ଭୁବନେଶ୍ବର: ରବିବାର କଳିଙ୍ଗ ଷ୍ଟାଡିୟମରେ ଭାରତର ଚଳିତ ବର୍ଷ ବିଶ୍ବକପ ଅଭିଯାନ ଶେଷ ହୋଇଛି । ପେନାଲ୍ଟି ସୁଟ ଆଉଟରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଛି । ପ୍ରଥମରୁ ନ୍ୟୁଜିଲାଣ୍ଡକୁ କଡ଼ା ଟକ୍କର ଦେବା ସହ ଆଗୁଆ ଥିବା ଭାରତ ମ୍ୟାଚ୍ ଜିତି ପାରିନାହିଁ । ମ୍ୟାଚ୍ ୩-୩ରେ ଡ୍ର ହେବାପରେ ନ୍ୟୁଜିଲାଣ୍ଡ ପେନାଲ୍ଟି ସୁଟ ଆଉଟ୍ରେ ୫-୪ ଗୋଲରେ ଭାରତକୁ ମାତ୍ ଦେଇଛି । ତେବେ ଆଜିର ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡ଼ିଆ ପୁଅଙ୍କ କମାଲରେ ଭାରତ ମ୍ୟାଚ୍ ଜିତିବ ବୋଲି ଆଶା ରଖିଥିଲେ ପ୍ରଶଂସକ ।
କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହୋଇଛି । ଏହା ସହିତ ଟିମ୍ ଇଣ୍ଡିଆର ବିଶ୍ବକପ ଅଭିଯାନ ଶେଷ ହୋଇଛି । କ୍ରସ ଓଭର ମ୍ୟାଚରେ ପେନାଲ୍ଟି ସୁଟ ଆଉରେ ଭାରତକୁ ମାତ୍ ଦେଇଛି ନ୍ୟୁଜିଲାଣ୍ଡ । ପେନାଲ୍ଟି ସୁଟ୍ ଆଉଟରେ ୫-୪ ଗୋଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଏହି ପରାଜୟ ସହ ଭାରତର ୪୮ ବର୍ଷର ବିଶ୍ବକପ ଜିତିବା ଆଶା ଆଶାରେ ରହିଯାଇଛି । ହକି ବିଶ୍ବକପ ୨୦୨୩ ଦ୍ବିତୀୟ କ୍ରସ ଓଭର ମ୍ୟାଚରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା ହାଇଭୋଲଟେଜ ମୁକାବିଲା । ପ୍ରତି ମିନିଟରେ ଖେଳ ରୋମାଞ୍ଚକର ରହିଥିଲା । ଗୋଲ ପାଇଁ ଉଭୟ ଦଳର ସଂଘର୍ଷ ଦେଖିବାକୁ ମିଳିଥିଲା ।
କ୍ବାର୍ଟର ଫାଇନାଲ ଟିକଟ ହାତେଇବା ପାଇଁ ନ୍ୟୁଜିଲାଣ୍ଡ ଭାରତ ମଧ୍ୟରେ କଡା ଟକ୍କର ହୋଇଥିଲା । ତେବେ ଚତୁର୍ଥ କ୍ବାର୍ଟର ସୁଦ୍ଧା ମ୍ୟାଚ୍ ଡ୍ର ରହିଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳିଥିଲେ ଉଭୟ ଦଳ । ପ୍ରଥମ ସୁଟ୍ ଆଉଟ ୩-୩ରେ ଡ୍ର ହେବାପରେ ଦ୍ବିତୀୟ ପେନାଲ୍ଟି ସୁଟ୍ ଆଉଟରେ ୨-୧ରେ ଘରୋଇ ଭାରତକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ଏହାସହ ଭାରତୀୟ ପ୍ରଶଂସକଙ୍କ ସମସ୍ତ ଆଶା ମଧ୍ୟ ଧୂଲିସାତ ହୋଇଛି । ମ୍ୟାଚ୍ ଆରମ୍ଭରୁ ପ୍ରବଳ ପ୍ରଶଂସକଙ୍କ ଭିଡ଼ ଜମିଥିବାବେଳେ ଭାରତ ଜିତିବ ବୋଲି ଆଶା କରିଥିଲେ ସମସ୍ତେ ।
ଇଟିଭି ଭାରତ, ଭୁବନେଶ୍ବର