ଖୋର୍ଦ୍ଧା: ରାଜ୍ୟରେ ସକ୍ରିୟ ହେଉଛନ୍ତି ପଥର ମାଫିଆ । ସରକାରଙ୍କ କୌଣସି କଟକଣାକୁ ଖାତିର ନକରି ଦିନ ଦ୍ବିପହରରେ କରୁଛନ୍ତି ସେମାନଙ୍କ ଚୋରା କାରବାର । ବୁଧବାର ସକାଳେ ବେଆଇନ ପଥର ଚାଲାଣ ହେଉଥିବା ଚାରିଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକକୁ ଜବତ କରିଛନ୍ତି ଖୋର୍ଦ୍ଧା ତହସିଲ କର୍ମଚାରୀ ।
ସୂଚନାଅନୁସାରେ, 16 ନମ୍ବର ଜାତୀୟ ରାଜପଥର ବାଟମଙ୍ଗଳା ଛକ ନିକଟରୁ ବେଆଇନ ମାଙ୍କଡା ପଥର ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ତହସିଲ ସ୍କ୍ବାର୍ଡ ଚଢାଉ କରିଥିଲା । ଚଢାଉରେ ମାଙ୍କଡା ପଥର ବୋଝେଇ ଚାରିଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ ହୋଇଛି । ଚାରି ଟ୍ରାକ୍ଟର ଡ୍ରାଇଭରଙ୍କଠାରୁ ୬୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଟ୍ରକ୍ ମାଲିକଙ୍କୁ ଜୋରିମାନା ନେଇ ନୋଟିସ୍ କରାଯାଇଛି ବୋଲି କହିଛନ୍ତି ତହସିଲଦାର ପଦ୍ମଚରଣ ସାହୁ ।
ତେବେ ରାଜ୍ୟରେ ଆଉ କେଉଁ କେଉଁ ଜାଗାରେ ଚୋରା ଜିନିଷ ଚାଲାଣ କାରବାର ଚାଲିଛି ପୋଲିସ ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ