ETV Bharat / state

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ପ୍ରଶାସନ

author img

By

Published : Apr 25, 2021, 10:21 AM IST

ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ବିଶ୍ବ ପ୍ରସିଦ୍ଧ ଚିଲିକା ହ୍ରଦରୁ ବେଆଇନ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଅଧିକ ପଢନ୍ତୁ...

illigal prown gheri evacute in chilika lake by khurdha administration
ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା: ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ବିଶ୍ବ ପ୍ରସିଦ୍ଧ ଚିଲିକା ହ୍ରଦରୁ ବେଆଇନ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।

ଗତ ଏକ ମାସ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକ ହାଟବରଡି ଓ ନିମାଣି ଅଞ୍ଚଳରୁ ୧୭ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେର ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ଆଜି ସକାଳୁ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତାରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ।

ବାରମ୍ବାର ଏଭଳି ମାଫିଆ ମାନଙ୍କର ମନମାନି ଚାଲିଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରୁଅଛି। ଗତ ଏକମାସ ମଧ୍ୟରେ ଏହାକୁ ମିଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦୁଇ ଥର ଘେରି ଉଚ୍ଛେଦ କରାଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.