ETV Bharat / state

Z1 ବିଲଡରଙ୍କ ଘରେ ଆୟକର ବିଭାଗର ଚଢାଉ

ଆୟକର ଫାଙ୍କିଛି Z1 ବିଲଡର ସଂସ୍ଥା । ଏହି ଅଭିଯୋଗରେ Z1 ଗ୍ରୁପରେ ଚଢାଉ କରିଛି ଆୟକର ବିଭାଗ ।

author img

By

Published : Jul 9, 2019, 8:47 PM IST

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

ଭୁବନେଶ୍ବର: ଜେଡ ଇଷ୍ଟେଟ ଗ୍ରୁପରେ ଆୟକର ବିଭାଗର ଚଢାଉ । କଟକ-ଭୁବନେଶ୍ବରର ୭ ଟି ସ୍ଥାନରେ ଚଢାଉ କରିଛି ଆୟକର ବିଭାଗ । ଆୟକର ଫାଙ୍କିବା ଅଭିଯୋଗରେ ମାଲିକ ତପନ ମହାନ୍ତିଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଜେଡ ୧ ଇଷ୍ଟେଟ ଗ୍ରୁପ ଅଫ କମ୍ପାନୀର ମୁଖ୍ୟ ତପନ ମହାନ୍ତିଙ୍କ ଓଡିଶା ସମେତ ଦିଲ୍ଲୀ, କଟକ, ଭୁବନେଶ୍ବରର ବିଭିନ୍ନ ବାସଭବନ ତଥା ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଶ୍ରୀ ମହାନ୍ତି ଦୀର୍ଘ ବର୍ଷ ଧରି ଜେଡ ୧ ବିଲଡର ସଂସ୍ଥା ଖୋଲିଥିବାବେଳେ ଆୟକର ଫାଙ୍କୁଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ତେବେ ସେ ନୋଟିସକୁ ଅଣଦେଖା କରିଥିଲେ। ଯାହା ଫଳରେ ଆୟକର ବିଭାଗର ୫ ଜଣିଆ ଟିମ ସୋମବାର ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ସୂଚନାନୁଯାୟୀ ଚଢାଉବେଳେ ତପନ ଘରେ ନଥିବାରୁ ତାଙ୍କୁ ପୁର୍ନବାର ନୋଟିସ ପଠାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଜେଡ ୧ ବିଲଡର ଙ୍କ ଘରେ ଆୟକର ବିଭାଗ ଛଡ଼ାଉ।

ଜେଡ ଇଷ୍ଟେଟ ଗ୍ରୁପ ଉପରେ ଆୟକର ବିଭାଗର ଯାଞ୍ଚ।କଟକ-ଭୁବନେଶ୍ୱରର ୭ ଟି ସ୍ଥାନରେ ଆୟକର ଯାଞ୍ଚ କରିଛି। ମାଲିକ ତପନ ମହାନ୍ତି ଙ୍କ ଘରେ ଆୟକର ଅଧିକାରୀ ଯାଂଚ କରିଛନ୍ତି।
ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ କରାଯାଇଛି ବୋଲି ସୂଚନା ମିଳିଛି।

Body:

ସୂଚନା ଅନୁଯାୟୀ, ଜେଡ ୧ ଇଷ୍ଟେଟ ଗ୍ରୁପ ଅଫ କମ୍ପାନୀର ମୁଖ୍ୟ ତପନ ମହାନ୍ତି ଙ୍କ ର ଓଡିଶା ସମେତ ଦିଲ୍ଲୀ , କଟକ, ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପାଖରୁ ଚଢ଼ାଉ କରାଯାଇଛି। ତାଙ୍କର ଦିଲ୍ଲୀ ରେ ବିଳାସପୂର୍ଣ୍ଣ ବାସଭବନ, କଟକ ଓ ଭୁବନେଶ୍ୱର ରେ ବାସଭବନ ସମେତ ଅଫିସ ରେ କିଛି କୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର ଆୟକର ହାତରେ ଲାଗିଛି।
ଶ୍ରୀ ମହାନ୍ତି ଦୀର୍ଘ ବର୍ଷ ଧରି ଜେଡ ୧ ବିଲଡର ସଂସ୍ଥା ଖୋଲିଛନ୍ତି। ତେବେ ଆୟକର ଦାଖଲ କରୁନଥିବା ବେଳେ ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ଆସିଥିଲା। ଅଭିଯୋଗ ପରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଜରିକରାଯାଇଥିଲା। ତେବେ ନୋଟିସ କୁ ଶ୍ରୀ ମହାନ୍ତି ଅଣଦେଖା କରିଥିଲେ। ଯାହା ଫାକରେ ଆୟକର ବିଭାଗ ଦ୍ଵାରା ୫ ଜଣିଆ ଟିମ ଷୋମବାର ସନ୍ଧ୍ୟା ରେ ବିଭିନ୍ନ ସ୍ଥାନରେ ଚଢ଼ୁଉ କରିଥିଲେ। ଛଡାଉ ବେଳେ ଶ୍ରୀ ମହାନ୍ତି ଘରେ ନଥିବା ଜଣାପଡିଥିଲା। ତେବେ ପୂର୍ଣ୍ଣବାର ଏକ ଆୟକର ଫାଙ୍କିବା ଅଭିଯୋଗରେ ନୋଟିସ କରାଯାଇଛି ବୋଲି ସୂଚନା ମିଳିଛି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.