ETV Bharat / state

ଦେଶରେ ବଢୁଛି ହାତୀ-ମଣିଷ ଲଢେଇ, ଓଡ଼ିଶାରେ ଆହତଙ୍କ ସଂଖ୍ୟା ସର୍ବାଧିକ

author img

By ETV Bharat Odisha Team

Published : Dec 15, 2023, 6:32 AM IST

Elephant-Human Fight: ହାତୀ-ମଣିଷ ଲଢେଇରେ ଆହତଙ୍କ ହେଉଥିବା ଲୋକଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ବୋଲି ଜଣାପଡିଛି । ୧୬ ଟି ରାଜ୍ୟରେ ହାତୀ ଓ ମଣିଷ ଲଢେଇରେ ମଣିଷଙ୍କ ଆହତ ସଂଖ୍ୟା ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

elephant human fight
ହାତୀ-ମଣିଷ ଲଢେଇ

ଭୁବନେଶ୍ବର: ଦେଶରେ ବଢୁଛି ହାତୀ-ମଣିଷ ଲଢେଇ। ହାତୀ-ମଣିଷ ଲଢେଇରେ ଆହତଙ୍କ ହେଉଥିବା ଲୋକଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ବୋଲି ଜଣାପଡିଛି । ହାତୀ ଆକ୍ରମଣ ଯୋଗୁଁ ଆହତଙ୍କ ସଂଖ୍ୟା ବଢୁଛି। ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ ସ୍ଥାନରେ ରହିଛି ଓଡ଼ିଶା । ଏପଟେ ରାଜ୍ୟରେ 33ଟି ହାତୀ ସଂରକ୍ଷଣ ସ୍ଥାନ ପ୍ରତିଷ୍ଠା କରାଯାଇଛି । ଦେଶରେ ହାତୀ ସଂଖ୍ୟା ବଢିଥିବାରୁ ସେମାନେ ନିଜ ବାସସ୍ଥଳୀରୁ ବାହାରୁଛନ୍ତି । ଯାହାକୁ ଆମେ ହାତୀ କରିଡର କହିଥାଉ ।

elephant human fight
ହାତୀ-ମଣିଷ ଲଢେଇ

ସୂଚନା ଅନୁସାରେ, Anthropologic Tendency ବଢ଼ିବାରୁ ହାତୀ ମଣିଷ ସଂଘର୍ଷ ବଢୁଛି । ଦେଶରେ ହାତୀ ମଣିଷ ଲଢେଇ ଅନେକ ସମୟରେ ନଜରକୁ ଆସୁଛି । ଏହି ଲଢେଇରେ କେତେବେଳେ ହାତୀର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ମଣିଷର ମଧ୍ୟ ମୃତ୍ୟୁ ଘଟୁଛି । ଏପରିକି ମଣିଷ ମଧ୍ୟ ଆହତ ହେଉଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହାତୀଙ୍କ ସୁରକ୍ଷା ପାଇଁ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ସବୁକିଛି ବିଫଳ ହେବାରେ ଲାଗିଛି । ୧୬ଟି ରାଜ୍ୟରେ ହାତୀ ଓ ମଣିଷ ଲଢେଇରେ ମଣିଷଙ୍କ ଆହତ ସଂଖ୍ୟା ବୃଦ୍ଧି ପାଇଛି। ତଥ୍ୟ ଅନୁସାରେ, ହାତୀ ଆକ୍ରମଣରେ ୨୦୨୦-୨୧ ମସିହାରେ ୪୬୧, ୨୦୨୧-୨୨ରେ ୫୩୫ ଓ ୨୦୨୨-୨୩ରେ ୬୦୫ ଜଣ ମଣିଷ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମସ୍ତ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ସଂଖ୍ୟା ସର୍ବାଧିକ ରହି ଆସିଛି ।

ଏହା ବି ପଢନ୍ତୁ...ହାତୀ ସୁରକ୍ଷା ପାଇଁ ଲାଗିବ କୁମ୍ବି, ଶାଳିଆ ବାଉଁଶ

ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୨୦-୨୧ ମସିହାରେ ଆହତଙ୍କ ସଂଖ୍ୟା ୯୩ ରହିଥିବା ବେଳେ ୨୦୨୧-୨୨ ମସିହାରେ ଓଡ଼ିଶାରେ ୧୧୨ ଓ ୨୦୨୨-୨୩ ମସିହାରେ ଏହା ୧୪୮କୁ ବୃଦ୍ଧି ଘଟିଛି । ସେହିପରି ଦ୍ବିତୀୟ ସ୍ଥାନରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ରହିଛି । ରାଜ୍ୟରେ 33 ଟି ହାତୀ ସଂରକ୍ଷଣ ସ୍ଥାନ ପ୍ରତିଷ୍ଠା କରାଯାଇଛି । ଦେଶରେ ହାତୀ କରିଡ଼ର ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୦ଟି ହାତୀ କରିଡ଼ର ରହିଛି । ସେହିପରି ଆସାମରେ ୧୨ଟି, ଅରୁଣାଚଳ ପ୍ରଦେଶରେ ୨ଟି, ବିହାରରେ ୧ଟି, ଛତିଶଗଡ଼ରେ ୯ଟି, ଝାଡ଼ଖଣ୍ଡରେ ୧୭ଟି, ପଶ୍ଚିମବଙ୍ଗରେ ୨ଟି, କର୍ଣ୍ଣାଟକରେ ୭ଟି, କେରଳରେ ୬ଟି, ତାମିଲନାଡ଼ୁରେ ୨ ଟି, ମେଘାଳୟରେ ୬ଟି, ନାଗାଲାଣ୍ଡରେ ୬ଟି, ଓଡ଼ିଶାରେ ୧୪ଟି ହାତୀ କରିଡ଼ର ରହିଥିବାବେଳେ ଏପରି ଅନେକ ରାଜ୍ୟରେ ସର୍ବମୋଟ୍ ୧୫୦ ଟି ହାତୀ କରିଡ଼ର ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.