ETV Bharat / state

ଓଡିଶାରେ 100 ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ - ଭାରତୀୟ ରେଳବାଇ

ଆସନ୍ତା ୨୦୩୦ ସୁଦ୍ଧା ନେଟ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି। ଏହାକୁ ନେଇ ରାଜ୍ୟରେ ସମସ୍ତ ବ୍ରଡ ଗେଜ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ୨୮୨୨ ରୁଟ କିଲୋମିଟର ବ୍ରଡ ଗେଜ ନେଟୱର୍କ ରହିଛି। ଯାହାର ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 22, 2023, 10:28 PM IST

ଭୁବନେଶ୍ବର: ଓଡିଶାରେ ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ । ଅଢ଼େଇ ଗୁଣା ହ୍ରାସ ପାଇବ ଲାଇନ ହଲ। ଓଡ଼ିଶାର ସମସ୍ତ ବ୍ରଡ ଗେଜ ନେଟୱର୍କ (୨,୮୨୨ କିଲୋମିଟର) ରେ ହେଲା ୧୦୦ ପ୍ରତିଶତ ବିଦ୍ୟୁତିକରଣ।

ଆସନ୍ତା ୨୦୩୦ ସୁଦ୍ଧା ନେଟ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି। ଏହାକୁ ନେଇ ରାଜ୍ୟରେ ସମସ୍ତ ବ୍ରଡ ଗେଜ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ୨୮୨୨ ରୁଟ କିଲୋମିଟର ବ୍ରଡ ଗେଜ ନେଟୱର୍କ ରହିଛି। ଯାହାର ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଲାଇନ ହଲ୍‌ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ। ହଲେଜ୍‌ କ୍ଷମତା ଅଧିକ ହେବ, ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ଇନ୍ଧନ ଦକ୍ଷ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବ। ଏହା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ। ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ।

ଆହୁରି ମଧ୍ୟ ରେଳବାଇର ୧୦୦% ବିଦ୍ୟୁତିକରଣ ନେଟୱର୍କ ନୀତି ଅନୁରୂପ ନୂଆ ବ୍ରଡ୍‌ ଗେଜ୍‌ ନେଟୱର୍କକୁ ବିଦ୍ୟୁତିକରଣ ସହିତ ମଞ୍ଜୁରି ଦିଆଯିବ। ରାଜ୍ୟର ରେଳ ନେଟୱର୍କ ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ପରିଚାଳନା ଅଧୀନରେ ଆସିଥାଏ।

ରାଜ୍ୟରେ ଥିବା କେତେକ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକ ହେଲା , ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଭଦ୍ରକ, ଖୋର୍ଦ୍ଧା ରୋଡ, ରାଉରକେଲା ଓ ଝାରସୁଗୁଡ଼ା। ଓଡ଼ିଶାରୁ ଦେଶର ଅନ୍ୟ ପ୍ରାନ୍ତକୁ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିବା କ୍ଷେତ୍ରରେ ରେଳ ନେଟୱର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେବେ ରାଜ୍ୟର ପ୍ରଥମ ରେଳଲାଇନ କଟକ-ଖୋର୍ଦ୍ଧା ରୋଡ-ପୁରୀ ମଧ୍ୟରେ ୧୮୯୭ ମସିହାରେ ନିର୍ମାଣ କରାଯାଇଥିଲା।

ଆସନ୍ତା ୨୦୩୦ ସୁଦ୍ଧା ନେଟ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି। ଏହାକୁ ନେଇ ରାଜ୍ୟରେ ସମସ୍ତ ବ୍ରଡ ଗେଜ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି।

ଓଡ଼ିଶାର କେତେକ ପ୍ରସିଦ୍ଧ ଟ୍ରେନ ଗୁଡ଼ିକ ହେଲା, ହାଓଡ଼ା-ପୁରୀ ଏକ୍ସପ୍ରେସ, କୋଣାର୍କ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ, ହୀରାକୁଦ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଭାରତର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଏସବୁ ଟ୍ରେନ ସୁବିଧାଜନକ ଯାତ୍ରୀ ସୁବିଧା ଯୋଗାଇ ଦେଇ ଆସୁଛି ରେଳବାଇ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.