ETV Bharat / state

ସଂକ୍ରମଣ ବଢୁଥିଲେ ମଧ୍ୟ କେହି ଗୁରୁତର ହେଉନାହାଁନ୍ତି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 19, 2022, 9:35 PM IST

ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହୋଇ ନାହିଁ । ଯେଉଁମାନେ ଅଧିକ ଗୁରୁତର ହେଉଛନ୍ତି ସେମାନେ କେବଳ ଡାକ୍ତରଖାନାକୁ ଆସୁଛନ୍ତି । ଏବେ ଯେଉଁ ମାନଙ୍କୁ କରୋନା ହେଉଛି ସେମାନେ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । ଅଧି୍କ ପଢନ୍ତୁ

ସଂକ୍ରମିତ ବଢୁଥିଲେ ମଧ୍ୟ କେହି ଗୁରୁତର ହେଉନାହାଁନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହୋଇ ନାହିଁ । ଯେଉଁମାନେ ଅଧିକ ଗୁରୁତର ହେଉଛନ୍ତି ସେମାନେ କେବଳ ଡାକ୍ତରଖାନାକୁ ଆସୁଛନ୍ତି । ଏବେ ଯେଉଁ ମାନଙ୍କୁ କରୋନା ହେଉଛି ସେମାନେ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । ଡାକ୍ତରଖାନା ଆସିବା ସେମାନଙ୍କୁ କିଛି ଦରକାର ପଡୁନାହିଁ ।

ସଂକ୍ରମଣ ବଢୁଥିଲେ ମଧ୍ୟ କେହି ଗୁରୁତର ହେଉନାହାଁନ୍ତି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବର୍ତ୍ତମାନ କୋଭିଡ କମିଲା ଭଳି ଟ୍ରେଣ୍ଡ ଦେଖିବାକୁ ମିଳିନି । ଅନ୍ୟ ରାଜ୍ୟ କଥା କହିଲେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଏମାନେ ଫ୍ଲାଟ ଅବସ୍ଥାରେ ରହିଛନ୍ତି । ଏଣୁ ଏବେ କୋଭିଡ କମିବ ବୋଲି କହିବା ସଠିକ ହେବନାହିଁ । କିନ୍ତୁ ଆଶ୍ବସ୍ତି କର କଥା ହେଉଛି ଯେଉଁ ୬ହଜାର ବ୍ୟକ୍ତି ସଂକ୍ରମିତ ରହିଛନ୍ତି ତାଙ୍କ ମଧ୍ୟରୁ ୧% ଲୋକ ହସ୍ପିଟାଲାଇଜ ଅଛନ୍ତି । ମୃତ୍ୟୁ ହାର କମ ରହିବା ସହିତ ଡାକ୍ତରଖାନାରେ ଚିକିତ୍ସିତ ହେବା ସଂକ୍ରମିତଙ୍କ ସଂଖ୍ୟା ଖୁବ କମ ରହିଛି। ନୂଆ ଭାରିଏଣ୍ଟ ସଂକ୍ରମିତ ହେବା କଥା ଆଶା କରାଯାଉଛି କିନ୍ତୁ ଏନ.ସି.ଡ଼ି.ସି ପକ୍ଷରୁ ନୂଆ ଭାରିଏଣ୍ଟ ନେଇ କୌଣସି ତଥ୍ୟ ମିଳିନାହିଁ । ତେବେ ନୂଆ ଭାରିଏଣ୍ଟ ଯଦିଓ ଶୀଘ୍ର ଟ୍ରାନ୍ସମିଟ ହେଉଚି କିନ୍ତୁ ଅଧିକ କ୍ଷତିକାରକ ନୁହେଁ ।

ଏହି ଭାରିଏଣ୍ଟ ଲୋକଙ୍କୁ ଅଧିକ କ୍ଷତି ପହଞ୍ଚାଉ ନାହିଁ କି ଲୋକ ଡାକ୍ତରଖାନା ଆସୁନାହାନ୍ତି । ଟିକେ ଗୁରୁତର ହେଉଥିବା ରୋଗୀ ତଥା ୧% ରୁ କମ ଲୋକ ଡାକ୍ତରଖାନାରେ ଅଛନ୍ତି । କୋମର୍ମିଡ଼ ହୋଇ ଅଧିକ ସଂକ୍ରମିତ ହେଉଛନ୍ତି। ଯେଉଁ ମାନେ ଡାକ୍ତରଖାନାରେ ଆଡମିଟ ହେଉଛନ୍ତି ସେମାନେ ଗୁରୁତର ହେଉଛନ୍ତି। ଏଣୁ ତାଙ୍କ ସଂଖ୍ୟାକୁ ଦେଖିଲେ ଏହା ଭୟଙ୍କର ସ୍ଥିତି ବା ଭାରିଏଣ୍ଟ ବୋଲି କହିବା ସଠିକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.