ETV Bharat / state

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦଘାଟିତ - ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ଉଦଘାଟିତ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟିତ କଲେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର । ଅଧିକ ପଢନ୍ତୁ

khordha hospital
icu inaugurated
author img

By ETV Bharat Odisha Team

Published : Oct 5, 2023, 1:58 PM IST

ଆଇସିୟୁ ଉଦଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ପ୍ରତିକ୍ଷିତ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟିତ । ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହାକୁ ଉଦ୍‌ଘାଟିତ କରିଛନ୍ତି । ଦୀର୍ଘ ଦିନ ଧରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଚିକିତ୍ସା ପାଇଁ ଏକ ଆଇସିୟୁର ଆବଶ୍ୟକତା ରହିଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କର ଆହ୍ଵାନ କ୍ରମେ ଖୋର୍ଦ୍ଧା ବିଧାୟକ ନିଜସ୍ଵ ପାଣ୍ଠିରୁ ଦେଢ଼ କୋଟି ବ୍ୟୟ ଅଟ୍ଟକଳରେ ଏହି ଆଇସିୟୁ ପ୍ରତିଷ୍ଠା କରାଯାଇଛି ।

ଏହା ମଧ୍ୟ ପଢନ୍ତୁୃ - ବିରମହାରାଜପୁରରେ ହେବ 50 ଶଯ୍ୟା ବିଶିଷ୍ଟ ICU କୋଠା, ପ୍ରତିକ୍ରିୟା ରଖିଲା BJP

ଏନେଇ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କହିଛନ୍ତି, କୌଣସି ବ୍ୟକ୍ତି ଯେପରି ଚିକିତ୍ସା ଅଭାବରୁ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି ବୋଲି କହିଛନ୍ତି । ଦୀର୍ଘ ଦିନ ଧରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ଆବଶ୍ୟକତା ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଆହ୍ଵାନ କ୍ରମେ ଖୋର୍ଦ୍ଧା ବିଧାୟକଙ୍କ ନିଜସ୍ଵ ପାଣ୍ଠିରୁ ଏହି ଆଇସିୟୁ ପ୍ରତିଷ୍ଠା କରାଯାଇଛି । ଏଥିରେ ସମସ୍ତ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ । ଏଥିରେ ତିନି ଜଣ ଡାକ୍ତର ଓ ତିନି ଜଣ ନର୍ସ ଷ୍ଟାଫ୍‌ ନିୟୋଜିତ କରାଯାଇଥିବା ବେଳେ ଆବଶ୍ୟକୀୟ ପଦବୀ ଖୁବଶୀଘ୍ର ପୂରଣ କରାଯିବ ବୋଲି ବିଧାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ - କୋରାପୁଟରେ ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁ ଲୋକାର୍ପିତ

ତେବେ ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଆର୍ତବନ୍ଧୁ ନାୟକ , ଜିଲ୍ଲା ଚିକିତ୍ସାଧୁକାରୀ ତଥା ମେଡ଼ିକାଲ ଅଧ୍ୟକ୍ଷକ ବିଶ୍ବମୋହନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ପୌରାଧକ୍ଷା କନକ ଲକ୍ଷ୍ମୀ ମହାନ୍ତି , ଉପାଧ୍ୟକ୍ଷ ସୌଜ୍ୟ ରଂଜନ ମହାନ୍ତି , ହସ୍‌ପିଟାଲ ମ୍ୟାନେଜର ଡ଼ାକ୍ତର ବିନାୟକ ପାଣିଗ୍ରାହୀ ଓ ହସ୍ପିଟାଲର ଅନ୍ୟ କର୍ମଚାରୀ ସମେତ ବରିଷ୍ଠ ନାଗରିକ , ସ୍ୱେଚ୍ଛାସେବୀ ଓ ସ୍ଵଚ୍ଛାସାଥୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏନେଇ ସିଡ଼ିଏମ୍‌ଓ କହିଛନ୍ତି ଯେ, ଏଠାରେ ଅତ୍ୟାଧୁନିକ ସେବା ଉପଲବ୍ଧ ରହିବ । ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଗୁରୁତ୍ବ ଦିଆଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.