ETV Bharat / state

Dengue Menace: କ୍ୟାପିଟାଲ ହସ୍ପିଟାଲରେ ମିଳୁନି ବେଡ୍, ବାରଣ୍ଡାରେ ଡେଙ୍ଗୁ ରୋଗୀ - bed shortage in capital hospital

ରାଜ୍ୟରେ ଅସମ୍ଭାଳ ହୋଇଛି ଡେଙ୍ଗୁ ସ୍ଥିତି। କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଥିଲେ ସୁଦ୍ଧା ବେଡ୍ ଅଭାବରୁ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ। ଅଧିକ ପଢନ୍ତୁ

Dengue Menace
କ୍ୟାପିଟାଲ ହସ୍ପିଟାଲରେ ମିଳୁନି ବେଡ୍
author img

By ETV Bharat Odisha Team

Published : Aug 26, 2023, 10:06 PM IST

କ୍ୟାପିଟାଲ ହସ୍ପିଟାଲରେ ମିଳୁନି ବେଡ୍

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ୨୪ ତାରିଖ ସୁଦ୍ଧା ୪୨ ହଜାର ୨୨୩ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ହଜାର ୮୨୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏପଟେ କ୍ୟାପିଟାଲ ହସ୍ପିଟାଲର ନମୁନା ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ। କିଏ ରକ୍ତ ପରୀକ୍ଷା ପାଇଁ ସକାଳୁ ଛିଡ଼ା ହୋଇଛି ତ ଆଉ କେତେଜଣଙ୍କୁ ବହୁ ସମୟ ଧରି ଆପେକ୍ଷା କରିବାକୁ ପଡିଛି। ଅନ୍ୟପଟେ ହସ୍ପିଟାଲରେ ବେଡ୍ ଅଭାବରୁ ରୋଗୀମାନେ ବାରଣ୍ଡାରେ ଶୋଇ ରହିଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 3 ହଜାର ନିକଟତର ହୋଇଛି । ସେପଟେ ଅନ୍ୟାନ୍ୟ ମେଡିକାଲରେ ଭିଡ ରହିଥିବାବେଳେ ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ସାଂଘାତିକ ଭିଡ ଦେଖିବାକୁ ମିଳୁଛି। କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଥିଲେ ସୁଦ୍ଧା ବେଡ୍ ଅଭାବରୁ ବାରଣ୍ଡାରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ଗୋଟିଏ ପଟେ ଡେଙ୍ଗୁ ପାଇଁ ସଚେତନତା ପ୍ରଚାର ଚାଲିଥିବାବେଳେ ଅନ୍ୟପଟେ ବାରଣ୍ଡାରେ ଏବଂ ୱାର୍ଡରେ ଡେଙ୍ଗୁ ଆକ୍ରାନ୍ତ ବିନା ମଶାରିରେ ଶୋଇ ରହିଛନ୍ତି। ମଶାରି ଟାଙ୍ଗି ଶୋଇବା ଲାଗି ସଚେତନତା ଏବେ କେବଳ ବିଜ୍ଞାପନରେ ସୀମିତ ରହିଥିବା ଦେଖିବାକୁ ମିଳିଛି ।

ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ମଶାରି ନାହିଁ। ଖୋର୍ଦ୍ଧା ସମେତ ଆଖପାଖ ଜିଲ୍ଲାରୁ ମଧ୍ୟ ରୋଗୀ ଚିକିତ୍ସା ହେବା ପାଇଁ କ୍ୟାପିଟାଲ ହସ୍‌‌ପିଟାଲ ଆସୁଛନ୍ତି ରୋଗୀ। ତଳେ ଯେତିକି, ଉପରେ ମଧ୍ୟ ସମାନ ସଂଖ୍ୟାରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ସାଧାରଣ ରୋଗୀ ଓ ଡେଙ୍ଗୁ ରୋଗୀ ଗୋଟିଏ ୱାର୍ଡରେ ରହୁଥିବାର ଦେଖିବାକୁ ମିଳୁଛି। ରାଜଧାନୀରେ ହୁ ହୁ ହୋଇ ବଢ଼଼ିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପଛକୁ ରହିଛି ବାଲେଶ୍ୱର, ପୁରୀ, କଟକ ଓ ଗଞ୍ଜାମ ଜିଲ୍ଲା। ତେବେ ସାରା ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଛୁଇଁବାକୁ ବସିଲାଣି। ଡାକ୍ତରଖାନାରୁ ସୁସ୍ଥ ହେଇ ଯେତେ ଡେଙ୍ଗୁ ରୋଗୀ ଘରକୁ ଫେରୁଛନ୍ତି ତା’ଠାରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ରକ୍ତଭଣ୍ଡାରଠାରୁ ନେଇ ପରୀକ୍ଷା ଯାଏଂ ଲମ୍ବା ଲାଇନ ଦେଖିବାକୁ ମିଳୁଛି।

ଏହା ବି ପଢନ୍ତୁ...ଶ୍ରୀକ୍ଷେତ୍ରରେ କାୟା ମେଲାଉଛି ଡେଙ୍ଗୁ, ୨୮୫ ରୋଗୀ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ୨୪ ତାରିଖ ସୁଦ୍ଧା ୪୨ ହଜାର ୨୨୩ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୨ ହଜାର ୮୨୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ୍ ୧ହଜାର ୩୪୯ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି। ସେହିପରି ପୁରୀ ଜିଲ୍ଲାରେ ୨୮୨, ବାଲେଶ୍ୱରରେ ୨୪୯, କଟକରେ ୧୯୯, ଜଗତସିଂହପୁରରେ ୧୬୪ ଓ ନୟାଗଡରେ ୧୦୨ ଜଣ ଚିହ୍ନଟ ହୋଇଛନ୍ତି।

ଏଥି ମଧ୍ୟରୁ ଅଧିକାଂଶ ଡେଙ୍ଗୁ ରୋଗୀ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଚିହ୍ନଟ ହୋଇଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ଚାପ ବଢିବାରେ ଲାଗିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଟେଷ୍ଟିଂ ଲାଗି କ୍ୟାପିଟାଲ ହସ୍ପିଟାଲରେ ଭିଡ ଲାଗି ରହୁଥିବାରୁ ରାଜଧାନୀରେ ଅନ୍ୟ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟିଂର ବ୍ୟବସ୍ଥା କରାଯିବ। ୨ରୁ ୩ ଦିନ ମଧ୍ୟରେ ଆଇଆରସି ଭିଲେଜର ଅର୍ବାନ ପିଏଚ୍‌ସିରେ ଓ ପଟିଆ ସିଏଚ୍‌ସିରେ ଡେଙ୍ଗୁ ଟେଷ୍ଟିଂ ପାଇଁ ଲ୍ୟାବ୍‌ରୋଟରି ଖୋଲଯିବ। ଏହାଦ୍ୱାରା କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ଓ ଆରଏମ୍‌ଆରସିରେ ଚାପ କମ ରହିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.