋଜନ । ଆଜି ଠାରୁ ୬୪ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ ଏହି ସେବା । ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଆଧାରରେ ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ । ଆଇଆରସିଟିସିର ରୋଷେଇ ୟୁନିଟ୍ ଓ ଜନ ଆହାର କେନ୍ଦ୍ରରୁ ଏହି ଖାଦ୍ୟ ଯୋଗାଣ ହେବ । ସ୍ୱଳ୍ପ ମୂଲ୍ୟର ଭୋଜନ ସହିତ ସୁଲଭ ପ୍ୟାକେଜ ପାନୀୟ ଜଳ ।

ତେବେ ଏହି କାଉଣ୍ଟର ଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର ହେବ । ଯାହା ଦ୍ୱାରା ଏହି କାଉଣ୍ଟର ଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚର ଅବସ୍ଥାନ ନିକଟରେ ପ୍ରଦାନ କରାଯିବ । ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ସେବା କାଉଣ୍ଟର ଗୁଡ଼ିକର ବ୍ୟବସ୍ଥା 6 ମାସ ପାଇଁ ଏକ ପରୀକ୍ଷାମୂଳକ ଭିତ୍ତିରେ କରାଯାଇଛି । ସୁଲଭ ମୂଲ୍ୟର ଏବଂ ସ୍ନାକ୍ସ ଭୋଜନ ସହିତ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସୁବିଧା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ସାଧାରଣତଃ ବା ଯାତ୍ରୀମାନେ ଖାଦ୍ୟପେୟ ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କୁ ଖାଇବା ଓ ପାଣି ପାଇଁ ଷ୍ଟେସନରେ ବୁଲିବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିରେ ରେଳ ବିଭାଗ ଯାତ୍ରୀ ସୁବିଧା ପାଇଁ ଭୋଜନ ଷ୍ଟଲର ବ୍ୟବସ୍ଥା କରିଛି ବିଭାଗ । ତେବେ ଓଡ଼ିଶାର ରାଉରକେଲା ଓ ଝାରସୁଗୁଡା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇଛି । ଓଡ଼ିଶାର ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡାକୁ ସ୍ବତନ୍ତ୍ର ଡିଭିଜନ ଦାବି, ରେଳବିଭାଗ କର୍ଣ୍ଣପାତ ନକଲେ ଆନ୍ଦୋଳନ ଚେତାବନୀ

ସେହିପରି ଭୋଜନରେ 7ଟି ପୁରୀ, ଶୁଖିଲା ଆଳୁ ମସଲା ଏବଂ ଆଚାରର ମୂଲ୍ୟ ସମସ୍ତ ଦେୟ ସହିତ ମାତ୍ର 20 ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସମେତ ସ୍ନାକ୍ସ ଭୋଜନ ଦକ୍ଷିଣ ଭାରତୀୟ ଭାତ କିମ୍ବା ଖିଚିଡି ସମେତ ରାଜମା, ଛୋଲେ, ପାଓ-ଭାଜି କିମ୍ବା ମସଲା ଦୋସାର ମୂଲ୍ୟ ସମସ୍ତ ଦେୟ ମାତ୍ର 50 ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ 51ଟି ଷ୍ଟେସନ୍ ମାନଙ୍କରେ ଏହି ସୁବିଧା କାର୍ଯ୍ୟକାରୀ ହୋଇ ସାରିଛି । ଆହୁରି 13ଟି ଷ୍ଟେସନ ଗୁଡିକ ପାଇଁ ଏହି ସେବା ଆଜିଠାରୁ କାର୍ଯ୍ୟକାରୀ ହେବ । 200 ମିଲି ପ୍ୟାକେଜ୍ ପାନୀୟର ଷ୍ଟେସନରେ ଉପଲବ୍ଧ କରାଇବାକୁ ପ୍ରୟାସ କରାଯାଉଛି । ସେହି ସମୟ ପର୍ଯ୍ୟନ୍ତ ଏକ ଲିଟର ବୋତଲ ଉପଲବ୍ଧ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.