ETV Bharat / state

ବିଶ୍ବ କଲ୍ୟାଣ ପାଇଁ ଭାରତ ସିଙ୍ଗାପୁର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : May 31, 2023, 10:58 PM IST

ତିନିଦିନିଆ ଗସ୍ତ ସମୟରେ ସିଙ୍ଗାପୁରର ଜୀବନବ୍ୟାପୀ ଶିକ୍ଷାଗ୍ରହଣର ଆଗ୍ରହର ପୃଷ୍ଠଭୂମି ବିଶେଷ ଭାବରେ ପ୍ରଭାବିତ କରିଛି ବୋଲି କହିଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

ବିଶ୍ବ କଲ୍ୟାଣ ପାଇଁ ଭାରତ ସିଙ୍ଗାପୁର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ
ବିଶ୍ବ କଲ୍ୟାଣ ପାଇଁ ଭାରତ ସିଙ୍ଗାପୁର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଙ୍ଗାପୁର ଗସ୍ତର ତୃତୀୟ ତଥା ଶେଷ ଦିନରେ ସିଙ୍ଗାପୁରର ଶିକ୍ଷାମନ୍ତ୍ରୀ ଚାନ ଚୁନ ସିଙ୍ଗଙ୍କ ସହ ଫଳପ୍ରଦ ସାକ୍ଷାତ ଆଲୋଚନା ହୋଇଛି । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆହୁରି ଦୃଢ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

  • Pleasure meeting my Singaporean counterpart, Minister for Education, Chan Chun Sing.

    Fruitful conversations on further strengthening our bilateral cooperation and deepening engagements in all areas of education and skill development. pic.twitter.com/F6fjmvAMiY

    — Dharmendra Pradhan (@dpradhanbjp) May 31, 2023 " class="align-text-top noRightClick twitterSection" data=" ">

ଭାରତରେ ବିଦ୍ୟାଳୟ ଶିକ୍ଷା ସ୍ତରରୁ ସିଙ୍ଗାପୁରର ସହାୟତା ଓ ସହଯୋଗ ମାଧ୍ୟମରେ କିପରି ଆମ ଦେଶର ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶକୁ ଆହୁରି ଦୃଢ କରାଯାଇ ପାରିବ ସେଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।

  • Expressed gratitude to Minister Chan and @MOEsg for their enriching participation in the previous three #G20 Education Working Group Meetings and look forward to welcoming Singaporean delegation to the forthcoming G20 Education Ministers’ Meeting in Pune.

    Natural allies, like… pic.twitter.com/kon7GMbr35

ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ସହଯୋଗକୁ କିପରି ଢାଞ୍ଚାଗତ ରୂପ ଦିଆଯାଇ ପାରିବ ସେଥିପାଇଁ ଦୁଇ ଦେଶର ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ବିଶେଷ ଭାବରେ ଭାରତରେ ଶିକ୍ଷକମାନଙ୍କର କାର୍ଯ୍ୟଦକ୍ଷତା, ଭବିଷ୍ୟତର ନୂଆନୂଆ ରୋଜଗାର ସୁଯୋଗ ସମେତ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ପାଇଁ ଉଭୟ ଦେଶ ମଧ୍ୟରେ ଢାଞ୍ଚାଗତ ସହଯୋଗ ବୃଦ୍ଧି ନେଇ ବିଶେଷ ଆଲୋଚନା ହୋଇଛି ।

  • Visited the Singapore University of Technology & Design @sutdsg to get an overview of the teaching approaches, curriculum design, research & innovation, exchange programmes and other academic aspects.

    A research intensive engineering university, SUTD’s emphasis on creating a… pic.twitter.com/Amxz3KtarW

ତାଙ୍କର ତିନିଦିନିଆ ଗସ୍ତ ସମୟରେ ସିଙ୍ଗାପୁରର ଜୀବନବ୍ୟାପୀ ଶିକ୍ଷାଗ୍ରହଣର ଆଗ୍ରହର ପୃଷ୍ଠଭୂମି ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଭାରତର ନୂତନ ଶିକ୍ଷାନୀତିରେ ନିରନ୍ତର ଶିକ୍ଷା ଏବଂ ଜୀବନ ବ୍ୟାପୀ ଶିଖିବାର ମୂଳନୀତି ସହ ସିଙ୍ଗାପୁରର ବ୍ୟବସ୍ଥାରୁ ନେଇଥିବା ଅନୁଭବ ଓ ଅନୁଭୂତି ଦେଶର ସ୍କିଲ-ଇକୋସିଷ୍ଟମକୁ ମଜଭୁତ କରିବା ସହ ଦେଶର ଯୁବଶକ୍ତିର ଉପଯୁକ୍ତ ଦକ୍ଷତା ବୃଦ୍ଧି ମାଧ୍ୟମରେ ଦେଶ ବିକାଶରେ ସହାୟକ ହେବ ବୋଲି କହିଛନ୍ତି । ବିଶ୍ବ କଲ୍ୟାଣ ପାଇଁ ସିଙ୍ଗାପୁର ଓ ଭାରତ ମିଳିତ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ କାଳରେ ଇନଷ୍ଟିଚ୍ୟୁଟ ଅପ୍‌ ଟେକ୍ନିକାଲ ଏଜୁକେସନ ଆଣ୍ଡ ଏଜୁକେସନାଲ ସର୍ଭିସେସ, ସିଙ୍ଗାପୁର ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ଏହାସହ ସିଙ୍ଗାପୁର ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ଦ୍ବାରା ପରିଚାଳିତ ନୋଡାଲ ଏଜେନ୍ସି ସ୍କିଲ ଫ୍ୟୁଚର ଅଫ୍‌ ସିଙ୍ଗାପୁର ସହ ବିଚାରବିମର୍ଶ କରିଥିଲେ । ଏହାବ୍ୟତିତ ଆଇଆଇଟି ଓ ଆଇଆଇଏମର ପୁରାତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ମେ’ ୨୯ରୁ ମେ’ ୩୧ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି । ଏହି ଗସ୍ତର ପ୍ରଥମ ଓ ଦ୍ବିତୀୟ ଦିନରେ ସିଙ୍ଗାପୁର ସରକାରଙ୍କ ପ୍ରମୁଖ ମନ୍ତ୍ରୀ ତଥା ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମନ ଶନମୁଗରତ୍ନମ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଭିଭିଆନ ବାଲକ୍ରୀଷ୍ଣନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ ୟୋଙ୍ଗଙ୍କ ସହ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.