ETV Bharat / state

ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା HRAO

author img

By

Published : Dec 28, 2022, 4:05 PM IST

ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବଢ଼ିଲା ଚିନ୍ତା । ହକି ବିଶ୍ବକପକୁ ଦୃଷ୍ଟିରେ ରଖି ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ହାରୋ ଅଧ୍ୟକ୍ଷ ଜେକେ ମହାନ୍ତି । ଅଧିକ ପଢ଼ନ୍ତୁ

ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ କହୁଛନ୍ତି ହାରୋ ଅଧ୍ୟକ୍ଷ

ଭୁବନେଶ୍ବର: ରାୟଗଡ଼ାରେ ଦୁଇ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଫିଟୁନି ରହସ୍ୟ । କେଉଁ ପରିସ୍ଥିତିରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା, ସେନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ସେପଟେ ଆଗକୁ ରାଜ୍ୟରେ ହକି ବିଶ୍ବକପ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା ଘାରିଛି । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ହାରୋ (Hotel & Restaurant Association of Odisha) ଅଧ୍ୟକ୍ଷ ଜେକେ ମହାନ୍ତି ।

ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଏନେଇ ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ (HRAO) ଅଧ୍ୟକ୍ଷ କହିଛନ୍ତି, "ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଆମେ ଅତ୍ୟନ୍ତ ଦୁଃଖିତ । ଏନେଇ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ହାରୋ ପକ୍ଷରୁ ଚିଠି ଲେଖାଯାଇଛି । ସେମାନଙ୍କ ସୁରକ୍ଷା ପାଇଁ ଲୋକାଲ ପୋଲିସଙ୍କୁ ଅଧିକ ଦାୟିତ୍ବବାନ, ସଜାଗ ଓ ସଚେତନତା ପାଇଁ ହାରୋ ଦାବି ରଖିଛି । ଖାଲି ସରକାର ନୁହେଁ ପ୍ରତି ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଓଡିଶାର ସବୁ ହୋଟେଲ ଓ ରେଷ୍ଟୁରାଣ୍ଟକୁ ମଧ୍ୟ ଅଧିକ ସଜାଗ ସହ ଯତ୍ନବାନ ହେବାକୁ ମଧ୍ୟ କୁହାଯାଇଛି । କେବଳ ପୋଲିସ ନୁହେଁ ହୋଟେଲର ସୁରକ୍ଷାକର୍ମଚାରୀଙ୍କ ଦାୟିତ୍ବବୋଧକୁ ମଧ୍ୟ ଅଧିକ କଡାକଡି ପାଇଁ କୁହାଯାଇଛି । ତେବେ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଏକ ଦୁର୍ଘଟଣା । ତେଣୁ ଏଥିରେ ପର୍ଯ୍ୟଟନ ବିଭାଗ ଉପରେ ସେଭଳି କିଛି ପ୍ରଭାବ ପଡିବ ନାହିଁ । କାରଣ ଏଭଳି ଘଟଣା ୧୦ ବର୍ଷ ଭିତରେ ପ୍ରଥମ । ତେଣୁ ଆମ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଆମ ସମସ୍ତଙ୍କୁ ସଜାଗ ରହିବାକୁ ପଡିବ ।"

ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ହାରୋ
ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ହାରୋ

ହାରୋ ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି, "କୋରୋନା ପରେ ପର୍ଯ୍ୟଟନ ବିଭାଗ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି । ପୂର୍ବରୁ ପର୍ଯ୍ୟଟନ ଋତୁରେ ୪୦ ହଜାର ପର୍ଯ୍ୟଟକ ଓଡିଶା ଆସୁଥିଲେ । ଏବେ କମ ପର୍ଯ୍ୟଟକ ଆସୁଛନ୍ତି । ତେଣୁ ଏବେ ଧିରେ ଧିରେ ସ୍ଥିତି ସୁଧୁରିଛି । ଆଉ ଏହି ସମୟରେ ହୋଟେଲର ବୁକିଂ ଅନେକ ଦିନ ପୂର୍ବରୁ ସରିଯାଇଛି । ବିଶେଷ ଭାବେ ହକି ବିଶ୍ବକପ ପାଇଁ ବିଦେଶୀ ପର୍ଯ୍ୟଟକ ଓ ଖେଳାଳୀଙ୍କ ବୁକିଂ ସରିଯାଇଛି । ତେଣୁ ପର୍ଯ୍ୟଟନ ବିଭାଗ ବା ହୋଟେଲ ଶିଳ୍ପ ଉପରେ ସେଭଳି ପ୍ରଭାବ ପଡିବ ନାହିଁ ।"

ସେପଟେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପୂର୍ବରୁ ଯେଉଁ ଏସଓପି ରହିଛି, ସେ ସବୁ ପାଳନ ହେଉଛି ଏବଂ ହକି ବିଶ୍ବକପକୁ ନେଇ ଏହି ସବୁ ଏସଓପି କଡାକଡି ପାଳନ କରାଯାଉଛି ବୋଲି କହିଛନ୍ତି ଜେକେ ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.