ETV Bharat / state

Odisha Train Tragedy: ଏତେ ବଡ଼ ଦୁର୍ଘଟଣା, କେତେ ଶିଶୁଙ୍କ ମୃତ୍ୟୁ ଘଟିଛି ତାକୁ ନେଇ ପ୍ରଶ୍ନ

author img

By

Published : Jun 5, 2023, 6:47 AM IST

ବାଲେଶ୍ବର ରେଳ ଦୁର୍ଘଟଣାରେ କେତେ ଶିଶୁଙ୍କ ମୃତ୍ୟୁ ଘଟିଛି ଏବଂ କେତେ ଜଣ ଆହତ ହୋଇଛନ୍ତି । ତାର ସଠିକ ତଥ୍ୟ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ

balasore train tragedy
ବାଲେଶ୍ବର ରେଳ ଦୁର୍ଘଟଣା
ବାଲେଶ୍ବର ରେଳ ଦୁର୍ଘଟଣା

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ଅନେକ ସଂସାର ଉଜାଡି ଦେଇଛି । ଦୁର୍ଘଟଣାରେ ମୃତାହତ ହୋଇଥିବା ଅନେକ ଲୋକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଚେନ୍ନାରରୁ ଦୁଇଟି ସ୍ବତନ୍ତ୍ର ଟ୍ରେନ୍‌ ଆସି ନିଜ ଆତ୍ମୀୟଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । କୁଢକୁଢ ମୃତଦେହ ମଧ୍ୟରେ ନିଜ ପରିଜନଙ୍କ ମୃତଦେହ ଖୋଜିବା ମୁସ୍କିଲ ହୋଇଛି । ଏହାରି ଭିତରେ ଅନେକ ଛୋଟ ପିଲା ମଧ୍ୟ ପ୍ରାଣ ହରାଇଛନ୍ତି । କିଛି ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ କେତେକଙ୍କ ଖୋଜ ଖବର ମିିଳୁନି । ତେବେ ବର୍ତ୍ତମାନ ସୁଦ୍ଧା କେତେ ଶିଶୁଙ୍କ ମୃତ୍ୟୁ ଘଟିଛି ଏବଂ କେତେ ଜଣ ଚିକିତ୍ସିତ ଅଛନ୍ତି ତାର ସଠିକ ସଂଖ୍ୟା ମିଳି ପାରିନି ।

ରେଳ ଦୁର୍ଘଟଣା ପରେ ଅନେକ ପରିବାର ସେମାନଙ୍କ ପିଲାଙ୍କୁ ଖୋଜୁଛନ୍ତି । ଦୁଇ ଦିନ ତଳେ OSCPCR ଅଧ୍ୟକ୍ଷା ଏକ ଚିଠି ଜାରି କରିଥିଲେ । ବାଲେଶ୍ବର, ଖୋର୍ଦ୍ଧା ,କଟକ ଓ ଭଦ୍ରକର ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଚିଠି ହୋଇଥିଲା । ୭ଦିନ ମଧ୍ୟରେ ଦୁର୍ଘଟଣାରେ ପ୍ରଭାବିତ ଶିଶୁଙ୍କ ଉତ୍ତମ ଚିକିତ୍ସା ସହ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାରି ଭିତରେ ଏସଆରସି ଅଫିସରେ ଏସବୁର ମନିଟର ହେଉଥିବା ବେଳେ ସମସ୍ତ ମୃତକ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମ ଆଗରେ ତଥ୍ୟ ରଖିଥିଲେ । ହେଲେ କେତେ ଜଣ ଛୋଟ ପିଲା ପ୍ରଭାବିତ ହୋଇଛନ୍ତି ସେନେଇ କୌଣସି ତଥ୍ୟ ଦେଇ ନାହାନ୍ତି କି ଏହି ପ୍ରଶ୍ନର ଉତ୍ତର ମଧ୍ୟ ଦେଇନାହାନ୍ତି । ଏପରି ପରିସ୍ଥିତିରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ପିଲା ଚୋରୀ ବା ଚାଇଲ୍ଡ ଟ୍ରାଫିକିଂର ଆଶଙ୍କା ଥିବା କହିଛନ୍ତି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ।

ସେ କହିଛନ୍ତି, "ଏପରି ସମୟରେ ଯେଉଁ ପିଲାଙ୍କର ପିତାମାତା ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି ତାଙ୍କୁ ଚିହ୍ନଟ କରିବା ଦରକାର । ପିଲାକୁ ତାର‌ ପରିବାର ସମ୍ପର୍କରେ ଜଣାଇବା ଦରକାର ନଚେତ ସଠିକ୍‌ ଆଟେଣ୍ଡାଣ୍ଟ ଦରକାର । ଏଥିସହ‌ ଯେଉଁ ଶିଶୁର ବାପା କିମ୍ବା ମା'ଙ୍କ ମୃତ୍ୟୁ ଘଟିଛି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ଦେବା ପାଇଁ ପ୍ରୟାସ କରିବା ଉଚିତ । ନଚେତ ଯେଉଁ ପିଲା ଅନାଥ ଥିବେ ଏବଂ ତାଙ୍କ ସମ୍ପର୍କୀୟ ତାର ଲାଳନପାଳନ କରୁଥିବେ ସେମାନଙ୍କୁ ତିନି ବର୍ଷ ପାଇଁ ୪ ହଜାର ଟଙ୍କା ଲେଖାଏଁ ଦେବାର ସ୍କିମ୍‌ ରହିଛି । ଯଦି ସଠିକ ତଥ୍ୟ ନ ଆସିବ ତେବେ ଅନେକ ପିଲା ଏସବୁ ଯୋଜନାରୁ ବଞ୍ଚିତ ରହିବେ ।" ତେଣୁ ରାଜ୍ୟ ସରକାର ଏଥି ପ୍ରତି ପଦକ୍ଷେପ ନେବାକୁ କହିଛନ୍ତି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.