ETV Bharat / state

ରାଜ୍ୟରେ କମିଛି ବର୍ଷାର ପରିମାଣ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର

ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଆଜିଠାରୁ ରାଜ୍ୟରେ କମିଛି ବର୍ଷାର ପରିମାଣ
ଆଜିଠାରୁ ରାଜ୍ୟରେ କମିଛି ବର୍ଷାର ପରିମାଣ
author img

By ETV Bharat Odisha Team

Published : Sep 26, 2023, 9:27 PM IST

ଆଜିଠାରୁ ରାଜ୍ୟରେ କମିଛି ବର୍ଷାର ପରିମାଣ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ କମିଛି ବର୍ଷାର ପରିମାଣ । ବର୍ତ୍ତମାନ କାଁ ଭାଁ ବର୍ଷା ହେଉଥିବା ବେଳେ ଆସନ୍ତା ୨୯ ତାରିଖରୁ ବର୍ଷା ପରିମାଣ ବଢ଼ିବ। ଚଳିତ ମୌସୁମୀ ଋତୁରେ ରାଜ୍ୟର ଦୁଇଟି ଜିଲ୍ଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଛି । ଆସନ୍ତା ୨୯ ତାରିଖ ଯାଏଁ ଏପରି ପାଣିପାଗ ସ୍ଥିତି ଲାଗି ରହିବ। ପରବର୍ତ୍ତୀ କାଳରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏପଟେ ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନାଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି , ଗଜପତି, ରାୟଗଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରିଛି ବିଭାଗ । ଯାହାକୁ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅସନ୍ତା ୨୭ ଓ ୨୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ... Weather Update: ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ, 9 ଜିଲ୍ଲାକୁ ୟେଲୋ ଆଲର୍ଟ

ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୨୬ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ବାଭାବିକ ବର୍ଷା ଠାରୁ ମାତ୍ର ୩ ପ୍ରତିଶତ କମ୍। ଅନ୍ୟପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା, ଢେଙ୍କାନାଳ ଏବଂ ବୌଦ୍ଧ ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ନିଅଣ୍ଟିଆ ସ୍ଥିତି ରହିଛି । ବାକି ୨୫ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଇତିମଧ୍ୟରେ ଗତକାଲି ଠୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ୧୭ ସେ‌ପ୍ଟମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି।

ଏହା ମଧ୍ୟ ପଢନ୍ତୁ... ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ: ୨୯ରେ ଆଉ ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.