ଭୁବନେଶ୍ବର: ହତ୍ୟାକାରୀ ପାଲଟିଲା ଗଞ୍ଜେଇ ମାଫିଆ । ଜେଲରୁ ବାହାରି କରୁଥିଲା ଗଞ୍ଜେଇ ଚାଲାଣ । ୧୭୦ କେଜି ଗଞ୍ଜେଇ ଜବତ ସହ ଅଭିଯୁକ୍ତକୁ ଗିରଫ କଲା STF ଟିମ୍ । ଖୋର୍ଦ୍ଧା ପିଏନ ହାଇସ୍କୁଲ ନିକଟରେ ଏକ କାରରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା STF । ଗିରଫ ଅଭିଯୁକ୍ତ ହେଲା ମହେନ୍ଦ୍ର ବେହେରା ଓରଫ ବାପି ଯିଏକି ଜଟଣା ଥାନା ଅଞ୍ଚଳର ରେଗିଡି ବସ୍ତିରେ ରୁହେ ।
ତେବେ ୨୦୧୦ ମସିହାରେ ଏକ ହତ୍ୟା ମାମଲାରେ ଜେଲ ଯାଇଥିଲା ଅଭିଯୁକ୍ତ ମହେନ୍ଦ୍ର । ପରେ ୪ବର୍ଷ ଜେଲରେ ରହି ବାହାରିବା ପରେ ଆରମ୍ଭ କରିଥିଲା ଗଜେଇ ନେଟୱାର୍କ । ଗଞ୍ଜେଇ ମାଫିଆଙ୍କ ଜରିଆରେ ଟ୍ରିକ ଶିଖି ଆରମ୍ଭ କରିଥିଲା ଗଞ୍ଜେଇ ଚାଲାଣ । ତେବେ ଜବତ ଗଞ୍ଜେଇର ମୂଲ୍ୟ କେତେ ଓ କେଉଁଠିକି ଏହାକୁ ଚାଲାଣ ହେଉଥିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ