ETV Bharat / state

ଦୁଇ ମାସ ପାଇଁ ହାୱଡ଼ା-ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ

author img

By ETV Bharat Odisha Team

Published : Dec 7, 2023, 7:43 AM IST

ଦୁଇ ମାସ ପାଇଁ ହାୱଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ । ରେଳ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ହାୱଡ଼ା-ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ
ହାୱଡ଼ା-ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ

ଭୁବନେଶ୍ବର: ଦୁଇ ମାସ ପାଇଁ ହାୱଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ ହୋଇଛି । ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ କରାଯାଇଛି । ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ/ ବ୍ରିଜ୍‌ଗୁଡ଼ିକର ଜରୁରୀ ମରାମତି ଯୋଗୁଁ ଦୁଇ ମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଏହା ସହ ହାୱଡ଼ା-ଏସ୍‌ଏସ୍‌ପିଏନ୍‌ ଏକ୍ସପ୍ରେସ୍‌ ମଧ୍ୟ ଆଂଶିକ ବାତିଲ କରାଯାଇଛି ।

ଟ୍ରେନ୍‌ ନମ୍ବର 22831/22832 ହାୱଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ)-ହାୱଡ଼ା ଏକ୍ସପ୍ରେସ ଡିସେମ୍ବର 6 ତାରିଖଠାରୁ ଆରମ୍ଭ କରି 7 ଫେବୃଆରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ହାୱଡ଼ାଠାରୁ ଏବଂ 8 ତାରିଖଠାରୁ ଆରମ୍ଭ କରି 9 ଡିସେମ୍ବର 2024 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଏସଏସପିଏନଠାରୁ ଛାଡିବାକୁ ଥିବା ଟ୍ରେନ୍‌ ଉଭୟ ପାର୍ଶ୍ବରୁ ଧର୍ମାଭରମ ଏବଂ ଏସ୍‌ଏସ୍‌ପିଏନ୍‌ ମଧ୍ୟରେ ବାତିଲ ରହିବ ।

ଏହା ମଧ୍ୟ ପଢନ୍ତୁ: ରେଳ ଧାରଣାରେ ଚାଲିଥିଲା ବିକ୍ଷୋଭ, ହଠାତ୍‌ ମାଡିଆସିଲା ଟ୍ରେନ ଆଉ ତାପରେ...

ସେହିଭଳି ଭାବରେ ଟ୍ରେନ ନମ୍ବର 18464/1843 ବେଙ୍ଗାଲୁରୁ-ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ 8 ଡିସେମ୍ବର 2023ରୁ 8 ଫେବୃଆରୀ 2024 ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରୁ ଏବଂ 7 ଡିସେମ୍ବର 2023ରୁ 7 ଫେବୃଆରୀ 2024 ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଟ୍ରେନ୍‌ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍- ଧର୍ମାଭରମ ମାର୍ଗରେ ଚଳାଚଳ କରିବ ।

ସୂଚନାଥାଉ କି, ରାଜ୍ୟରେ ଅନେକ ସ୍ଥାନରେ ରେଳ ପ୍ରକଳ୍ପର ଆଧୁନୀକରଣ କାର୍ଯ୍ୟ ଚାଲୁ ରହିଛି । ଅନେକ ସ୍ଥାନରେ ମଧ୍ୟ ରେଳ ଷ୍ଟେସନଗୁଡ଼ିକର ଉନ୍ନତି କରାଯାଉଛି । ଏହି ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍‌ ସେବା ସାମୟିକ ଭାବେ ପ୍ରଭାବିତ ହେବ । କିଛି ଟ୍ରେନକୁ ଆଂଶିକ ବାତିଲ କରାଯିବା ସହ କିଛି ମାର୍ଗ ପରିବର୍ତ୍ତନ କରାଯାଇଛି । ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ହାୱଡ଼ା-ଏସ୍‌ଏସ୍‌ପିଏନ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ମଧ୍ୟ ଆଂଶିକ ବାତିଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ : ସମ୍ବଲପୁରରେ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ

ଏହା ମଧ୍ୟ ପଢନ୍ତୁ : ପ୍ରବଳ ବର୍ଷାରେ ଖସିଲା ପଥରଖଣ୍ଡ , ଆନ୍ଧ୍ର-ଓଡିଶା ସୀମାରେ ଟ୍ରେନ ସେବା ବ୍ୟାହତ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.